କାମାକ୍ଷାନଗର, ୧୫/୦୪ : ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ବିରାଶାଳ ଫରେଷ୍ଟ ସେକ୍ସନ ଦରତୋଟା ନିକଟରୁ ବାରହା ମାଂସ ସହ ୭ ଶିକାରୀ ଗିରଫ। ସେମାନଙ୍କ ନିକଟରୁ ୨ଟି ବାଇକ୍ ୪ଟି ସାଇକେଲ୍ ଜବତ ହୋଇଛି।
ସୂଚନାନୁଯାୟୀ, ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ବାଲିକୁମା ପଞ୍ଚାୟତ ଅନ୍ତର୍ଗତ ଦରତୋଟା ଗାଁର ସାଗର ମୁଣ୍ଡା ଏବଂ ସମୁ ମୁଣ୍ଡା, ବରଗଜି ଗାଁର ସନ୍ଦୀପ ସର୍ଦ୍ଦାର, ଜାଗର ସର୍ଦ୍ଦାର, ସୁନା ପୂର୍ତ୍ତି, ଲାଠୁର ମୁଣ୍ଡା ଏବଂ ଶାମ ସର୍ଦ୍ଦାର। ଶିକାରୀମାନେ ବିରାଶାଳ ସଂରକ୍ଷିତ ଜଙ୍ଗଲରୁ ବାରହା ଶିକାର କରୁଥିବା ବେଳେ ବନ ବିଭାଗ ମାଡି ବସିଥିଲା। ସେମାନଙ୍କ ଠାରୁ କିଛି ବାରହା ମାଂସ, ୨ଟି ବାଇକ, ୪ଟି ସାଇକେଲ ଜବତ କରାଯାଇଛି। ଦୀର୍ଘ ଦିନ ହେବ ଅଭିଯୁକ୍ତମାନେ ଜନ୍ତୁ ଶିକାରରେ ଲିପ୍ତ ରହିଥିଲେ। କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ଅଧିକାରିଣୀଙ୍କ ନିର୍ଦେଶକ୍ରମେ ବନ ବିଭାଗ ଏହି ଜନ୍ତୁ ଶିକାରୀମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ରେଞ୍ଜ ଅଫିସରେ ପ୍ରକାଶ କରିଛନ୍ତି।