ନୂଆଦିଲ୍ଲୀ : ମହାରାଷ୍ଟ୍ର ପୁଣେର ରିଅଲ ଇଷ୍ଟେଟର ଯୁବ ବ୍ୟବସାୟୀ କେତନ ଅଗ୍ରୱାଲଙ୍କ ହତ୍ୟାକାଣ୍ଡ ଏକ ନୂଆ ମୋଡ଼ ନେଇଛି। ମାମଲାର ଯାଞ୍ଚ କରୁଥିବା ପୁଣେ ଗ୍ରାମୀଣ ପୁଲିସ ଏବେ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା କେତନର ମଙ୍ଗେତର ( ଭାବୀ ପତ୍ନୀ )ସିୟାର ପ୍ରେମିକ ଚେତନ ଚୌଧୁରୀର ଜଣେ କ୍ଲାସମେଟଙ୍କୁ ହେପାଜତକୁ ନେଇଛି। ଅଭିଯୋଗ ଯେ, ସେହି ଛାତ୍ରଙ୍କୁ କେତନଙ୍କ ମର୍ଡର ପ୍ଲାନ ବିଷୟରେ ପୂର୍ବରୁ ଜଣା ଥିଲା। ତଦନ୍ତକାରୀଙ୍କ ସନ୍ଦେହ ଯେ, ଏହି ଛାତ୍ରଙ୍କୁ ଏହି ହତ୍ୟା ଷଡ଼ଯନ୍ତ୍ର ବିଷୟରେ ଜଣା ଥିଲା। ଏହି କାରଣରୁ ସେ ଏହି ମାମଲାରେ ଜଣେ ପ୍ରମୁଖ ସାକ୍ଷୀ ହୋଇ ପାରନ୍ତି।

ସୂତ୍ରାନୁସାରେ, ନ୍ୟୁଜ-୧୮ର ରିପୋର୍ଟରେ କୁହାଯାଇଛି ଯେ, ଚେତନଙ୍କ ଏହି ସହପାଠୀଙ୍କୁ ହତ୍ୟା ଯୋଜନା ବିଷୟରେ ପୂର୍ବରୁ ସୂଚନା ଥିଲା ଏବଂ କେତନଙ୍କ ହତ୍ୟା ପରେ ସେ ଚେତନ ଚୌଧୁରୀ ଓ ସିୟା ଗୋୟଲଙ୍କୁ ଭେଟି ଥିଲେ। ପୁଲିସ୍ ଏବେ ତାଙ୍କୁ ଦୁଇ ଅଭିଯୁକ୍ତଙ୍କ ସହ ହୋଇଥିବା କଥାବାର୍ତ୍ତା ଓ ଷଡ଼ଯନ୍ତ୍ର ବିଷୟରେ ପଚରାଉଚରା କରୁଛି। ପୁଲିସ ଏହି ଦିଗରେ ମଧ୍ୟ ଯାଞ୍ଚ କରୁଛି ଯେ, ଏହି ସହପାଠୀ ଜଣଙ୍କ ଉକ୍ତ ଅପରାଧରେ ସାମିଲ ନାହାନ୍ତି ତ କିମ୍ୱା ଷଡ଼ଯନ୍ତ୍ର ରଚିବାରେ ତାଙ୍କର କୌଣସି ଭୂମିକା ନଥିଲା ତ।

ଉଲ୍ଲେଖନୀୟ ଯେ, ପୁଲିସ ଅଧିକାରୀମାନେ ଏବେସୁଦ୍ଧା ସଙ୍କେତ ଦେଇ ନାହାନ୍ତି ଯେ, ଏହି ଛାତ୍ରଙ୍କୁ ସାକ୍ଷୀ କରାଯିବ ନା ତାଙ୍କ ବିରୋଧରେ ଆଉ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇ ବିଚାର କରାଯାଉଛି। କହି ରଖୁଛୁ ଯେ, କେତନ ହତ୍ୟା ମାମଲାରେ ପୁଣେ ଗ୍ରାମୀଣ ପୁଲିସ ଏବେ ସାକ୍ଷୀ ପ୍ରମାଣ ଏକାଠି କରୁଛି ଏବଂ କେସକୁ ମଜବୁତ କରୁଛି। ସିୟା ଗୋୟଲ ଓ ଚେତନ ଚୌଧୁରୀଙ୍କ ଉପରେ ଅଭିଯୋଗ ଯେ, ଦୁହେଁ ମିଶି କେତନ ଅଗ୍ରୱାଲଙ୍କ ୧୮ ଜୁନରେ ଲୋହାଗଡ଼ ଦୁର୍ଗରୁ ତଳକୁ ଠେଲି ଦେଇ ଥିଲେ। ଏଥିରେ ତାଙ୍କର ମୃତ୍ୟୁ ହୋଇ ଥିଲା।

