ନୂଆଦିଲ୍ଲୀ: ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ମୁମ୍ବାଇ ଇଣ୍ଡିଆନ୍ସ । ଜଶପ୍ରିତ ବୁମାରଙ୍କ ଅଧିନାୟକତ୍ବ ମୁମ୍ବାଇ ପ୍ରଥମେ ବୋଲିଂ କରିବ । ପଞ୍ଜାବକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି । କ୍ରମାନ୍ୱୟରେ ୪ଟି ମ୍ୟାଚ ପରାଜିତ ହୋଇ ସାରିଥିବା ପଞ୍ଜାବ ଆଜି ବିଜୟ ସହ ପ୍ଲେ-ଅଫ ପାଇଁ ଆଉ ପାଦେ ଆଗେଇବ । ମୁମ୍ବାଇ ପ୍ଲେ- ଅଫ୍ ଦୌଡ଼ରୁ ବାଦ ପଡ଼ି ସାରିଛି । ଆଜି ବିଜୟ ସହ ପୂର୍ବ ପରାଜୟର ପ୍ରତିଶୋଧ ନେଇ ପଞ୍ଜାବ ଯାତ୍ରାରେ ବାଧା ପହଞ୍ଚାଇବାକୁ ମୁମ୍ବାଇ ଚେଷ୍ଟା କରିବ ।
ଉଭୟ ଦଳ ଗତ ୧୬ ତାରିଖରେ ୱାଙ୍ଖଡ଼େ ଷ୍ଟାଡ଼ିୟମ୍ରେ ପରସ୍ପରକୁ ଭେଟିଥିଲେ । ପଞ୍ଜାବ ୭ ୱିକେଟ୍ରେ ଉକ୍ତ ମ୍ୟାଚ ଜିତିଥିଲା । ବର୍ତ୍ତମାନ ପଏଣ୍ଟ ତାଲିକାର ଚତୁର୍ଥ ସ୍ଥାନରେ ରହିଥିବା ପଞ୍ଜାବ ଆଜି ଜିତିଲେ ତୃତୀୟ ସ୍ଥାନ ଦଖଲ କରିବ । ପରାଜିତ ହେଲେ ୧୨ ପଏଣ୍ଟ ଲେଖାଏଁ ଅଜର୍ନ କରିସାରିଥିବା ଚେନ୍ନାଇ ଓ ରାଜସ୍ଥାନଙ୍କ ଆଶା ଦ୍ୱିଗୁଣା ହେବ । ତେଣୁ ପଞ୍ଜାବ ବିଜୟଧାରାକୁ ଫେରିବା ପାଇଁ ସବୁ ଶକ୍ତି ଲଗାଇବ ।
ମୁମ୍ବାଇକୁ ହରାଇବାକୁ ହେଲେ ବୋଲିଂ ବିଭାଗରେ ସୁଧାର ଆଣିବାକୁ ହେବ । ପଞ୍ଜାବ ନିୟମିତ ଭାବେ ବିସ୍ଫୋରକ ବ୍ୟାଟିଂ ଜାରି ରଖିଛି । ମାତ୍ର ବୋଲିଂ ବିଫଳତା ଯୋଗୁଁ ପରାଜିତ ହେଉଛି । ବିଶେଷ କରି ଡେଥ ଓଭରଗୁଡ଼ିକରେ ରନ୍ ଗତି ମନ୍ଥର କରିବା ମୁଖ୍ୟ କାର୍ଯ୍ୟ ହେବ ।
ଏହାସହ ପଢ଼ନ୍ତୁ : ଆପଣଙ୍କ ACରେ ବି ଥାଇପାରନ୍ତି ସାପ, ଜାଣନ୍ତୁ ରୋକିବେ କେମିତି ?