ଭୁବନେଶ୍ଵର, ୧୦/୦୧ : ରାଜଧାନୀରେ ଅପରାଧୀଙ୍କ ପାୱାର ସୋ। ଖଣ୍ଡାରେ କାଟୁଛନ୍ତି ଜନ୍ମଦିନ କେକ୍। ବିଳମ୍ଵିତ ରାତିରେ ହତ୍ୟା ଅଭିଯୁକ୍ତଙ୍କ ବାର୍ଥ ଡେ ସେଲିବ୍ରେସନ୍। ଡ଼ର ନାହିଁ କି ଭୟ ନାହିଁ। ପୁଲିସକୁ ବି ଖାତିର ନାହିଁ। ଆଇନ ଶୃଙ୍ଖଳାର ଉଡିଲା ଧଜିଆ। ରାତି ଅଧରେ ଅଭିଯୁକ୍ତଙ୍କ ମେଳି। କମିଶନରେଟ୍ ପୁଲିସକୁ ଖୋଲା ଚ୍ୟାଲେଞ୍ଜ୍। ଭୁବନେଶ୍ଵରରେ ମୁଣ୍ଡ ଟେକୁଛି କି ନୂଆ ଗ୍ୟାଙ୍ଗ? 

ଭୁବନେଶ୍ଵର ସାମନ୍ତରାୟପୁର ମିଠା ଦୋକାନୀଙ୍କୁ ବିଚ୍ ରାସ୍ତାରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଶ୍ରୀକିତ ବିଶ୍ଵାଳଙ୍କ ଜନ୍ମଦିନ ଥିଲା। ଏହି ଅବସରରେ ତାଙ୍କ ସମର୍ଥକମାନେ ଏକାଠି ହୋଇଥିଲେ। ବିଳମ୍ଵିତ ରାତିରେ ଜନ୍ମଦିନ ପାର୍ଟି ଜୋରଶୋର୍ ରେ ଜମିଥିଲା। ଶ୍ରୀକିତ ହାତରେ ଖଣ୍ଡା ଧରି କେକ୍ କାଟିଥିଲେ। ପାଖରେ ଅମରେଶ ନାୟକ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରଘୁଆ ବାରିକ ଓ ବରମୁଣ୍ଡା ହତ୍ୟାର ଅଭିଯୁକ୍ତ ରିକି ଠିଆ ହୋଇଥିଲେ। ବାର୍ଥ ଡେ ସେଲିବ୍ରେସନ ଜୋର୍ ଶୋରରେ ଚାଲିଥିଲା। ଏହି ଭିଡିଓକୁ ଦେଖିଲେ ଲାଗୁଛି ରାଜଧାନୀରେ ବୋଧେ ମୁଣ୍ଡ ଟେକୁଛି ଆଉ ଏକ ଗ୍ୟାଙ୍ଗ୍। 

ଏହି ଖବରଟିକୁ ପଢନ୍ତୁ- ମହମ୍ମଦ ମୋକିମ୍‌ଙ୍କ ବଡ଼ ଘୋଷଣା : ନୂଆବର୍ଷରେ ଗଢିବେ ନୂଆ ରାଜନୈତିକ ଦଳ, ଜାଣନ୍ତୁ କ'ଣ ରଖିବେ ନୂଆ ଦଳର ନାଁ ?