ପ୍ରମୂଖ ଖବର
  • ଧାମି ସରକାରଙ୍କ ବଡ଼ ନିଷ୍ପତ୍ତି,ଉତ୍ତରାଖଣ୍ଡର ସବୁ ସ୍କୁଲ୍‌ରେ ଗୀତା ପାଠ ବାଧ୍ୟତାମୂଳକ
  • ||
  • ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା : କ୍ରାଇମବ୍ରାଞ୍ଚ କରିବ ତଦନ୍ତ
  • ||
  • କଂଗ୍ରେସର ଓଡିଶା ବନ୍ଦ ଡାକରା ଯୋଗୁ ଗୁରୁବାର ବନ୍ଦ ରହିବ ପେଟ୍ରୋଲ ପମ୍ପ
  • ||
  • ଆସନ୍ତା ୨୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଂଗ୍ରେସର ଓଡ଼ିଶା ବନ୍ଦ ଡାକରା, ଶାନ୍ତି ଶୃଙ୍ଖଳାରେ ବନ୍ଦକୁ ସମର୍ଥନ କରିବାକୁ ଭକ୍ତଙ୍କ ଅପିଲ୍
  • ||
  • ମୟୂରଭଞ୍ଜ : ଅନ୍ଧ ବିଶ୍ୱାସ ଓ ତନ୍ତ୍ର ପୂଜା ପାଇଁ ଘରେ ରଖିଥିଲେ ବାଘ ଛାଲ, ୭ ଅଭିଯୁକ୍ତ ଗିରଫ
  • ||
  • ଗୁରୁବାର ମହାପ୍ରଭୁଙ୍କର ବନକଲାଗି ନୀତି, ସନ୍ଧ୍ୟା ସାଢେ ୬ଟାରୁ ରାତି ୧୧ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଜଳେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ବାଲେଶ୍ୱର ଜିଲ୍ଲା ବନ୍ଦ ଡାକରା, ଦିନ ୨ଟା ପର୍ଯ୍ୟନ୍ତ ଚକଅଖ ବନ୍ଦ
  • ||
  • ନୂଆପଡ଼ା: ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||
  • ମୟୂରଭଞ୍ଜ: ରକ୍ତ ସମ୍ପର୍କରେ ରକ୍ତ ଛିଟା; ବୃଦ୍ଧ ବାପା ଓ ମାଆଙ୍କୁ ହତ୍ୟାକଲା ମଦ୍ୟପ ପୁଅ
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଘରେ ପଶିଲା କାର୍; ଜଣେ ମୃତ, ୪ଆହତ
  • ||
  • ଓଡ଼ିଶା ବନ୍ଦ ପାଇଁ ଟିଏଲ୍‌ଟି ନିଯୁକ୍ତି ପରୀକ୍ଷା ସ୍ଥଗିତ, ୧୮ରେ ହେବ ପରୀକ୍ଷା
  • ||
  • ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା, ୧୯ ଯାଏ ଢାଳିବ
  • ||
  • ଆମେରିକାର ଟାରିଫ୍‌ ଛାଟରେ ଚିନ୍ତାରେ ଏସୀୟ ଦେଶ : ପୋଷାକ ରପ୍ତାନିରେ ଲାଭ ଉଠାଇପାରିବ ଭାରତ
  • ||
  • ନୂଆପଡ଼ା : ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||

ନିଖିଳ ଓଡ଼ିଶା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଂଘ ବୈଠକ: ୨୬ଟି ଜିଲ୍ଲା ପଞ୍ଚାୟତ ଅଧିକାରୀ ଓ ୧୬୪ ଅତିରିକ୍ତ ବିଡିଓ ପଦବି ଖାଲି

Published By : Prameya | November 12, 2024 10:44 AM

ଭୁବନେଶ୍ୱର, ୧୨/୧୧: ନିଖିଳ  ଓଡ଼ିଶା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ  ଅଧିକାରୀ ସଂଘର ଦ୍ୱିତୀୟ ବାର୍ଷିକ  ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।  ସଂଘ ସଭାପତି ନିରୋଦ କୁମାର ସାମଲ  କହିଥିଲେ, ପଞ୍ଚାୟତିରାଜ ବିଭାଗ ରାଜସ୍ୱ  ବିଭାଗର ଉପନିବେଶ ବିଭାଗ ଭାବେ  ରହିଛି । ଓଡ଼ିଶା ଲୋକସେବା ଆୟୋଗ  ଦ୍ୱାରା ହେଉଥିବା ଲିଖିତ ଓ ମୌଖିକ  ପରୀକ୍ଷା ମାଧ୍ୟମରେ ଚୟନ ହେଉ ନାହିଁ ।  ଓଡ଼ିଶା ପ୍ରଶାସନିକ ଅଧିକାରୀ ଭାବେ  ଏକ ଚତୁର୍ଥାଂଶ ବ୍ୟକ୍ତି ନିଜର ପ୍ରାରମ୍ଭିକ  ବୃତ୍ତି ଶିକ୍ଷକ, ସ୍ୱାସ୍ଥ୍ୟ କର୍ମଚାରୀ, ନର୍ସ,  ଷ୍ଟେନୋ, ଆର୍‌ଆଇ, ଅମିନ, କିରାଣୀ,  ଆଇସିଡିଏସ୍‌ ସୁପରଭାଇଜର ଓ ଅଡିଟର  ଇତ୍ୟାଦି ପଦବିରେ ଦୀର୍ଘ ଦିନ କାର୍ଯ୍ୟ  କରିବା ପରେ କେବଳ ରାଜସ୍ୱ ବିଭାଗ ଜରିଆରେ ଓଡ଼ିଶା ପ୍ରଶାସନିକ ସେବା ପଦବି ମଣ୍ଡନ କରୁଛନ୍ତି । 

