ଭୁବନେଶ୍ଵର, ୨/୧୨ : ୨୦୨୪-୨୫ ଓ ୨୦୨୫-୨୬ ବର୍ଷ ପାଇଁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ନଭେମ୍ବର ସୁଦ୍ଧା ମଞ୍ଜୁର ହୋଇଛି ୧ ଲକ୍ଷ ୫୮ ହଜାର ୫୦୯ ଘର। ୨୦୨୪-୨୫ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମଞ୍ଜୁର ହୋଇଛି ଏକ ଲକ୍ଷ ୨ ହଜାର ୭୦୪ ଘର। ଗଞ୍ଜାମ ଓ ମୟୁରଭଞ୍ଜ ଜିଲ୍ଲାକୁ ଅନ୍ତ୍ୟୋଦୟରେ ମିଳିଛି ସର୍ବାଧିକ ଘର। ଦୁଇ ବର୍ଷ ଭିତରେ ଏହି ଦୁଇ ଜିଲ୍ଲାକୁ ମିଳିଛି ୧୧ ହଜାରରୁ ଅଧିକ ଘର। ସେହିପରି ସୁନ୍ଦରଗଡ଼କୁ ଦିଆଯାଇଛି ୯ ହଜାରରୁ ଅଧିକ ଘର। ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ। 

ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନୂଆପଡ଼ାକୁ ସର୍ବାଧିକ ୧୨ ହଜାର ଘର ଯୋଗାଇ ଦିଆଯାଇଛି। ଭଦ୍ରକ ଓ ନବରଙ୍ଗପୁର ଯଥାକ୍ରମେ ଦ୍ଵିତୀୟ ଓ ତୃତୀୟ ସର୍ବାଧିକ ଘର ପାଇଛନ୍ତି । ଆଗକୁ ଗ୍ରାମୀଣ ଗୃହ ନିର୍ମାଣର ସହାୟତା ବୃଦ୍ଧି ହୋଇ ପାରେ ବୋଲି ମନ୍ତ୍ରୀ କହିଛନ୍ତି।