ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଚନ୍ଦ୍ର ପୃଷ୍ଠରେ ହୋଇଥାଏ ଏଭଳି ବିପଦଜନକ ଜିନିଷର ବର୍ଷା, ସବୁ କିଛି ହୋଇଯାଏ ନଷ୍ଟ

Published By : Harapriya Biswal | January 21, 2025 6:18 PM

ନୂଆଦିଲ୍ଲୀ,୨୧।୧: ଚନ୍ଦ୍ର ପୃଥିବୀର ଏକ ପ୍ରାକୃତିକ ଉପଗ୍ରହ। ଯାହାକି ପୃଥିବୀର ଚାରିପଟେ ବୁଲିଥାଏ। ଚନ୍ଦ୍ରର ବୟସ ମୋଟ ୪.୫୧ ବିଲିୟନ ବର୍ଷ। ଚନ୍ଦ୍ର କିଭଳି ସୃଷ୍ଟି ହେଲା ଏବେ ତାହାକୁ ନେଇ ବୈଜ୍ଞାନିକମାନେ ରିସର୍ଚ୍ଚ କରୁଛନ୍ତି। ଯେଉଁଭଳି ଭାବରେ ପୃଥିବୀରେ ବର୍ଷା ହୁଏ। ଠିକ୍ ସେଭଳି ଚନ୍ଦ୍ରରେ ବର୍ଷା ହୁଏନି। କାରଣ ବର୍ଷା ପାଇଁ ବାୟୁମଣ୍ଡଳ ଦରକାର ପଡେ, ଯାହାକି ଚନ୍ଦ୍ରରେ ନାହିଁ। କାରଣ ଚନ୍ଦ୍ରରେ  ଏକ ଭିନ୍ନ ଜିନିଷର ବର୍ଷା ହୁଏ। ପୃଥିବୀରେ ବର୍ଷା ବହୁ ଜିନିଷକୁ ଜୀବନ ଦେଇଥାଏ। ସେଭଳି ଚନ୍ଦ୍ରରେ ହେଉଥିବା ବର୍ଷା ବହୁତ କିଛି ନଷ୍ଟ କରିଦିଏ।

ଚନ୍ଦ୍ର ପୃଥିବୀଠାରୁ ୩,୮୪,୦୦୦ କିଲୋମିଟର ଦୂରରେ ରହିଛି। ଏହା ପୃଥିବୀର ପ୍ରାକୃତିକ ଉପଗ୍ରହ। ସୌରମଣ୍ଡଳର ପଞ୍ଚମ ସବୁଠାରୁ ବଡ଼ ଉପଗ୍ରହ। ଚନ୍ଦ୍ରରେ ସବୁବେଳେ ମାଇକ୍ରୋମେଟିୟୋରାଇଟସ୍‌ ଅର୍ଥାତ ଛୋଟ ଛୋଟ ଉଲକା ପିଣ୍ଡ ପଡିଥାଏ। ଆପଣ ଚନ୍ଦ୍ରରେ ଗାତ ଥିବାର ଦେଖିଥିବେ କିମ୍ବା ଶୁଣିଥିବେ। ଚନ୍ଦ୍ର ପୃଷ୍ଠରେ ଏଭଳି ଗର୍ଭ ହେବାର କାରଣ ହେଉଛି ମାଇକ୍ରୋମେଟିୟୋରାଇଟସ୍‌ର ବର୍ଷା। 

ଉଲ୍ଲେଖନୀୟ ଯେ, ମାଇକ୍ରୋମେଟିୟୋରାଇଟସ୍‌ ଅର୍ଥାତ ଛୋଟ ଉଲକା ପିଣ୍ଡ। ଯାହାକି ଖୁବ୍ ଦ୍ରୁତ ଗତିରେ ଚନ୍ଦ୍ର ପୃଷ୍ଠରେ ପଡିଥାଏ। ଯେତେବେଳେ ଏହା ଏକାଠି ପଡିଥାଏ, ଲାଗିଥାଏ ଯେପରି ବର୍ଷା ହେଉଛି। ଏହା ଚନ୍ଦ୍ର ପୃଷ୍ଠରେ ଖୁବ୍ କ୍ଷତି କରିଥାଏ। ସେଠାର ଆଖପାଖର ସବୁ ଜିନିଷ  ମାଇକ୍ରୋମେଟିୟୋରାଇଟସ୍‌ କାରଣରୁ ନଷ୍ଟ ହୋଇଯାଇଥାଏ। ଏଥିରେ ଗାମା କିରଣ ରହିଥାଏ।  ଯେଉଁଥିରୁ ଖୁବ୍ ରେଡିଏସନ୍ ବାହାରିଥାଏ। ଏହାଦ୍ବାରା ମଧ୍ୟ ଚନ୍ଦ୍ରପୃଷ୍ଠରେ କ୍ଷତି ହୋଇଥାଏ। ଏହାଛଡା ସୂର୍ଯ୍ୟଙ୍କ ଦେହରୁ ବାହାରୁଥିବା ସୋଲାର ଓ୍ବିଣ୍ଡ ଓ ପ୍ଲାଜମାର ବର୍ଷା ମଧ୍ୟ ଚନ୍ଦ୍ରପୃଷ୍ଠରେ ପଡିଥାଏ। ଏହାଦ୍ବାରା ଚନ୍ଦ୍ର ପୃଷ୍ଠରେ କ୍ଷତି ହୋଇଥାଏ।

ନଷ୍ଟ ହୋଇଯିବ କି ପୃଥିବୀ ? ସୁପରମାସିଭ୍ ବ୍ଲାକହୋଲ ବଢାଇଲା ବିପଦ,ଏତେ ବିଶାଳକାୟ ଯେ ଭିତରେ ପଶିଯିବେ ୭୦ କୋଟି ସୂର୍ଯ୍ୟ


  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.