ମାଲକାନଗିରି, ୨୫/୧୧ (ଆପ୍ର ) : ମାଲକାନଗିରି ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନାରେ ନୂତନ ରାସ୍ତା, ବିଭିନ୍ନ କାର୍ଯ୍ୟାଳୟ ଗୃହ ଓ ୫୩୭ଟି ନୂତନ ବିଭିନ୍ନ ପ୍ରକଳ୍ପ ଅନୁମୋଦନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ନବରଙ୍ଗପୁର ସାସଂଦ ବଳଭଦ୍ର ମାଝୀ। ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାଂସଦ ବଳଭଦ୍ର ମାଝୀ ସାକ୍ଷାତ କରି ଏହି ପ୍ରକଳ୍ପ ଗୁଡିକୁ ଅନୁମୋଦନ ନିମନ୍ତେ ଅନୁରୋଧ କରିଛନ୍ତି।
ମାଲକାନଗିରି ଜିଲ୍ଲାରେ ୩୫୩ ଟି ରାସ୍ତା, ୧୩ଟି ଶିଶୁ ମନ୍ଦିର, ୫୦ଟି କମ୍ୟୁନିଟ ସେଣ୍ଟର, ୧୫ଟି ଜୀବିକା ନିର୍ବାହ କେନ୍ଦ୍ର, ୧୯ଟି ଅଙ୍ଗନୱାଡି କେନ୍ଦ୍ର, ୫୨ଟି ସ୍କୁଲ ଘର, ୪ଟି ଗ୍ରାମାଞ୍ଚଳ ହାଟ,୨ଟି ସ୍କିଲ ଡେଭଲ୍ପମେଣ୍ଟ ସେଣ୍ଟର,୨୯ଟି ଅନ୍ୟାନ ପ୍ରକଳ୍ପ ପାଇଁ ସାଂସଦ ଦାବି କରିଛନ୍ତି।