ପ୍ରମୂଖ ଖବର
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଏଆଇ ଚାଟ୍‌ବଟ୍‌ର ନୂଆ ଅବତାର: ୧ କିମି ମଧ୍ୟରେ ପାର୍କିଂ, ଫୁଡ୍‌ କୋର୍ଟ ଓ ହସ୍ପିଟାଲର ସୂଚନା ଦେବ

Published By : Prameya | January 23, 2025 2:04 PM

ନୂଆଦିଲ୍ଲୀ ୨୩/୦୧: ମହାକୁମ୍ଭରେ ଶ୍ରଦ୍ଧାଳୁଙ୍କ ସୁବିଧା ଲାଗି ଏଆଇ ଆଧାରିତ ଚାଟ୍‌ବଟ୍‌ରେ ନୂଆ  ଫିଚର ସଂଲଗ୍ନ କରାଯାଇଛି । ଏହି ଚାଟ୍‌ବଟ୍‌ ଏବେ ଶ୍ରଦ୍ଧାଳୁମାନଙ୍କୁ ସେମାନଙ୍କର  ୧ କିମି ପରିସରରେ ଉପଲବ୍ଧ ପାର୍କିଂ, ଫୁଡ୍‌ କୋର୍ଟ ଓ ହସ୍ପିଟାଲର ଠିକ୍‌ ସୂଚନା  ଦେବ । ଅତିରିକ୍ତ ଜିଲ୍ଲାପାଳ ବିବେକ ଚତୁର୍ବେଦୀଙ୍କ ଅନୁସାରେ, ଏହି ଚାଟ୍‌ବଟ୍‌  ମହାକୁମ୍ଭର ସଂପୂର୍ଣ୍ଣ ମ୍ୟାପିଂ ସହିତ ପ୍ରତି ସେକ୍ଟରର ବିସ୍ତୃତ ତଥ୍ୟ ଓ ଗୁଗଲ  ମ୍ୟାପ ଲିଙ୍କ୍‌ ବି ଉପଲବ୍ଧ କରାଇବ । ଶ୍ରଦ୍ଧାଳୁମାନେ ଏହା ମାଧ୍ୟମରେ ଟ୍ରାନ୍ସପୋର୍ଟ,  ବ୍ୟାଙ୍କିଙ୍ଗ, ୱାଟର ଏଟିଏମ୍‌ ଭଳି ସୁବିଧା ସଂପର୍କରେ କେଇ ସେକେଣ୍ଡ ମଧ୍ୟରେ  ସୂଚନା ପାଇପାରିବେ । ଏଥିରେ ଏକ ବିଶେଷ ସୁବିଧା ରିଅଲ ଟାଇମ୍‌ ପିଡିଏଫ୍‌  ଡାଉନ୍‌ଲୋଡ୍‌କୁ ବି ଯୋଡ଼ାଯାଇଛି । ସେଥିରେ ଶୌଚାଳୟ, ହଜିବା-ପାଇବା କେନ୍ଦ୍ର  ଓ ପ୍ରଦର୍ଶନୀର ତଥ୍ୟ ରହିଛି । କ୍ୟୁଆର କୋଡ୍‌ ସ୍କାନ କରିବା ମାତ୍ରେ ମହତ୍ତ୍ୱପୂର୍ଣ୍ଣ  ସ୍ଥାନଗୁଡି଼କ ସଂପର୍କରେ ସୂଚନା ସିଧା ମୋବାଇଲ୍‌ରେ ଉପଲବ୍ଧ ହେବ । 

ମହାକାଶରୁ କିଭଳି ଦେଖାଯାଉଛି ମହାକୁମ୍ଭ ? ଫଟୋ ସେୟାର କଲା ଇସ୍ରୋ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.