ନୂଆଦିଲ୍ଲୀ,୧୩।୧୨: ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍ଆଇଏ) ପକ୍ଷରୁ ତାମିଲନାଡୁରେ ବଡ଼ ଧରଣର ଆକ୍ସନ। ଆଇଏସଆଇଏସ୍ ରେଡିକଲାଇଜେସନ୍ ଓ ନିଯୁକ୍ତ ମାମଲାରେ ଶୁକ୍ରବାର ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏନ୍ଆଇଏ। ୭ ଜଣ ଅଭିଯୁକ୍ତ ଓ ଜଣେ ରେଜିଷ୍ଟର୍ଡ ସୋସାଇଟି ବିରୋଧରେ ସପ୍ଲିମେଣ୍ଟ ଚାର୍ଜସିଟ୍ ଦାଖଲ କରିଛି। ଏହି ମାମଲା ୨୦୨୩ ରୁ ଚାଲିଥିବା ଯାଞ୍ଚ ପକ୍ରିୟାର ଅଂଶ ରହିଛି, ଯେଉଁଥିରେ ବହୁ ଯୁବପୀଢିଙ୍କୁ ଆତଙ୍କବାଦୀ ଗତିବିଧି ପାଇଁ ଉସକା ଯାଉଥିବା ନେଇ ଅଭିଯୋଗ ସାମନାକୁ ଆସିଛି। ଚାର୍ଜସିଟ୍ରେ ସାମିଲ ସୋସାଇଟିର ନାଁ କୋଭଇ ଅରେବିକ୍ ଏଜୁକେସନାଲ ଆସୋସିଏସନ୍ (କେଏଇଏ) ରହିଛି। ଏନ୍ଆଇଏ ପକ୍ଷରୁ ଆଇପିସିଓ ୟୁଏପିଏର ବହୁ ଧାରା ଅନୁସାରେ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଏନ୍ଆଇଏ ଏହି ସପ୍ଲିମେଣ୍ଟରୀ ଚାର୍ଜସିଟ୍ରେ କେଏଇଏ ସୋସାଇଟିକୁ ମଧ୍ୟ ଅଭିଯୁକ୍ତ ବୋଲି କହିଛି। ଯାହାକୁ ଏକ ଆଇନଗତ ସଂସ୍ଥା ଭାବରେ ଚାର୍ଜ କରାଯାଇଛି। ଏହା ହେଉଛି ସେହି ସଂସ୍ଥା ଯାହା ଅନୁସାରେ କୋଭଇ ଏରୋବିକ୍ କଲେଜ୍ ପରିଚାଳିତ ହୋଇଥାଏ। ତଦନ୍ତକାରୀଏଜେନ୍ସି ଅନୁସାରେ, ଏହି ସଂସ୍ଥା ମାଧ୍ୟମରେ ସନ୍ଦିଗ୍ଧ ଗତିବିଧିକୁ ପ୍ରୋତ୍ସାହନ ଦିଆଯାଇଛି ଓ ଯୁବପୀଢିଙ୍କୁ କଠୋରପନ୍ଥୀ ବିଚାରଧାରା ଆଡକୁ ଟାଣି ନିଆଯାଉଛି। ସୋସାଇଟିର ଭୂମିକାର ଯାଞ୍ଚରେ ବହୁ ଗମ୍ଭୀର ତଥ୍ୟ ସାମନାକୁ ଆସିଛି।
ଏହା ପୂର୍ବରୁ ଏନ୍ଆଇଏ ଏହି ମାମଲାରେ ୪ ଜଣ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା। ଯେଉଁଥିରେ ମାଡ୍ରାସ ଏରୋବିକ୍ କଲେଜ୍ର ପ୍ରିନ୍ସପାଲ ଜମିଲ ବାସା ମଧ୍ୟ ସାମିଲ ଥିଲେ। ଏହି କେସ୍ ଏନ୍ଆଇର ଫାଇଲ ଆରସି 01/2023/NIA/CHE ର ଅଂଶ। ଏହି ପୁରା ମାମଲା ଅକ୍ଟୋବର ୨୦୨୨ ରେ ହୋଇଥିବା କୋଏମ୍ବାଟୁର କାର-ବମ୍ ବିସ୍ଫୋରଣ ଯାଞ୍ଚ ସହ ଜଡିତ, ଯେଉଁଥିରେ ସାମିଲ ୧୮ ଅଭିଯୁକ୍ତଙ୍କ ଭିତରୁ ୧୪ ଅଭିଯୁକ୍ତ ଏହି କଲେଜର ଛାତ୍ର ଥିଲେ। ଏନ୍ଆଇଏ ଯେଉଁ ୭ ଅଭିଯୁକ୍ତଙ୍କ ବିରୋଧରେ ସପ୍ଲିମେଣ୍ଟରୀ ଚାର୍ଜସିଟ୍ ଦାଖଲ କରିଛି। ଏମାନେ ସମସ୍ତେ ଜମିଲ ବାଶର ଛାତ୍ର। ଯାହାଙ୍କ ନାଁ ମହମ୍ମଦ ହୁସେନ, ଇରଶାତ୍, ଅହମ୍ମଦ ଅଲ୍ଲୀ, ଅବୁ ହନିଫ୍, ଜବାହର ସାଦିକ୍, ଶେଖ୍ ଦାଉଦ ଓ ରାଜା ମହମ୍ମଦ ରହିଛି। ଏଥିରେ ମହମ୍ମଦ ହୁସେନ ଓ ଇରଶାତ୍ ପୂର୍ବରୁ ଦାଖଲ ହୋଇଥିବା ମୂଳ ଚାର୍ଜସିଟ୍ରେ ଅଭିଯୁକ୍ତ ଥିଲେ। ଏବେ ତାଙ୍କ ବିରୋଧରେ ଅତିରିକ୍ତ ଧାରା ଅନୁସାରେ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ମାମଲା ଅଗଷ୍ଟ ୨୦୨୩ରେ ଏନ୍ଆଇଏର ଚେନ୍ନାଇ ଶାଖା ରୁଜୁ କରିଥିଲା। ଯାଞ୍ଚ ବେଳେ ଜଣାପଡିଥିଲା ଆଇଏସଆଇଏସ୍ ଦ୍ବାରା ଅନୁପ୍ରାଣିତ କଠୋରପନ୍ଥୀ ସଂସ୍ଥା, ଫ୍ରି ଆରବିକ୍ ଭାଷା ନାମରେ ସମ୍ବେଦନଶୀଳ ଓ ଦୁର୍ବଳ ଯୁବପୀଢିଙ୍କୁ ଆତଙ୍କବାଦୀ ଗତିବିଧି ପ୍ରତି ପ୍ରଭାବିତ କରୁଛି। ଏହି ପୁରା ନେଟଓ୍ବର୍କ ତାମିଲନାଡୁରୁ ଦ୍ରୁତ ଗତିରେ ବ୍ୟାପୁଥିଲା।