ନୂଆଦିଲ୍ଲୀ,୨୧।୧: ଚନ୍ଦ୍ର ପୃଥିବୀର ଏକ ପ୍ରାକୃତିକ ଉପଗ୍ରହ। ଯାହାକି ପୃଥିବୀର ଚାରିପଟେ ବୁଲିଥାଏ। ଚନ୍ଦ୍ରର ବୟସ ମୋଟ ୪.୫୧ ବିଲିୟନ ବର୍ଷ। ଚନ୍ଦ୍ର କିଭଳି ସୃଷ୍ଟି ହେଲା ଏବେ ତାହାକୁ ନେଇ ବୈଜ୍ଞାନିକମାନେ ରିସର୍ଚ୍ଚ କରୁଛନ୍ତି। ଯେଉଁଭଳି ଭାବରେ ପୃଥିବୀରେ ବର୍ଷା ହୁଏ। ଠିକ୍ ସେଭଳି ଚନ୍ଦ୍ରରେ ବର୍ଷା ହୁଏନି। କାରଣ ବର୍ଷା ପାଇଁ ବାୟୁମଣ୍ଡଳ ଦରକାର ପଡେ, ଯାହାକି ଚନ୍ଦ୍ରରେ ନାହିଁ। କାରଣ ଚନ୍ଦ୍ରରେ  ଏକ ଭିନ୍ନ ଜିନିଷର ବର୍ଷା ହୁଏ। ପୃଥିବୀରେ ବର୍ଷା ବହୁ ଜିନିଷକୁ ଜୀବନ ଦେଇଥାଏ। ସେଭଳି ଚନ୍ଦ୍ରରେ ହେଉଥିବା ବର୍ଷା ବହୁତ କିଛି ନଷ୍ଟ କରିଦିଏ।

ଚନ୍ଦ୍ର ପୃଥିବୀଠାରୁ ୩,୮୪,୦୦୦ କିଲୋମିଟର ଦୂରରେ ରହିଛି। ଏହା ପୃଥିବୀର ପ୍ରାକୃତିକ ଉପଗ୍ରହ। ସୌରମଣ୍ଡଳର ପଞ୍ଚମ ସବୁଠାରୁ ବଡ଼ ଉପଗ୍ରହ। ଚନ୍ଦ୍ରରେ ସବୁବେଳେ ମାଇକ୍ରୋମେଟିୟୋରାଇଟସ୍‌ ଅର୍ଥାତ ଛୋଟ ଛୋଟ ଉଲକା ପିଣ୍ଡ ପଡିଥାଏ। ଆପଣ ଚନ୍ଦ୍ରରେ ଗାତ ଥିବାର ଦେଖିଥିବେ କିମ୍ବା ଶୁଣିଥିବେ। ଚନ୍ଦ୍ର ପୃଷ୍ଠରେ ଏଭଳି ଗର୍ଭ ହେବାର କାରଣ ହେଉଛି ମାଇକ୍ରୋମେଟିୟୋରାଇଟସ୍‌ର ବର୍ଷା। 

ଉଲ୍ଲେଖନୀୟ ଯେ, ମାଇକ୍ରୋମେଟିୟୋରାଇଟସ୍‌ ଅର୍ଥାତ ଛୋଟ ଉଲକା ପିଣ୍ଡ। ଯାହାକି ଖୁବ୍ ଦ୍ରୁତ ଗତିରେ ଚନ୍ଦ୍ର ପୃଷ୍ଠରେ ପଡିଥାଏ। ଯେତେବେଳେ ଏହା ଏକାଠି ପଡିଥାଏ, ଲାଗିଥାଏ ଯେପରି ବର୍ଷା ହେଉଛି। ଏହା ଚନ୍ଦ୍ର ପୃଷ୍ଠରେ ଖୁବ୍ କ୍ଷତି କରିଥାଏ। ସେଠାର ଆଖପାଖର ସବୁ ଜିନିଷ  ମାଇକ୍ରୋମେଟିୟୋରାଇଟସ୍‌ କାରଣରୁ ନଷ୍ଟ ହୋଇଯାଇଥାଏ। ଏଥିରେ ଗାମା କିରଣ ରହିଥାଏ।  ଯେଉଁଥିରୁ ଖୁବ୍ ରେଡିଏସନ୍ ବାହାରିଥାଏ। ଏହାଦ୍ବାରା ମଧ୍ୟ ଚନ୍ଦ୍ରପୃଷ୍ଠରେ କ୍ଷତି ହୋଇଥାଏ। ଏହାଛଡା ସୂର୍ଯ୍ୟଙ୍କ ଦେହରୁ ବାହାରୁଥିବା ସୋଲାର ଓ୍ବିଣ୍ଡ ଓ ପ୍ଲାଜମାର ବର୍ଷା ମଧ୍ୟ ଚନ୍ଦ୍ରପୃଷ୍ଠରେ ପଡିଥାଏ। ଏହାଦ୍ବାରା ଚନ୍ଦ୍ର ପୃଷ୍ଠରେ କ୍ଷତି ହୋଇଥାଏ।

ନଷ୍ଟ ହୋଇଯିବ କି ପୃଥିବୀ ? ସୁପରମାସିଭ୍ ବ୍ଲାକହୋଲ ବଢାଇଲା ବିପଦ,ଏତେ ବିଶାଳକାୟ ଯେ ଭିତରେ ପଶିଯିବେ ୭୦ କୋଟି ସୂର୍ଯ୍ୟ