ପ୍ରମୂଖ ଖବର

ଟ୍ରକ ପଛରେ ପିଟିଲା ସ୍କୁଟି, ଯୁବକ ଗୁରୁତର

ଭୁବନ,୧୦/୫ : ଭାରସାମ୍ୟ ହରାଇ ଟ୍ରକ ପଛରେ ପିଟି ହେଲା ସ୍କୁଟି । ଦୁର୍ଘଟଣାରେ ଜନୈକ ଯୁବକ ଗୁରୁତର ହୋଇଛନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି ଭୁବନ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୩ ଅନ୍ତର୍ଗତ ନିଳମାଧବ ପେଟ୍ରୋଲ ପମ୍ପ ନିକଟରେ । ଗୁରୁତର ଯୁବକ ହେଲେ ଭୁବନ ଏନଏସି ଓ୍ବାର୍ଡ- ୧ର ପ୍ରକାଶ ପୋଥାଳ ବୋଲି ଜଣାପଡିଛି । 

ତେବେ ପ୍ରକାଶ କୌଣସି କାମରେ ନିଜର ସ୍କୁଟି ନେଇ ଘରୁ ବାହାରିଥିଲେ । କୌଣସି କାରଣ ବସତଃ ଭାରସାମ୍ୟ ହରାଇ ଟ୍ରକ ପଛପଟେ ପିଟି ହୋଇଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଭୁବନ ମେଡ଼ିକାଲରେ ଭର୍ତ୍ତି କରାଇଥିଲେ । ତେବେ ପ୍ରକାଶଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବାବେଳେ ଡାକ୍ତର ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.