ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଆସନ୍ତା ବର୍ଷ ରାଜ୍ୟରେ ହେବ ନୂଆ ଶିକ୍ଷାନୀତି, ମାର୍ଚ୍ଚସୁଦ୍ଧା ପ୍ରସ୍ତୁତ ହେବ ରାଜ୍ୟ ଚିଠା ଶିକ୍ଷା ନୀତି: ଜାନୁଆରୀ ୧୫ ସୁଦ୍ଧା ମୋହର ମାରିବ ଟାସ୍କଫୋର୍ସ

Published By : Prameya | October 31, 2024 12:50 PM

ଭୁବନେଶ୍ୱର,୩୧/୧୦: ଓଡ଼ିଶାରେ ଲାଗୁ ହେବ ଜାତୀୟ ଶିକ୍ଷାନୀତି ୨୦୨୦ ।  ଆସନ୍ତା ଶିକ୍ଷାବର୍ଷରୁ ଏହା ରାଜ୍ୟରେ ଲାଗୁ  ହେବ । ରାଜ୍ୟ ସରକାର ଧାର୍ଯ୍ୟ ସମୟ ସୁଦ୍ଧା ଏଥିପାଇଁ ସମସ୍ତ ପ୍ରାରମ୍ଭିକ ପ୍ରସ୍ତୁତି ସାରିବାକୁ ଅଣ୍ଟା ଭିଡ଼ିଛନ୍ତି । ଆସନ୍ତା ମାର୍ଚ୍ଚ ୧୫ ସୁଦ୍ଧା ଶିକ୍ଷକ,  ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା  ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପକ୍ଷରୁ ରାଜ୍ୟ ଚିଠା ଶିକ୍ଷା ନୀତି ପ୍ରସ୍ତୁତ ହେବ । ରାଜ୍ୟ କ୍ୟାବିନେଟ୍‌ ଏହା ଉପରେ ମୋହର ମାରିବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହା କାର୍ଯ୍ୟକାରୀ  ହେବ । ଉଚ୍ଚଶିକ୍ଷା ବିଭାଗ ମଧ୍ୟ ଏ ଦିଗରେ ବେଶ ତତ୍ପରତା ପ୍ରକାଶ କରୁଛି । ମୋଟାମୋଟି  ରାଜ୍ୟ ସରକାର ୨୦୨୫-୨୬ ଶିକ୍ଷାବର୍ଷରେ ନୂଆ  ଶିକ୍ଷାନୀତି ଲାଗୁ କରିବାକୁ ପ୍ରସ୍ତୁତିକୁ ତେଜିଛନ୍ତି । 

ଡବଲ ଇଞ୍ଜିନ ସରକାର । ତ୍ୱରିତ ନିଷ୍ପତ୍ତି ।  କେନ୍ଦ୍ର ସରକାର ପ୍ରଣୟନ କରିଥିବା ଜାତୀୟ ଶିକ୍ଷା  ନୀତିକୁ ବହୁ ରାଜ୍ୟ ଗ୍ରହଣ କରି କାର୍ଯ୍ୟକାରୀ  କରିଥିଲା ବେଳେ ଓଡ଼ିଶାରେ ଏହା ଏଯାଏଁ ଲାଗୁ  ହୋଇନି । ବିଜେପି ସରକାର ଆସିବା ପରେ  ଏ ନେଇ ତତ୍ପରତା ଜୋର ଧରିଛି । ଜାତୀୟ  ଶିକ୍ଷା ନୀତି କାର୍ଯ୍ୟକାରୀ କରିବାକୁ ବିଦ୍ୟାଳୟ  ଓ ଗଣଶିକ୍ଷା ବିଭାଗ ଉନ୍ନୟନ କମିଶନରଙ୍କ  ଅଧ୍ୟକ୍ଷତାରେ ଟାସ୍କ ଫୋର୍ସ ଗଠନ କରିଛି ।  ଏହାସହ ୬ଟି ବିଷୟଗତ ସବ୍‌ କମିଟି ଗଠନ  ହୋଇଛି । ଶିକ୍ଷା ନିର୍ଦ୍ଦେଶାଳୟ ସମ୍ମିଳନୀ କକ୍ଷରେ  ବୁଧବାର ସବ୍‌ କମିଟି ବୈଠକ ବସିଥିଲା । ଯଥାଶୀଘ୍ର ରାଜ୍ୟ ଶିକ୍ଷାନୀତିର ଚିଠା ପ୍ରସ୍ତୁତ କରିବା  ସଂପର୍କରେ ବୈଠକରେ ଚର୍ଚ୍ଚା ହୋଇଥିଲା ।  ସଦସ୍ୟମାନେ ଏନେଇ ଲିଖିତ ପ୍ରସ୍ତାବ ଆସନ୍ତା  ମାସ ୩୦ ସୁଦ୍ଧା ଦେବେ । ତାହାକୁ ସଂକଳନ  କରାଯାଇ ଟାସ୍କଫୋର୍ସକୁ ସୁପାରିଶ କରାଯିବ ।  

