ଭୁବନେଶ୍ବର ୨୮।୪ : କ୍ୟାପିଟାଲ ହସ୍ପିଟାଲରେ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) । ଭୁବନେଶ୍ୱର ଆଜାଦ ନଗର ବୋମା ବିସ୍ଫୋରଣ ଘଟଣାରେ NIA ଟିମ୍ ଛାନ୍ଭିନ୍ ଜାରି ରଖିଛି । ବିସ୍ଫୋରଣ ଘଟଣାରେ ସାକ୍ଷୀଙ୍କ ବୟାନ ରେକର୍ଡ କରୁଛି ସ୍ୱତନ୍ତ୍ର ଟିମ୍ ।
ଭୁବନେଶ୍ୱର ଆଜାଦଗନର ବିସ୍ଫୋରଣ ଘଟଣାର NIA ଟିମ୍ ଛାନ୍ଭିନ୍ କରୁଛି । ଏହି ଅନୁଯାୟୀ ସାକ୍ଷୀଙ୍କ ବୟାନ ରେକର୍ଡ କରିବାକୁ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଛି NIA ଟିମ୍ । ମଙ୍ଗଳବାର NIA ଟିମ୍ କ୍ୟାପିଟାଲ ହସ୍ପିଟାଲକୁ ଯାଇ ସାକ୍ଷୀମାନଙ୍କୁ ପଚରାଉଚରା କରିଛି । ଏହାପରେ ସେମାନଙ୍କ ବୟାନ ମଧ୍ୟ ରେକର୍ଡ କରିଛି । ସେହିପରି ପୂର୍ବରୁ ମଧ୍ୟ ଏହି ଘଟଣାରେ ୫ ଜଣ ଯୁବକଙ୍କୁ NIA ଅଫିସକୁ ଡାକି ପଚରାଉଚରା କରିଛି । ସାକ୍ଷୀଙ୍କୁ ପଚରାଉଚରା ପରେ ପ୍ରମାଣ ଏକାଠି ପାଇଁ NIA ଆରମ୍ଭ କରିଛି ପ୍ରକ୍ରିୟା । କିନ୍ତୁ RDX ଲିଙ୍କର ଏକ ବଡ଼ ପ୍ରମାଣ ସହ ଓଡ଼ିଶା ଲିଙ୍କ ନେଇ ତନାଘନା କରୁଛି ଜାତୀୟ ତଦନ୍ତକାରୀ ସଂସ୍ଥା ।
ସୂଚନାଯୋଗ୍ୟ ଯେ , ସୂଚନାଯୋଗ୍ୟ ଯେ, ୨୦୨୬ ଜାନୁୟାରୀ ୨୭ ତାରିଖରେ ଆଜାଦନଗରରେ ଘଟିଥିଲା ଭୟଙ୍କର ବିସ୍ପୋରଣ I ଅଭିଯୁକ୍ତ ସେହନୱାଜ ମଲ୍ଲିକ, ତାଙ୍କ ମାଆ ଲିଜାତୁନ ବିବି , ସେହେନାଜର ପ୍ରେମିକା ତୃପ୍ତିମୟୀ ଓ ସହଯୋଗି ଅମୀୟ ମଲ୍ଲିକ ବୋମା ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ I ଅଭିଯୁକ୍ତ ସେହେନୱାଜ ଓ ତାଙ୍କ ମା’ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଥିଲା।
ବୋମା ବିସ୍ଫୋରଣ ଘଟଣାର ଏନଆଇଏ ଟିମ ତଦନ୍ତ ଆରମ୍ଭ କରିଥିଲା । ଏନଆଇଏର ତିନିଜଣିଆ ଟିମ ଏୟାରରଫିଲ୍ଡ ଥାନାରେ ପହଞ୍ଚି ବୋମା ବିସ୍ପୋରଣ ଘଟଣାର ତଦନ୍ତକାରୀ ଅଧିକାରୀଙ୍କ ନିକଟରୁ ସମସ୍ତ ତଥ୍ୟ ହାସଲ କରିଛି । ଆଜି ପର୍ଯ୍ୟନ୍ତ ବୋମା ବିସ୍ପୋରଣ ଘଟଣାରେ ମିଳିଥିବା ସୁରାକ , ଫୋରେନସିକ ରିପୋର୍ଟ , ଘଟଣା ସ୍ଥଳରୁ ମିଳିଥିବା ବିସ୍ଫୋରଣ ସମୟର ସିସିଟିଭିର ହାର୍ଡଡିସ୍କ କୁ ନିଜ ହେପାଜତକୁ ନେଇଥିଲା । ଏହା ସହିତ ତଦନ୍ତକାରୀ ଅଧିକାରୀ ରେକର୍ଡ କରିଥିବା ଦୁଇ ଭିଯୁକ୍ତଙ୍କ ମ଼ତ୍ୟୁକାଳିନ ଜମାନବନ୍ଦୀ, ଅଭିଯୁକ୍ତ ମାନଙ୍କ ବଯାନକୁ ମଧ୍ୟ ନିଜ ହେପାଜତକୁ ନେଇଛି । ଏହା ପୁର୍ବରୁ ଏନ ଆଇ ଏ ଟିମ ବୋମା ବିସ୍ପୋରଣ ସ୍ଥଳକୁ ଦୁଇ ଦୁଇଥର ଯାଇ ତଦନ୍ତ କରି ଫେରିଛନ୍ତି ।
ଆହୁରି ପଢନ୍ତୁ : ଟଙ୍କା ପାଇଁ ଭଉଣୀର ଶବ ବ୍ୟାଙ୍କ ଆଣିବା ଘଟଣା