ଉକ୍ତ ମାମଲାର ତଦନ୍ତ ଅନୁସାରେ, ପୁଲିସ ମୁଖ୍ୟ ଅଭିଯୁକ୍ତ ଓ କେତନଙ୍କ ମଙ୍ଗେତର ସିୟା ଗୋୟଲଙ୍କୁ ଅପରାଧ ସହ ସଂପୃକ୍ତ ସ୍ଥଳ ଗୁଡ଼ିକୁ ନେଇ ଯାଇ ଥିଲା। ପ୍ରଥମେ ସିୟା ଗୋୟଲ କହିଥିଲା ଯେ, କେତନଙ୍କ ମୃତ୍ୟୁ ଦୁର୍ଘଟଣାରେ ଖସି ପଡ଼ିବାରୁ ହୋଇ ଥିଲା, କିନ୍ତୁ ପାରିପାର୍ଶ୍ୱିକ ପ୍ରମାଣ ଓ ତାଙ୍କର କଥା ଏହାର ବିପରୀତ ସଙ୍କେତ ଦେଇଥିଲା। ପୁଲିସ ସୂତ୍ରାନୁସାରେ , ଅଧିକାରୀମାନେ ହତ୍ୟା ପୂର୍ବରୁ ଓ ତାପରେ ସିୟା ଯେଉଁ ଯେଉଁ ସ୍ଥାନକୁ ଯାଇଥିଲା, ତାହାକୁ ଯାଞ୍ଚ କରିଥିଲେ। ହତ୍ୟାକାଣ୍ଡ ଦିନ ସିୟା ଯେଉଁ ପୋଷାକ ପିନ୍ଧି ଥିଲା ତାଙ୍କୁ ମଧ୍ୟ ପ୍ରମାଣ ଭାବେ ଜବତ କରାଯାଇଛି।

ସିୟା ଗୋୟଲ ଓ ତାର ପ୍ରେମିକ ଚେତନ ଚୌଧୁରୀ ସାଥି ହୋଇ ଯେଉଁ ସ୍ଥାନ ଗୁଡ଼ିକୁ ଯାଇଥିବାର କଥା ଆସି ଥିଲା, ଯାଞ୍ଚକର୍ତ୍ତାମାନେ ସେହି ସ୍ଥାନ ଗୁଡ଼ିକୁ ମଧ୍ୟ ଯାଇଥିଲେ। ପୁଲିସକୁ ସନ୍ଦେହ ଯେ, ଦୁହେଁ ଅନେକ ଅଲଗା ଅଲଗା ସ୍ଥାନରେ ହତ୍ୟାର ପୂର୍ବାଭ୍ୟାସ କରି ଥିଲେ ଏବଂ ଚାଲି ଥିବା ତଦନ୍ତର ଅଂଶ ଭାବେ ସବୁ ଚିହ୍ନଟ ସ୍ଥଳକୁ ପଞ୍ଚନାମା କରାଯାଇଛି। ଏହି ମଧ୍ୟରେ, ପୁନର୍ବାର ଯାଞ୍ଚ ପାଇଁ ପୁଲିସ ଲୋନାଭଲାରେ ଥିବା ସିୟା ଗୋୟଲର ବାସସ୍ଥାନକୁ ମଧ୍ୟ ଯାଇ ଥିଲା। ଯେବେ ପୁଲିସ ତାକୁ ସାଥିରେ ନେଇ ଯାଉ ଥିଲା , ତ ସେ ମିଡିଆ ଓ ସେଠାରେ ଥିବା ଲୋକଙ୍କ ଆଡକୁ ଅଶ୍ଳୀଳ ଇଙ୍ଗିତ କରିବା ଓ ନିଜ ମିଡିଲ ଫିଙ୍ଗର ଦେଖାଇ ଥିଲେ, ଯାହା କ୍ୟାମେରାରେ କଏଦ ହୋଇଛି।

କୁହାଯାଉଛି ଯେ, ହତ୍ୟା ସହ ସଂପୃକ୍ତ ପ୍ରମାଣକୁ ତଲାସ କରିବାକୁ ପୁଲିସ ଘରର ତଲାସ କରିଛି। ପୁଲିସ ଦୁଇ ମୁଖ୍ୟ ଅଭିଯୁକ୍ତ , ସିୟା ଗୋୟଲ ଓ ଚେତନ ଚୌଧୁରୀଙ୍କ ଲାଇ ଡିଟେକ୍ଟର କରାଇବାକୁ ମଧ୍ୟ ପ୍ରସ୍ତୁତ କରୁଛି। ଜେରା ବେଳେ ଯାଞ୍ଚକର୍ତ୍ତାଙ୍କୁ ତାଙ୍କର ବୟାନରେ ତାଳମେଳ ନଥିବା ଜାଣି ପାରିଛି, ଯେଉଁଥି ପାଇଁ ଏହି ବୈଜ୍ଞାନିକ ପରୀକ୍ଷଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଆଇନଗତ ପ୍ରକ୍ରିୟା ଓ ଆବଶ୍ୟକ ମଞ୍ଜୁରୀ ଗୁଡ଼ିକ ପରେ ଏହି ପରୀକ୍ଷଣ କରାଯିବାର ଆଶା ରହିଛି।

ଆହୁରି ମଧ୍ୟ ପଢନ୍ତୁ : Sonam Bail : ସୋନମଙ୍କ ଜାମିନ ରଦ୍ଦ କରିବାକୁ ମନା କଲେ ସୁପ୍ରିମକୋର୍ଟ, ଜାଣନ୍ତୁ କେଉଁ ଗ୍ରାଉଣ୍ଡରୁ ମିଳିଲା ଆଶ୍ଵସ୍ତି...