ଭୁବନେଶ୍ୱର,୨୫/୦୫: ନବଜାତଙ୍କୁ ଗ୍ରାସୁଛି ବିପଜ୍ଜନକ  ହେପାଟାଇଟିସ ରୋଗ । ମା’ ଗର୍ଭରୁ ଜନ୍ମ ନେଉ ନେଉ  ଶରୀରରେ ରହୁଛି ହେପାଟାଇଟିସ-ବି ଭୂତାଣୁ । ଏହାକୁ ନେଇ  ଅଭିଭାବକଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ଗତ ଦୁଇବର୍ଷରେ  ରାଜ୍ୟରେ ମୋଟ ୧୧୪୭ଜଣ ନବଜାତ ଏହି ମାରାତ୍ମକ  ରୋଗରେ ଆକ୍ରାନ୍ତ ହୋଇଛନ୍ତି । 

କେବଳ ଶିଶୁ ନୁହନ୍ତି, ମହିଳା ଯୌନକର୍ମୀ, ସମଲିଙ୍ଗୀ,  କଏଦୀ, ଡ୍ରଗ୍‌ସ ଖାଉଥିବା ବ୍ୟକ୍ତିଙ୍କୁ  ହେପାଟାଇଟିସ-ବି ଓ ସି ହେବା ଅଧିକ  ଆଶଙ୍କା ରହିଛି । ତେଣୁ ଏହି ବର୍ଗର  ଲୋକେ ଅଧିକ ସଚେତନ ହେବା  ଦରକାର । ସ୍ୱାସ୍ଥ୍ୟ ବିଭାଗ ତଥ୍ୟ  ଅନୁସାରେ, ୨୦୨୩ରେ ୮୧୭ଜଣ ବ୍ୟକ୍ତି ହେପାଟାଇଟିସ-ବି  ଏବଂ ୧୯୧ଜଣ ହେପାଟାଇଟିସ-ସିରେ ଆକ୍ରାନ୍ତ ହୋଇଥିଲେ ।  ହେଲେ ୨୦୨୪ରେ ଏହି ସଂଖ୍ୟା ଆଶ୍ଚର୍ଯ୍ୟଜନକ ଭାବରେ  ବୃଦ୍ଧି ପାଇଛି । ଗତବର୍ଷ ୬୮୩ଜଣ ବ୍ୟକ୍ତି ହେପାଟାଇଟିସ-ବି  ଏବଂ ୨୯୮ଜଣ ହେପାଟାଇଟିସ-ସିରେ ଆକ୍ରାନ୍ତ ହୋଇଛନ୍ତି ।  ସେହିପରି ୧୫୨୨ଜଣ ଗର୍ଭବତୀ ମହିଳାଙ୍କ ଶରୀରରେ ମଧ୍ୟ  ହେପାଟାଇଟିସ-ବି ଚିହ୍ନଟ ହୋଇଛି । ୨୦୨୩ରେ ୪୫୪  ଓ ୨୦୨୪ରେ ୬୯୩ଜଣ ନବଜାତ ହେପାଟାଇଟିସ-ବିରେ  ପୀଡ଼ିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହୋଇଛନ୍ତି । ତେବେ  ହେପାଟାଇଟିସ ଯୋଗୁ କାହାରି ମୃତ୍ୟୁ ଘଟିଥିବା ଜଣାପଡ଼ିନି । ହେପାଟାଇଟିସ ରୋଗ ସିଧାସଳଖ ଯକୃତକୁ ଆକ୍ରାନ୍ତ  କରେ । ଫଳରେ ଯକୃତ ପୋଡ଼ାଜଳା ହୁଏ । ଯଦି ପ୍ରାରମ୍ଭରୁ  ଏହାର ଚିକିତ୍ସା ନକରାଯିବ ତେବେ ଜୀବନସାରା ଔଷଧ  ଖାଇବାକୁ ପଡ଼େ । ନଚେତ୍‌ ଯକୃତ ନଷ୍ଟ ହୋଇଯାଏ । ଏହା  ଏକ ସଂକ୍ରାମକ ରୋଗ ହୋଇଥିବାରୁ ରୋଗୀଙ୍କଠାରୁ ଦୂରେଇ  ରହିବା ଆବଶ୍ୟକ । 

ହେପାଟାଇଟିସ-ବି  ରୋଗ ଆରମ୍ଭରୁ ଚିକିତ୍ସା ଦ୍ୱାରା ଭଲ  ହୋଇପାରିବ । ହେଲେ ହେପାଟାଇଟିସସିର ଚିକିତ୍ସା ନଥିବା ବେଳେ ଟିକାକରଣ  ଦ୍ୱାରା ଏହାକୁ ନିୟନ୍ତ୍ରଣ କରାଯିବ ।  ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁସାରେ, ହେପାଟାଇଟିସ୍‌-ବିରେ  ଆକ୍ରାନ୍ତ ଶିଶୁଙ୍କୁ ହେପାଟାଇଟ୍‌ସ-ବି ଇମିନ୍ୟୁ ଗ୍ଲୋବଲିନ୍‌  ଟିକା ଦିଆଯାଉଛି । ରାଜ୍ୟରେ ହେପାଟାଇଟିସ ଦୂରୀକରଣ  ପାଇଁ ୨୦୧୮ରେ ଜାତୀୟ ସଂକ୍ରମଣ ହେପାଟାଇଟିସ  ନିୟନ୍ତ୍ରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ଯୌନକର୍ମୀ,  ସମଲିଙ୍ଗୀ, ଶିଶୁ, ଗର୍ଭବତୀଙ୍କ ସ୍କ୍ରିନିଂ କରାଯାଉଛି । ଯଦି  କେହି ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ତେବେ ସେମାନଙ୍କୁ  ସରକାରୀସ୍ତରରେ ଦେୟମୁକ୍ତ ପ୍ରତିଷେଧକ ଟିକା ଦିଆଯାଉଛ