କୁତ୍ରା,୦୮/୧୦: ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ ଗଡପୋଷ ଛକରେ ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଡିଲେଶ୍ୱରୀ ଦାସ ନାମକ ମହିଳାଙ୍କ ମୃତ୍ୟୁ ହୋଇଛି । ଉତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି । ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଛି । 

ସୂଚନା ମୁତାବକ, ସୁନ୍ଦରଗଡ ଜିଲ୍ଲା ଗୋପାଳପୁର ହଲଦିବାହାଲ ଗ୍ରାମର ଡିଲେଶ୍ୱରୀ ଦାସ ନିଜ ପୁଅ ଅଜୟ ଦାସଙ୍କ ସହ ରାଉରକେଲାର ଏକ ହସ୍ପିଟାଲରେ ନିଜ ମୃତ ଭାଇଙ୍କୁ ଦେଖିବାକୁ ଯାଇଥିଲେ । ସେଠାରୁ ନିଜ ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ସକାଳ ସାଢେ଼ ଆଠଟା ସମୟରେ ଗଡପୋଷ ଛକଠାରେ ଏକ ଟ୍ରେଲର ପଛ ପଟରୁ ଧକ୍କା ଦେଇଥିଲା। ଫଳରେ ଡିଲେଶ୍ୱରୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ଘଟଣାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇବା ସହ ସ୍ଥାନୀୟ ଲୋକେ ବାରମ୍ବାର ସେହି ଅଞ୍ଚଳରେ ଦୁର୍ଘଟଣା ହେଉଥିବା ପ୍ରତିବାଦ କରି ରାସ୍ତାରୋକ କରିଥିଲେ। ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା। ପରେ ମୃତଦେହକୁ ଅଗ୍ନିଶମ ବାବିନୀର କର୍ମଚାରୀ ମାନେ କୁତ୍ରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ପୁଲିସ ଘଟଣାସ୍ଥଳରେ ତଦନ୍ତ କରୁଛି ।