ପ୍ରମୂଖ ଖବର
  • ସରିଲା କ୍ରିକେଟର ରିଙ୍କୁ ସିଂଙ୍କ ନିର୍ବନ୍ଧ; ପ୍ରିୟା ସରୋଜଙ୍କୁ ପିନ୍ଧାଇଲେ ମୁଦି, ଲୁହ ଅଟକାଇ ପାରିଲେନି ସାଂସଦ
  • ||
  • ଶିଳ୍ପ ବିକାଶ ନେଇ ରାଜ୍ୟ ସରକାରଙ୍କ ବୈଠକ, ଶିଳ୍ପପତି ଓ ଉଦ୍ୟୋଗୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା
  • ||
  • ୧୭ ବର୍ଷ, ଅନେକ ଚ୍ୟାଲେଞ୍ଜ ଆଉ ଐତିହାସିକ ଚେନାବ ବ୍ରିଜ... ଜାଣନ୍ତୁ କିଏ ମାଧବୀ ଲତା ? ତୁଲାଇଥିଲେ ବଡ଼ ଭୂମିକା
  • ||
  • ଅନୁଗୁଳ : ବିଦ୍ୟୁତ୍ ଆଘାତରେ ଶିଶୁପୁତ୍ର ଗୁରୁତର, ମେଡିକାଲରେ ଭର୍ତ୍ତି
  • ||
  • ଅନୁଗୁଳ : କାରଖାନାରେ ଅଘଟଣ, ୧୫ ଫୁଟ ଉଚ୍ଚରୁ ପଡ଼ି ଶ୍ରମିକ ମୃତ
  • ||
  • ଢେଙ୍କାନାଳ : ବଗିଚା ଜଗିବାକୁ ଯିବାବେଳେ କଚାଡି ଦେଲା ହାତୀ, ବୃଦ୍ଧ ଗୁରୁତର
  • ||
  • ରାଜଧାନୀ‌ରେ ଚାଞ୍ଚଲ୍ୟ: ନାବାଳିକାକୁ ସେବାୟତଙ୍କ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
  • ||
  • ଏଲନ ମସ୍କଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ପଡିବ...ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀ
  • ||
  • ଅଶାନ୍ତ ମଣିପୁର; ୫ ଦିନ ୫ ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ
  • ||
  • ଭଦ୍ରକ : ଓଲଟିଲା ବାଲି ବୋଝେଇ ଟ୍ରକ୍‌, ଅଳ୍ପକେ ବର୍ତ୍ତିଲେ ପରିବାରଲୋକେ
  • ||
  • କୋଲମ୍ବିଆରେ ରାଷ୍ଟ୍ରପତି ପ୍ରାର୍ଥୀ ମିଗୁଏଲଙ୍କୁ ଗୁଳିମାଡ଼, ସଙ୍କଟାପନ୍ନ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ତତଲା କଢ଼େଇରେ ସିଝୁଛି ଓଡ଼ିଶା: ୩ ଦିନରେ ୨ରୁ ୩ ଡିଗ୍ରୀ ବଢ଼ିବ ତାତି, ସୋମବାର ୪୪ ଡିଗ୍ରୀ ଛୁଇଁପାରେ ପାରଦ
  • ||

ଏଲନ ମସ୍କଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ...ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀ

Published By : Ankita S | June 8, 2025 10:50 AM

ନୂଆଦିଲ୍ଲୀ,୦୮/୦୬: ଥମିବାର ନାଁ ନେଉନାହିଁ ଟ୍ରମ୍ପ-ମସ୍କ କଳି । ଦିନକୁ ଦିନ ଦୁଇ ଜଣଙ୍କ ସମ୍ପର୍କର ଫାଟ ବଢୁଛି । ଦାଣ୍ଡରେ ପଡ଼ି ହାତରେ ଗଡ଼ୁଛି ଦୁହିଁଙ୍କ କଳି । ଟେସଲା ମାଲିକ ଏଲନ ମସ୍କଙ୍କ କମ୍ପାନୀ ସହିତ ସରକାରୀ ଚୁକ୍ତିନାମା ଓ ସବ୍‌ସିଡି ବନ୍ଦ କରିବାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇଛନ୍ତି । ଏହା ସହିତ ବିରୋଧୀ ଡେମୋକ୍ରାଟିକ୍‌ ପାର୍ଟିକୁ ଆର୍ଥିକ ସହାୟତା ଯୋଗାଇଲେ ମସ୍କଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ପଡିବ ବୋଲି ଚେତାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