ରାଜସ୍ୱ ବିଭାଗ  ନିଜ ବିଭାଗର ସ୍ୱତନ୍ତ୍ରତା ବଜାୟ ରଖିବା  ସହ ଅନ୍ୟ ବିଭାଗର ପଦବିରେ ନିଜ  ଅଧିକାରୀଙ୍କ ନିମନ୍ତେ ପଦବି ସରଂକ୍ଷିତ ରଖି ପଞ୍ଚାୟତିରାଜ ବିଭାଗରେ ନିଜର  ପଦୋନ୍ନତି ପ୍ରାପ୍ତ ଅଧିକାରୀଙ୍କୁ ବିଡିଓ  ପଦବିରେ ନିଯୁକ୍ତି ଦେବାରେ ସକ୍ଷମ  ହେଉଛି । ଫଳରେ ପଞ୍ଚାୟତିରାଜ  କର୍ମଚାରୀଙ୍କ ମୌଳିକ ଅଧିକାର କ୍ଷୁଣ୍ଣ  ହେଉଛି । ଏବିଡିଓମାନଙ୍କର ୧୦/୩୦  ବର୍ଷର ଦକ୍ଷତା ଓ ଅଭିଜ୍ଞତାକୁ ସଦୁପଯୋଗ କରାଯାଉ ନାହିଁ । ପ୍ରଶାସନ କାର୍ଯ୍ୟ ଉପରେ  ଆଦୌ ଅଭିଜ୍ଞତା ନଥିବା ଅଧିକାରୀଙ୍କୁ  ବିଡିଓ କରାଯାଉଛି । ବର୍ତ୍ତମାନ ସୁଦ୍ଧା  ୨୬ଟି ଜିଲ୍ଲା ପଞ୍ଚାୟତ ଅଧିକାରୀ  ଓ ୧୬୪ ଅତିରିକ୍ତ ବିଡିଓ ପଦବି  ଖାଲି ପଡ଼ିଛି । 

ଉପସଭାପତି ସଞ୍ଜୟ  କୁମାର ଦାସ କହିଲେ, ପଞ୍ଚାୟତିରାଜ ବିଭାଗର ଟାଳଟୁଳ ନୀତି ଯୋଗୁଁ  ପଞ୍ଚାୟତିରାଜ ସେବା କ୍ୟାଡରରେ ଥିବା  ତ୍ରୁଟି ସଂଶୋଧନ ହୋଇପାରୁ ନାହିଁ  କି ଅର୍ଥ ବିଭାଗ ଦ୍ୱାରା ଅନୁମୋଦନ  ହୋଇଥିବା ୩୦ ଶତକଡ଼ା ଏବିଡିଓ ପଦବି  ପାଇଁ ଓପିଏସ୍‌ସି ଦ୍ୱାରା ଚୟନ ପ୍ରକ୍ରିୟା  ପାଇଁ ବିଜ୍ଞପ୍ତି ପ୍ରକାଶ ପାଇପାରୁ ନାହିଁ । ଅନେକ ବରିଷ୍ଠ ଏବିଡିଓ ଓ ଉପଖଣ୍ଡ  ପଞ୍ଚାୟତ ଅଧିକାରୀମାନେ ଜିଲ୍ଲା ପଞ୍ଚାୟତ  ଅଧିକାରୀ ଭାବେ ପଦୋନ୍ନତି ପାଇବାରୁ  ବଞ୍ଚିତ ହେବା ସହ ବାଧ୍ୟ ହୋଇ ନିଜ  ନିଜ ପଦବିରୁ ଅବସର ନେଉଛନ୍ତି ।  ଅନ୍ୟମାନଙ୍କ ମଧ୍ୟରେ ସାଧାରଣ ସମ୍ପାଦକ  ଜିତେନ୍ଦ୍ରୀୟ ମୁଣ୍ଡା, ଶ୍ରୀଧର ପଣ୍ଡା, ପଲ୍ଲବୀ ରାଉତଙ୍କ ଉପସ୍ଥିତ ଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.