ସୁକିନ୍ଦା,୨୨/୦୧:ବୃଦ୍ଧଙ୍କ ଗଳା କାଟି ନିର୍ମମ ଭାବେ ହତ୍ୟା । ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ମାଟିଗାଡିଆ ଗାଁରୁ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ମୃତକ ହେଲେ ସେହି ଗାଁର ଦଶରଥ ବେହେରା। ଘଟଣାକୁ ନେଇ ସୁକିନ୍ଦା ଥାନାରେ ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ଏଥିସହ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ ଆରମ୍ଭ କରିଛି।
ସୂଚନା ମୁତାବକ, ଲେମ୍ବୋ ପଞ୍ଚାୟତର ମାଟିଗଡ଼ିଆ ଗ୍ରାମର ଦଶରଥ ବେହେରା ତାଙ୍କ ଘରେ ଥିବାବେଳେ କେହି ଜଣେ ଦୁର୍ବୁତ୍ତ ତାଙ୍କୁ ମାଟିଗଡ଼ିଆ ଛକ ଡାକି ନେଇଥିଲେ । ସେଠାରେ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ତାଙ୍କ ପୁଅ ଥାନାରେ ଅଭିଯୋଗ କରିଛି। ମାଟିଗାଡ଼ିଆ ଛକର ରାସ୍ତା ଉପରେ ଗଳା କାଟି ହତ୍ୟା କରିବା ପରେ ରାସ୍ତା କଡ଼କୁ ଘୋଷାରି ନେଇ ଏକ ଗଛ ମୂଳେ ଫିଙ୍ଗି ଦେଇଥିଲା।ତାଙ୍କ ଗାଁ ଠାରୁ ଅନତି ଦୂରରେ ବାଲିଆ ଛକରେ ଏକ ଛୋଟ ଦୋକାନ କରିଥିବା ମୃତକର ପୁଅକୁ ଗାଁ ଲୋକମାନେ ଫୋନ କରି ଘଟଣା ବିଷୟରେ ଜଣାଇଥିଲେ। ଏହା ପରେ ସେ ଘଟଣାସ୍ଥଳରେ ପହଞ୍ଚି ଥାନାକୁ ଜଣାଇ ଥିଲେ। ସୁକିନ୍ଦା ପୁଲିସ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସାହାଯ୍ୟରେ ହତ୍ୟାକାଣ୍ଡ ସମ୍ପର୍କରେ ତଦନ୍ତ ଆରମ୍ଭ କରିବା ବେଳେ ଅଭିଯୁକ୍ତକୁ ଅଦ୍ୟାବଧି ଗିରଫ କରିବାରେ ସଫଳ ହୋଇନାହିଁ।
ଆହୁରି ପଢନ୍ତୁ-ଡିଏଲ୍ ନବୀକରଣରେ ଡାକ୍ତର କେଁ... ହେଲ୍ଥ ସାର୍ଟିଫିକେଟ ଦେବାକୁ୨୩ ଡାକ୍ତର ପଞ୍ଜୀକୃତ, ଠିକଣା ଖୋଜି ପାଉନାହାନ୍ତି ଚାଳକ