ନୂଆଦିଲ୍ଲୀ ୨୩/୦୧: ମହାକୁମ୍ଭରେ ଶ୍ରଦ୍ଧାଳୁଙ୍କ ସୁବିଧା ଲାଗି ଏଆଇ ଆଧାରିତ ଚାଟ୍‌ବଟ୍‌ରେ ନୂଆ  ଫିଚର ସଂଲଗ୍ନ କରାଯାଇଛି । ଏହି ଚାଟ୍‌ବଟ୍‌ ଏବେ ଶ୍ରଦ୍ଧାଳୁମାନଙ୍କୁ ସେମାନଙ୍କର  ୧ କିମି ପରିସରରେ ଉପଲବ୍ଧ ପାର୍କିଂ, ଫୁଡ୍‌ କୋର୍ଟ ଓ ହସ୍ପିଟାଲର ଠିକ୍‌ ସୂଚନା  ଦେବ । ଅତିରିକ୍ତ ଜିଲ୍ଲାପାଳ ବିବେକ ଚତୁର୍ବେଦୀଙ୍କ ଅନୁସାରେ, ଏହି ଚାଟ୍‌ବଟ୍‌  ମହାକୁମ୍ଭର ସଂପୂର୍ଣ୍ଣ ମ୍ୟାପିଂ ସହିତ ପ୍ରତି ସେକ୍ଟରର ବିସ୍ତୃତ ତଥ୍ୟ ଓ ଗୁଗଲ  ମ୍ୟାପ ଲିଙ୍କ୍‌ ବି ଉପଲବ୍ଧ କରାଇବ । ଶ୍ରଦ୍ଧାଳୁମାନେ ଏହା ମାଧ୍ୟମରେ ଟ୍ରାନ୍ସପୋର୍ଟ,  ବ୍ୟାଙ୍କିଙ୍ଗ, ୱାଟର ଏଟିଏମ୍‌ ଭଳି ସୁବିଧା ସଂପର୍କରେ କେଇ ସେକେଣ୍ଡ ମଧ୍ୟରେ  ସୂଚନା ପାଇପାରିବେ । ଏଥିରେ ଏକ ବିଶେଷ ସୁବିଧା ରିଅଲ ଟାଇମ୍‌ ପିଡିଏଫ୍‌  ଡାଉନ୍‌ଲୋଡ୍‌କୁ ବି ଯୋଡ଼ାଯାଇଛି । ସେଥିରେ ଶୌଚାଳୟ, ହଜିବା-ପାଇବା କେନ୍ଦ୍ର  ଓ ପ୍ରଦର୍ଶନୀର ତଥ୍ୟ ରହିଛି । କ୍ୟୁଆର କୋଡ୍‌ ସ୍କାନ କରିବା ମାତ୍ରେ ମହତ୍ତ୍ୱପୂର୍ଣ୍ଣ  ସ୍ଥାନଗୁଡି଼କ ସଂପର୍କରେ ସୂଚନା ସିଧା ମୋବାଇଲ୍‌ରେ ଉପଲବ୍ଧ ହେବ । 

ମହାକାଶରୁ କିଭଳି ଦେଖାଯାଉଛି ମହାକୁମ୍ଭ ? ଫଟୋ ସେୟାର କଲା ଇସ୍ରୋ