ଟାସ୍କଫୋର୍ସ ଜାନୁଆରୀ ୧୫ ସୁଦ୍ଧା ଟାସ୍କଫୋର୍ସ  ଏହି ସୁପାରିଶକୁ ମୋହର ମାରିବା ପରେ ଶିକ୍ଷକ,  ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା  ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଚିଠା ନୀତି ପ୍ରସ୍ତୁତ କରିବ ।  ସରକାର ଏହାକୁ ଅନୁମୋଦନ କରିବା ପରେ  ରାଜ୍ୟରେ ଲାଗୁ କରାଯିବ । ଜାତୀୟ ଶିକ୍ଷା ନୀତି-୨୦୨୦ର ବିଭିନ୍ନ  ଉପାଦାନକୁ ଅନୁଧ୍ୟାନ ପାଇଁ ୬ଟି ବିଷୟଗତ  ସବ୍‌ କମିଟି ଗଠନ କରାଯାଇଛି । ଏହି ସବ୍‌  କମିଟିରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର  ବିଭିନ୍ନ ନିର୍ଦ୍ଦେଶାଳୟର ମୁଖ୍ୟଙ୍କ ସମେତ ଶିକ୍ଷା  କ୍ଷେତ୍ରର ବିଶେଷଜ୍ଞ ଓ ଶିକ୍ଷାବିତ୍‌ଙ୍କୁ ସାମିଲ  କରାଯାଇଛି । ୨୦୨୦ ମସିହାରେ ଉଚ୍ଚଶିକ୍ଷା ବିଭାଗ  କ୍ଷେତ୍ରରେ ଜାତୀୟ ଶିକ୍ଷା ନୀତି ୨୦୨୦ ଲାଗୁ  ପାଇଁ ଏକ ଟାସ୍କ ଫୋର୍ସ ଗଠନ କରାଯାଇଥିଲା ।  ସେଥିରେ ଉନ୍ନୟନ କମିଶନର ଅଧ୍ୟକ୍ଷ ଭାବେ  ନିଯୁକ୍ତି ପାଇଥିଲେ । 

ଚଳିତ ମାସ ପ୍ରଥମ  ସପ୍ତାହରେ ବିଶ୍ୱବିଦ୍ୟାଳୟ କୁଳପତି ଏବଂ  କଲେଜ ଅଧ୍ୟକ୍ଷଙ୍କୁ ନେଇ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମ  କରାଯାଇଛି । ଉଚ୍ଚଶିକ୍ଷା ବିଭାଗ ପାଦେ ଆଗରେ  ରହି ଜାତୀୟ ଶିକ୍ଷା ନୀତି ପାଇଁ ପ୍ରାୟ ପ୍ରସ୍ତୁତି  ସାରିଛି । ତେଣୁ ସରକାର ଆସନ୍ତା ଶିକ୍ଷାବର୍ଷରୁ  ଏହାକୁ ଲାଗୁ କରିବାକୁ ପୂର୍ଣ୍ଣ ପ୍ରସ୍ତୁତ ହେଉଛନ୍ତି  ବୋଲି ଗଣଶିକ୍ଷା ବିଭାଗର ଜଣେ ଅଧିକାରୀ  ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ, ପୋଥିଗତ ଜ୍ଞାନ  ବଦଳରେ ଜୀବିକା ନିର୍ବାହ ପାଇଁ ଛାତ୍ରଛାତ୍ରୀଙ୍କୁ  କୁଶଳୀ କରିବାକୁ ଦୃଷ୍ଟିରେ ରଖି ଜାତୀୟ ଶିକ୍ଷା  ନୀତି ପାଠ୍ୟକ୍ରମରେ ଜୋର ଦିଆଯାଇଛି । ଭାରତର ପାରମ୍ପରିକ ଜ୍ଞାନ, କଳା, ସଂସ୍କୃତି  ଏବେ ସିଲାବସ୍‌ରେ ସ୍ଥାନ ପାଇବ । ନୂଆ ଢ଼ାଞ୍ଚାରେ  ଆରମ୍ଭ ହେବ ସ୍କୁଲ ଶିକ୍ଷା । ପରୀକ୍ଷାର ଚାପ ହଟିବ । ଆନନ୍ଦମୟ ଶିକ୍ଷାର ନୂଆ ଧାରାରେ  ବାଟ ଚାଲିବେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ । ପିଲାଙ୍କ ନିଜ  ପସନ୍ଦକୁ ମିଳିବ ଅଗ୍ରାଧିକାର । ମାତୃଭାଷାରେ ୫ମ ଶ୍ରେଣୀ  ଯାଏ ଶିକ୍ଷା ମିଳିବ । ଷଷ୍ଠ ଶ୍ରେଣୀରୁ ବାଧ୍ୟତାମୂଳକ ହେବ  ଧନ୍ଦାମୂଳକ ଶିକ୍ଷା । ‘ଭାଷାଭୟ’ରେ ପିଲା ସ୍କୁଲ ଯିବାକୁ  କୁନ୍ଥକୁନ୍ଥ ହେବନି । ଗଣିତ, ବିଜ୍ଞାନ, ଇଂରାଜୀରେ ରଖିଥବା  ମାର୍କ କେବଳ ଯୋଗ୍ୟତାର ମାପକାଠି ହେବନି । ରିପୋର୍ଟକାର୍ଡ  ବଦଳରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ହେବ ଅଗ୍ରାଧିକାରର  ମାପଦଣ୍ଡ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.