ରାଜଗାଙ୍ଗପୁର,୩୧/୦୩: ବିଦ୍ୟୁତ୍ ଖୁଣ୍ଟରୁ ତାର ଚୋରି କରିବାକୁ ଯାଇଥିଲା। ହେଲେ କରେଣ୍ଟ ଖାଇ ଚାଲିଗଲା ନାବାଳକଙ୍କ ଜୀବନ। ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ସୁରୁଡ଼ିହି ବସ୍ତିରୁ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। 

ଆହୁରି ପଢନ୍ତୁ- ଚିନ୍ତା ବଢ଼ାଇଲା ଜଙ୍ଗଲ ନିଆଁ: ବନାଗ୍ନିରେ ଓଡ଼ିଶା ଦେଶରେ ପ୍ରଥମ, ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ

ସୂଚନା ମୁତାବକ, ସୋମବାର  ରାତିରେ ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ସୁରୁଡ଼ିହି ବସ୍ତି ବିଲ ମଧ୍ୟରେ ଯାଇଥିବା ୩୩ କେଭି ବିଦ୍ୟୁତ ଖୁଣ୍ଟରେ ତାର ଚୋରି କରିବାକୁ ଚଢିଥିଲା। ସେହିୱ ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ପାଦା ଯାମପାଲିର ୧୫ ବର୍ଷୀୟ ନାବାଳକ ମୃତ୍ୟୁ ହୋଇଛି । ଆଜି ସକାଳୁ ବିଦ୍ୟୁତଖୁଣ୍ଟରେ ମୃତଦେହ ଝୁଲୁଥିବା ଦେଖି ଗ୍ରାମବାସୀମାନେ ରାଜଗାଙ୍ଗପୁର ପୁଲିସକୁ ଖବର ଦେଇଥିଲେ ।  ପୁଲିସ ଓ ଅଗ୍ନିଶମବାହିନୀ ମୃତ ନାବାଳକକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି । କିଛି ଦିନ ତଳେ  ନୂଆ କରି  ବିଦ୍ୟୁତ ଲାଇନ ଟଣା ଯାଇଥିଲା । ବିଦ୍ୟୁତ ଚାର୍ଜ ହୋଇଥିବା କଥା ନ ଜାଣି  ଖୁଣ୍ଟରେ ଚଢି  ତାର କାଟିବା ବେଳେ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ସଂସ୍ପର୍ଶରେ ଆସି ନାବାଳକର ମୃତ୍ୟୁ ଘଟିଥିବା ନେଇ ପୁଲିସ ସନ୍ଦେହ କରୁଛି ।