ପ୍ରମୂଖ ଖବର
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ବିଶ୍ୱଯୁଦ୍ଧ ଆଶଙ୍କା, ଲୋକଙ୍କୁ ଚେତାଇଲେ ନାଟୋ ଦେଶ

Published By : Rasmita Pradhan | November 20, 2024 9:46 AM

ମସ୍କୋ, ୨୦/୧୧ : ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧକୁ ମଙ୍ଗଳବାର ୧,୦୦୦ ଦିନ ପୂରିଥିବାବେଳେ ୟୁକ୍ରେନ୍‌ ଉପରେ ରୁଷ୍‌ ଅଧିକ ଆକ୍ରମଣାତ୍ମକ ହୋଇଛି । ୟୁକ୍ରେନ୍‌ ଉପରେ ପରମାଣୁ ଆକ୍ରମଣ ପାଇଁ ପ୍ରସ୍ତୁତି କରିଛନ୍ତି ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ପରମାଣୁ ଅସ୍ତ୍ରର ବ୍ୟବହାର ଲାଗି ଥିବା ଏକ ନିୟମକୁ ବଦଳାଇବା ପାଇଁ ପୁଟିନ ଅନୁମତି ଦେଇଛନ୍ତି । ଯଦି କୌଣସି ଦେଶ କୌଣସି ପରମାଣୁ ଶକ୍ତିସମ୍ପନ୍ନ ଦେଶ ସହ ମିଶି ରୁଷ୍‌ ଉପରେ ଆକ୍ରମଣ କରେ ତେବେ ଏପରି ସ୍ଥିତିରେ ମସ୍କୋ ନ୍ୟୁକ୍ଲିୟର ଅସ୍ତ୍ର ବ୍ୟବହାର କରିପାରିବ ବୋଲି ସଂଶୋଧିତ ହେବାକୁ ଥିବା ନିୟମରେ ରହିଛି । ଦୁଇ ଦିନ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ୟୁକ୍ରେନ୍‌କୁ ରୁଷ୍‌ ଭିତରେ ଦୂର ଲକ୍ଷ୍ୟଭେଦ କ୍ଷମତା ବିଶିଷ୍ଟ ମିସାଇଲ ବ୍ୟବହାର ଲାଗି ଅନୁମତି ଦେଇଥିଲେ । ଏହାକୁ ନେଇ ରୁଷ୍‌ ଅଧିକ ଚିଡ଼ି ଯାଇଛି । ଜବାବରେ ପୁଟିନ୍‌ ଏପରି ନିଷ୍ପତ୍ତି ନେଇଛନ୍ତି । ରୁଷ୍‌ର ଏହି ପଦକ୍ଷେପ ପରମାଣୁ ଆକ୍ରମଣ ସମେତ ତୃତୀୟ ବିଶ୍ୱଯୁଦ୍ଧ ଆଶଙ୍କାକୁ ବଢ଼ାଇଦେଇଛି । ଏହା ପରେ ନାଟୋରେ ଥିବା ୟୁରୋପୀୟ ଦେଶଗୁଡ଼ିକ ମଧ୍ୟରେ ଛନକା ପଶିଛି । 

