ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ମିଆଁମାରରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୪.୭ ରେକର୍ଡ

Published By : Anindita Ratha | March 5, 2025 8:07 AM

ନୂଆଦିଲ୍ଲୀ,୦୫/୦୩: ମିଆଁମାରରେ ଭୂକମ୍ପ ଝଟକା ।  ଆଜି ସକାଳୁ  ମିଆଁମାରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୪.୭ ରେକର୍ଡ କରାଯାଇଛି ।  ଏଥିରେ କ୍ଷୟକ୍ଷତି ହେବା ନେଇ କୌଣସି ସୂଚନା ନାହିଁ। ଅନ୍ୟପଟେ ସୁନାମୀ ନେଇ ମଧ୍ୟ ଆଲର୍ଟ ଜାରି କରାଯାଇନାହିଁ । ଭୂକମ୍ପ ସମୟରେ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇ ସୁରକ୍ଷିତ ସ୍ଥାନକୁ ଚାଲି ଯାଇଥିବା ନେଇ ସୂଚନା ମିଳିଛି । 



ଏହା ମଧ୍ୟ ପଢନ୍ତୁ-  ଆଣ୍ଡାମାନ ସାଗରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୫.୨ ରେକର୍ଡ଼

ତେବେ ଲାଗାତାର ଭୂକମ୍ପ ଲୋକଙ୍କ ଚିନ୍ତା ବଢାଇଛି ।  କେତେବେଳେ ଦିଲ୍ଲୀ- ଏନସିଆରରେ ତ ଆଉ କେତେବେଳେ ଫରିଦାବାଦ ହରିୟାଣାରେ । ସେହିପରି କେତେବେଳେ ଆଫଗାନିସ୍ତାନ, ପାକିସ୍ତାନ, ତିବ୍ବତ ଓ ବିହାରରେ ଆସୁଥିବା ଭୂକମ୍ପ ଅନେକ ପ୍ରଶ୍ନବାଚୀ ସୃଷ୍ଚି କରିଛି । ତେବେ ଭୂକମ୍ପର କେନ୍ଦ୍ରସ୍ଥଳ ମିଆଁମାରର ୩୨ କିଲୋମିଟର ଗଭୀରରେ ଥିଲା । ଯଦିଓ ଏପର୍ଯ୍ୟନ୍ତ କୌଣସି ପ୍ରକାରର କ୍ଷୟକ୍ଷତି କିମ୍ବା ଜୀବନହାନିର କୌଣସି ଖବର ନାହିଁ। ସାଧାରଣତଃ ଭୂମିକମ୍ପ ସେତେବେଳେ ହୁଏ ଯେତେବେଳେ ଭୂତଳ ପଥର ହଠାତ୍ ଭାଙ୍ଗିଯାଏ । ଭୂମିକମ୍ପ ସମୟରେ ଏବଂ ପରେ, ପଥର ପ୍ଲେଟ କିମ୍ବା ଖଣ୍ଡଗୁଡ଼ିକ ଗତି କରିବାକୁ ଆରମ୍ଭ କରନ୍ତି । ଯେଉଁ ସ୍ଥାନରେ ପଥର ପ୍ରଥମେ ଭାଙ୍ଗିଯାଏ, ସେହି ସ୍ଥାନକୁ ଭୂମିକମ୍ପର କେନ୍ଦ୍ର ବା ହାଇପୋସେଣ୍ଟର କୁହାଯାଏ।




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.