ସାର୍ବଜନିକ ଭାବେ ମସ୍କ ଓ ଟ୍ରମ୍ପ ପରସ୍ପର ବିରୋଧରେ ବୟାନବାଜି ଜାରି ରଖିଛନ୍ତି । ଏଲନ ମସ୍କଙ୍କ ସହିତ ହୋଇଥିବା ବିବାଦକୁ ପଛୁକୁ ହଟିବାର ନାମ ନେଉନାହାନ୍ତି ଟ୍ରମ୍ପ । ମସ୍କଙ୍କ ସହିତ ସମ୍ପର୍କ ସୁଧରିବାକୁ ନେଇ ଇଚ୍ଛା ନଥିବା କହିଛନ୍ତି । ମସ୍କଙ୍କ କମ୍ପାନୀ ସହିତ ସରକାରୀ ଚୁକ୍ତିନାମା ଓ ସବ୍‌ସିଡି ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି । ଏହା ସହିତ ଡେମୋକ୍ରାଟିକ୍ ପାର୍ଟିକୁ ଆର୍ଥିକ ସହାୟତା କଲେ ଭୟଙ୍କର ପରିଣାମ ଭୋଗିବାକୁ ପଡିବ ବୋଲି କହିଛନ୍ତି । ଡେମୋକ୍ରାଟିକ୍‌କୁ ସହୟତା ନ କରିବାକୁ ଧମକ ଦେଇଛନ୍ତି ଟ୍ରମ୍ପ । ମସ୍କଙ୍କ ସହିତ ମୋର କଥା ହେବାର କୌଣସି ଇଚ୍ଛା ନାହିଁ ।

ଅଧିକ ପଢନ୍ତୁ...ବଢିଲା ଟ୍ରମ୍ପ-ମସ୍କ କଳି ; ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଚାହାନ୍ତି ମସ୍କ, କହିଲେ ଜେଡି ଭାନ୍ସଙ୍କୁ ମିଳୁ ରାଷ୍ଟ୍ରପତି ପଦ

କ'ଣ ଟ୍ରମ୍ପ-ମସ୍କ ବିବାଦ-ଟେସ୍‌ଲା ସିଇଓ ଏଲନ ମସ୍କ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିଗ୍‌ ବିୟୁଟିଫୁଲ ବିଲ ଉପରେ କହିବା ପରେ ଦୁହିଁଙ୍କ ମଧ୍ୟରେ ବିବାବ ଆରମ୍ଭ ହୋଇଛି । ମସ୍କ ଟମ୍ପଙ୍କ ଏକ ବିଲ୍‌କୁ ସମାଲୋଚନା କରିଥିଲେ । ଏହା ଫେଡେରାଲ ନିଅଣ୍ଟକୁ ବୃଦ୍ଧି କରିବ ବୋଲି ଆଶଙ୍କା କରିଥିଲା । ଏହା ବ୍ୟତୀୟ ମସ୍କ ଟ୍ରମ୍ପ ପ୍ରଶାସନର ପରାମର୍ଶଦାତା ପଦବୀ ମଧ୍ୟ ଛାଡିଥିଲେ । ଏହା ପରେ ମସ୍କକୁ ଟାର୍ଗେଟ କରିଥିଲେ ଟ୍ରମ୍ପ । ଏବେ ବି ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ମସ୍କଙ୍କୁ ହ୍ୱାଉଟ୍ ହାଉସ୍‌କୁ ମିସ୍ କରୁଛନ୍ତି । କିଛି ଦିନ ତଳେ ମସ୍କ କହିଥିଲେ ସେ ଯଦି ଟ୍ରମ୍ପଙ୍କ ସାଥ ଦେଇନଥାନ୍ତେ ତେବେ ସେ ନିର୍ବାଚନ ହାରିଥାନ୍ତେ । ମସ୍କଙ୍କୁ ମୋ ସମର୍ଥନ ତାଙ୍କୁ ପାଇଁ ଲାଭବାନ ହୋଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.