ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଢେଙ୍କାନାଳ ପଲ୍ଲିଶ୍ରୀ ମେଳା ପଡ଼ିଆରେ ସନ୍ଦିଗ୍ଧ ହେଲିକପ୍ଟର ଅବତରଣ, ଯାଞ୍ଚ କଲେ ଫ୍ଲାଇଂ ସ୍କ୍ୱାଡ୍

ଢେଙ୍କାନାଳ ୦୨/୦୫: ଢେଙ୍କାନାଳରେ ଜରୁରୀ ଅବତରଣ କଲା ହେଲିକପ୍ଟର । ଢେଙ୍କାନାଳର ମହିଷାପାଟ ପଲ୍ଲୀଶ୍ରୀ ପଡ଼ିଆରେ ଏକ ହେଲିକପ୍ଟରଟି ଅବତରଣ କରିଛି । ଏହା ଏକ ଘରୋଇ ହେଲିକପ୍ଟର ବୋଲି ଜଣାପଡିଛି । VT-JPL ନାମକ ଏହି ହେଲିକପ୍ଟରରେ ୫ ଜଣ ଲୋକ ରହିଥିଲେ । ହେଲିକପ୍ଟରଟି କାହିଁକି ଅବତରଣ କରିଛି ତାହା ଜଣାପଡିନଥିବା ବେଳେ ପୋଲିସ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । 

ସାମାନ୍ୟ ବଚସାରୁ ହତ୍ୟା: ମାମୁଁକୁ ପଥରରେ ଛେଚି ଛେଚି ମାରିଲା ନୃଶଂସ ଭଣଜା

ତେବେ ଏହି ହେଲିକପ୍ଟରରେ ୫ ଜଣ ଥିଲେ ବୋଲି ଘଟଣାସ୍ଥଳରେ ଯାଞ୍ଚ କରୁଥିବା ଢେଙ୍କାନାଳ ଫ୍ଲାଇଂ ସ୍କ୍ୱାଡ୍‌ର ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟ୍ ଶିବରାଜ ସେଠୀ ପ୍ରକାଶ କରିଛନ୍ତି । ବଡ଼ବିଲରୁ ଭୁବନେଶ୍ୱର ଦେଇ ମୁମ୍ବାଇ ଯାଉଥିଲା ଏହି ହେଲିକପ୍ଟର । କୌଣସି ଯାନ୍ତ୍ରିକ ତ୍ରୁଟି ନଥିଲେ ମଧ୍ୟ  ଫୁଏଲ  ସରି ଯାଇଥିବା କାରଣରୁ ଅବତରଣ କରିଥିବା ଜଣାପଡିଛି ।  ତେବେ ଭୁବନେଶ୍ୱରରୁ ଫୁଏଲ ଆସିବା ପରେ  ସାଢ଼େ ୧୦ଟାରେ ଏହି ହେଲିକପ୍ଟରଟି ପୁଣି ଉଡାଣ ଆରମ୍ଭ କରିଥିବା ଜଣାପଡ଼ିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.