ଭୟଙ୍କର ଯୁଦ୍ଧର ମୁକାବିଲା ପାଇଁ ନାଟୋ ଦେଶଗୁଡ଼ିକ ଏହାର ଲୋକଙ୍କୁ ସଚେତନ ରହିବାକୁ କହିବା ସହ ଖାଦ୍ୟ, ପାନୀୟ ଭଳି ଜରୁରି ସାମଗ୍ରୀ ଗଚ୍ଛିତ ରଖିବାକୁ ପରାମର୍ଶ ଦେଇଛନ୍ତି । ଅନ୍ୟପକ୍ଷରେ ଅନୁମତି ପାଇବା ପରେ ୟୁକ୍ରେନ୍‌ ରୁଷ୍‌ର ବ୍ରାୟାନସ୍କ ଅଞ୍ଚଳକୁ ଆମେରିକା ନିର୍ମିତ ଏଟିଏସିଏମ୍‌ଏସ୍‌ ମିସାଇଲ ମାଡ଼ କରିଥିବା ରୁଷ୍‌ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ସୋମବାର ରାତିରେ ୟୁକ୍ରେନ୍‌ ରୁଷ୍‌ର ଏକ ମିଲିଟାରୀ ଡିପୋକୁ ଟାର୍ଗେଟ କରିଛି । ଏବେ ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ଆହୁରି ଭୟଙ୍କର ହୋଇପାରେ ଆଶଙ୍କା କରାଯାଉଛି । ରୁଷ୍‌ୟୁକ୍ରେନ୍‌ ଯୁଦ୍ଧ ସାରା ବିଶ୍ୱକୁ ବ୍ୟାପିବା ଆଶଙ୍କାରେ ନିଜ ଲୋକମାନଙ୍କୁ ଆଗୁଆ ସତର୍କ କରାଇଛନ୍ତି ୟୁରୋପୀୟ ଦେଶ । ନାଗରିକମାନେ ଆଗକୁ ବଡ଼ ଧରଣର ଯୁଦ୍ଧର ସାମ୍‌ନା କରିବାକୁ ଯାଉଥିବା ଏବଂ ଏଥିପାଇଁ ଜରୁରି ସାମଗ୍ରୀ ଗଚ୍ଛିତ କରି ରଖିବାକୁ କୁହାଯାଇଛି । ସ୍ୱିଡେନ୍‌ ପାମ୍ଫ୍‌ଲେଟ୍‌ ମାଧ୍ୟମରେ ଘରେ ଘରେ ସଚେତନ କରାଉଛି । ଯୁଦ୍ଧ ହେଲେ ସେମାନେ କିପରି ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବେ ତାହା ଏଥିରେ କୁହାଯାଇଛି । ସେହିପରି ନରୱେ ମଧ୍ୟ ଏହାର ନାଗରିକଙ୍କୁ ଏମର୍ଜେନ୍ସି ବାର୍ତ୍ତା ବାଣ୍ଟିଛି । 

ପ୍ରକାଶଥାଉ କି, ୟୁକ୍ରେନ୍‌ ରୁଷ୍‌ର କର୍ସ୍କରେ କେତେକ ଅଞ୍ଚଳକୁ ମାଡ଼ି ବସିଥିବାବେଳେ ଆମେରିକା ଆର୍ମି ଟାକ୍ଟିକାଲ ମିସାଇଲ ସିଷ୍ଟମ(ଏଟିଏସିଏମ୍‌ଏସ୍‌) ବ୍ୟବହାର କରିବା ଲାଗି ୟୁକ୍ରେନ୍‌କୁ ଅନୁମତି ଦେଇଛି । ଏହି ମିସାଇଲ ସିଷ୍ଟମ୍‌ରୁ ୩୦୦ କିମି ପର୍ଯ୍ୟନ୍ତ ଠିକ୍‌ ଟାର୍ଗେଟ କରାଯାଇପାରିବ । ରୁଷ୍‌ ଭିତରେ ଆକ୍ରମଣ ଲାଗି ୟୁକ୍ରେନ୍‌ ଏହି ମିସାଇଲ ସିଷ୍ଟମକୁ ବ୍ୟବହାର କରିପାରିବ । ଏହା ପୂର୍ବରୁ ମଧ୍ୟ ଆମେରିକା ଏବଂ ବ୍ରିଟେନ ଦୂର ଲକ୍ଷ୍ୟଗାମୀ ମିସାଇଲ ବ୍ୟବହାର ନିମନ୍ତେ ୟୁକ୍ରେନ୍‌କୁ ଅନୁମତି ଦେବା ଲାଗି ବିଚାର କରୁଥିଲେ । ଏହା ଉପରେ ପୁଟିନ୍‌ ଚେତାବନୀ ଦେଇଥିଲେ ଯେ, ଯଦି ୟୁକ୍ରେନ୍‌କୁ ଏପରି ଅନୁମତି ଦିଆଯାଏ ତେବେ ନାଟୋ ଯୁଦ୍ଧକୁ ଓହ୍ଲାଉଥିବା ରୁଷ୍‌ ବିବେଚନା କରିବ । ତେଣୁ ରୁଷ୍‌ ଏହାର ଜବାବ ଦେବାକୁ ବାଧ୍ୟ ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.