ଜଗତସିଂହପୁର, ୨୫।୫ : ମୁହଁ ଢାଙ୍କି ଜଗତସିଂହପୁର ସହରରେ ଘୁରି ବୁଲୁଛନ୍ତି ଦୁର୍ବୁତ୍ତ l ଆଉ ସୁଯୋଗ ଦେଖି ଘରୁ କରୁଛନ୍ତି ଲୁଟ୍। ସିସିଟିଭିରେ ଆସିଛି ଏଭଳି ଦୃଶ୍ୟ। ତେବେ ସିସିଟିଭିରେ ଦୁର୍ବୃତ୍ତଙ୍କ ଛବି ଆସିବା ସତ୍ୱେ ପୋଲିସ ଚିହ୍ନଟ କରି ପାରୁନାହିଁ l

ସହରର ସୁଜଙ୍ଗରେ ରହୁଥିବା ଜଣେ ଅଧ୍ୟାପକଙ୍କ ଘରୁ ଏହି ଦୁର୍ବୁତ୍ତ ବିଳମ୍ବିତ ରାତିରେ ଲୁଟ ଉଦ୍ୟମ କରିଛି l ଝରକାକୁ ତାଡିବାକୁ ଚେଷ୍ଟା  କରିଛି l  ଯାହା ସିସିଟିଭିରେ କଏଦ ହୋଇଛି। ସେହିପରି ସହରର ଅନ୍ୟ କେତେକ ଜାଗାରୁ କିନ୍ତୁ ସୁନା ଗହଣା, ଟଙ୍କା ଓ ବାଇକ ଆଦି ଚୋରି ହେବାର ଏକାଧିକ ଦୃଷ୍ଟାନ୍ତ ରହିଛି l କେତେକ ସ୍ଥାନରେ  ସିସିଟିଭି ଫୁଟେଜରେ ଦୁର୍ବୃତ୍ତଙ୍କ ଗତିଵିଧି ରେକର୍ଡ ହୋଇଥିଲେ ବି ପୋଲିସକୁ ସୁରାକ ମିଳିନି।

ଆହୁରି ପଢନ୍ତୁ : କାଳବୈଶାଖୀ ତାଣ୍ଡବ : ଭାଙ୍ଗିଲା ଧନୁଯାତ୍ରା ସ୍ମାରକୀ ଗେଟ୍, ୨ ଗୁରୁତର