ଭୁବନେଶ୍ବର, ୧୩/୦୫: ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ ପରେ ଆଜି ବଡ଼ ନିଷ୍ପତ୍ତି ନେଇପାରନ୍ତି ମୋହନ ସରକାର । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜ କାରକେଡରେ ଗାଡ଼ି ସଂଖ୍ୟା ହ୍ରାସ କରିବେ । ପ୍ରାୟ ୫୦ ପ୍ରତିଶତରୁ ତଳକୁ କାରକେଡ଼ ଗାଡ଼ିର ସଂଖ୍ୟା ହେବ ବୋଲି କୁହାଯାଉଛି । କେବଳ ମୁଖ୍ୟମନ୍ତ୍ରୀ ନୁହେଁ ରାଜ୍ୟର ମନ୍ତ୍ରୀ ମାନଙ୍କ କାରକେଡ଼ ଗାଡ଼ି ଉପରେ ଲାଗିପାରେ ଅଙ୍କୁଶ। ମନ୍ତ୍ରୀ ,ବିଧାୟକ ନେତା ସପ୍ତାହକ ଗୋଟିଏ ଦିନ ସର୍ବସାଧାରଣ ପରିବହନ ବ୍ୟାବସ୍ଥାରେ ଆସିବା ପାଇଁ ନେଇପାରନ୍ତି ନିଷ୍ପତ୍ତି । ସେହିପରି ବଡ଼ ପ୍ରତିଷ୍ଠାନ ଉପରେ ୱାର୍କ ଫର୍ମ ହୋମ୍ ପାଇଁ ଆସିପାରେ ଗାଇଡ୍ ଲାଇନ ।

ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାଇଦ୍ରାବାଦରେ ଏକ ସଭାକୁ ସମ୍ବୋଧିତ କରି ଦେଶବାସୀଙ୍କୁ ସତର୍କ କରାଯାଇଥିଲେ । ପଶ୍ଚିମ ଏସିଆ ଯୁଦ୍ଧ ଯୋଗୁ ଦେଶ ଆଗକୁ ତୈଳ ସଂକଟ ଦେଖାଯାଇପାରେ । ତେଣୁ ପେଟ୍ରୋଲ୍ ଓ ଡିଜେଲ ବ୍ୟବହାର ହ୍ରାସ କରିବାକୁ ପରାମର୍ଶ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ଏହା ପରେ ନିଜେ ମଧ୍ୟ ଏହି ନିୟମକୁ ନିଜ କାରକେଡରେ ଲାଗୁ କରିଛନ୍ତି । ପିଏମଙ୍କ SPG ସୁରକ୍ଷା ୫୦ ପ୍ରତିଶତ ହ୍ରସ କରାଯାଇଛି । ମୋଦି ଆସାମ ଓ ଗୁଜରାଟ ଗସ୍ତ ବେଳେ ଏହା ମଧ୍ୟ ନଜରକୁ ଆସିଥିଲା । ଅନ୍ୟ କିଛି ରାଜ୍ୟରେ ମଧ୍ୟ ମୁଖ୍ୟମନ୍ତ୍ରୀ ମାନେ ମଧ୍ୟ ଏହାକୁ ଅନୁସରଣ କରିବା ଆରମ୍ଭ କରିଦେଲେଣି । ତେଣୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହାକୁ ଆଜି ବଡ଼ ନିଷ୍ପତ୍ତି ନେଇପାରନ୍ତି । ସିଏମ୍ କାରକେଡରେ ଗାଡ଼ି ସଂଖ୍ୟା ହ୍ରାସ ହୋଇପାରେ ।

ଅଧିକ ପଢନ୍ତୁ- Fuel Saving Appeal : ମୋଦିଙ୍କ ଇନ୍ଧନ ବଞ୍ଚାଅ ଅପିଲ୍‌କୁ ଓଡ଼ିଶାରେ ସ୍ଵାଗତ, ପରିବହନ ମନ୍ତ୍ରୀ କହିଲେ ଏବେଠୁ ମୁଁ ସରକାରୀ ବସ୍‌ରେ ଯିବି