ଭୁବନେଶ୍ୱର,୨୫/୦୫: ନବଜାତଙ୍କୁ ଗ୍ରାସୁଛି ବିପଜ୍ଜନକ ହେପାଟାଇଟିସ ରୋଗ । ମା’ ଗର୍ଭରୁ ଜନ୍ମ ନେଉ ନେଉ ଶରୀରରେ ରହୁଛି ହେପାଟାଇଟିସ-ବି ଭୂତାଣୁ । ଏହାକୁ ନେଇ ଅଭିଭାବକଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ଗତ ଦୁଇବର୍ଷରେ ରାଜ୍ୟରେ ମୋଟ ୧୧୪୭ଜଣ ନବଜାତ ଏହି ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇଛନ୍ତି ।
କେବଳ ଶିଶୁ ନୁହନ୍ତି, ମହିଳା ଯୌନକର୍ମୀ, ସମଲିଙ୍ଗୀ, କଏଦୀ, ଡ୍ରଗ୍ସ ଖାଉଥିବା ବ୍ୟକ୍ତିଙ୍କୁ ହେପାଟାଇଟିସ-ବି ଓ ସି ହେବା ଅଧିକ ଆଶଙ୍କା ରହିଛି । ତେଣୁ ଏହି ବର୍ଗର ଲୋକେ ଅଧିକ ସଚେତନ ହେବା ଦରକାର । ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଅନୁସାରେ, ୨୦୨୩ରେ ୮୧୭ଜଣ ବ୍ୟକ୍ତି ହେପାଟାଇଟିସ-ବି ଏବଂ ୧୯୧ଜଣ ହେପାଟାଇଟିସ-ସିରେ ଆକ୍ରାନ୍ତ ହୋଇଥିଲେ । ହେଲେ ୨୦୨୪ରେ ଏହି ସଂଖ୍ୟା ଆଶ୍ଚର୍ଯ୍ୟଜନକ ଭାବରେ ବୃଦ୍ଧି ପାଇଛି । ଗତବର୍ଷ ୬୮୩ଜଣ ବ୍ୟକ୍ତି ହେପାଟାଇଟିସ-ବି ଏବଂ ୨୯୮ଜଣ ହେପାଟାଇଟିସ-ସିରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ୧୫୨୨ଜଣ ଗର୍ଭବତୀ ମହିଳାଙ୍କ ଶରୀରରେ ମଧ୍ୟ ହେପାଟାଇଟିସ-ବି ଚିହ୍ନଟ ହୋଇଛି । ୨୦୨୩ରେ ୪୫୪ ଓ ୨୦୨୪ରେ ୬୯୩ଜଣ ନବଜାତ ହେପାଟାଇଟିସ-ବିରେ ପୀଡ଼ିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହୋଇଛନ୍ତି । ତେବେ ହେପାଟାଇଟିସ ଯୋଗୁ କାହାରି ମୃତ୍ୟୁ ଘଟିଥିବା ଜଣାପଡ଼ିନି । ହେପାଟାଇଟିସ ରୋଗ ସିଧାସଳଖ ଯକୃତକୁ ଆକ୍ରାନ୍ତ କରେ । ଫଳରେ ଯକୃତ ପୋଡ଼ାଜଳା ହୁଏ । ଯଦି ପ୍ରାରମ୍ଭରୁ ଏହାର ଚିକିତ୍ସା ନକରାଯିବ ତେବେ ଜୀବନସାରା ଔଷଧ ଖାଇବାକୁ ପଡ଼େ । ନଚେତ୍ ଯକୃତ ନଷ୍ଟ ହୋଇଯାଏ । ଏହା ଏକ ସଂକ୍ରାମକ ରୋଗ ହୋଇଥିବାରୁ ରୋଗୀଙ୍କଠାରୁ ଦୂରେଇ ରହିବା ଆବଶ୍ୟକ ।
ହେପାଟାଇଟିସ-ବି ରୋଗ ଆରମ୍ଭରୁ ଚିକିତ୍ସା ଦ୍ୱାରା ଭଲ ହୋଇପାରିବ । ହେଲେ ହେପାଟାଇଟିସସିର ଚିକିତ୍ସା ନଥିବା ବେଳେ ଟିକାକରଣ ଦ୍ୱାରା ଏହାକୁ ନିୟନ୍ତ୍ରଣ କରାଯିବ । ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁସାରେ, ହେପାଟାଇଟିସ୍-ବିରେ ଆକ୍ରାନ୍ତ ଶିଶୁଙ୍କୁ ହେପାଟାଇଟ୍ସ-ବି ଇମିନ୍ୟୁ ଗ୍ଲୋବଲିନ୍ ଟିକା ଦିଆଯାଉଛି । ରାଜ୍ୟରେ ହେପାଟାଇଟିସ ଦୂରୀକରଣ ପାଇଁ ୨୦୧୮ରେ ଜାତୀୟ ସଂକ୍ରମଣ ହେପାଟାଇଟିସ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ଯୌନକର୍ମୀ, ସମଲିଙ୍ଗୀ, ଶିଶୁ, ଗର୍ଭବତୀଙ୍କ ସ୍କ୍ରିନିଂ କରାଯାଉଛି । ଯଦି କେହି ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ତେବେ ସେମାନଙ୍କୁ ସରକାରୀସ୍ତରରେ ଦେୟମୁକ୍ତ ପ୍ରତିଷେଧକ ଟିକା ଦିଆଯାଉଛ