ନୂଆଦିଲ୍ଲୀ, ୭/୧୨ : ବର୍ଡର ଗାଭାସ୍କର ଟ୍ରଫି ୨୦୨୪ଆରମ୍ଭ ନ ହେବା ପୂର୍ବରୁ ମହମ୍ମଦ ଶାମୀଙ୍କ ଫେରିବା ନେଇ ଆଲୋଚନା ଆରମ୍ଭ ହୋଇଯାଇଥିଲା । ମାତ୍ର ସେ ଟିମ୍ ଇଣ୍ଡିଆରେ ଫେରି ପାରିଲେ ନାହିଁ କିନ୍ତୁ ଘରୋଇ କ୍ରିକେଟରେ ରିଟର୍ନ କରି ଚର୍ଚ୍ଚା ସାଉଣ୍ଟିବାର କାମ ନିଶ୍ଚିତ କରିଛନ୍ତି । ଏବେ ଏକ ରିପୋର୍ଟରେ ଖୁଲାସା ହୋଇଛି କି ଟିମ୍ ଇଣ୍ଡିଆର ମ୍ୟାନେଜମେଣ୍ଟ ଏହି କଥାର ଅପେକ୍ଷାରେ ଅଛି କି କେବେ ଶାମୀଙ୍କୁ ଫେରିବାର କ୍ଲିନ୍ ଚିଟ୍ ମିଳିବ । ପ୍ରକାଶ ଯେ, ଶାମୀ ୨୦୨୩ ଏକ ଦିବସୀୟ ବିଶ୍ବକପ ପରେ ଭାରତ ଲାଗି କୌଣସି ମ୍ୟାଚ୍ ଖେଳି ନାହାନ୍ତି ।
ଗଣମାଧ୍ୟମ ରିପୋର୍ଟ ମୁତାବକ ଟିମ୍ ଇଣ୍ଡିଆର ଚୟନ ସମିତି ମହମ୍ମଦ ଶାମୀଙ୍କ ଫିଟନେଶ ଟେଷ୍ଟ ରେଜଲ୍ଟକୁ ଅପେକ୍ଷା କରିଛି । କାରଣ ମ୍ୟାନେଜମେଣ୍ଟ ତାଙ୍କୁ ବର୍ଡର – ଗାଭାସ୍କର ଟ୍ରଫି ୨୦୨୪ ଲାଗି ଭାରତୀୟ ସ୍କ୍ବାର୍ଡ଼ରେ ସାମିଲ କରିବାକୁ ଚାହୁଁଛି । ଏହି ରିପୋର୍ଟରେ ଏହା ବି ଖୁଲାସା ହୋଇଛି କି ବିସିସିଆଇ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରି ଦେଇଛି ଏବଂ ଭିସା ବି ପ୍ରସ୍ତୁତ ଅଛି । ଯଦି ଶାମୀଙ୍କୁ ଫିଟ୍ ଘୋଷଣା କରାଯିବ ତେବେ ତାଙ୍କୁ ତୁରନ୍ତ ଅଷ୍ଟେ୍ରଲିଆ ପଠାଯାଇପାରେ ।