ନୂଆଦିଲ୍ଲୀ,୧୯।୧: ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ନୀତିନ ନବୀନ ଦଳର ନୂତନ ଅଧ୍ୟକ୍ଷ ପଦ ପାଇଁ ନିଜର ନାମାଙ୍କନ ଦାଖଲ କରିଛନ୍ତି। ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରସ୍ତାବକ ହୋଇଛନ୍ତି। ତାଙ୍କର ନାମାଙ୍କନ ପକ୍ରିୟା ବେଳେ ଜେପି ନଡ୍ଡା ଓ ହରଦୀପ ସିଂହ ପୁରୀଙ୍କ ସହ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ। ଏହାଛଡା ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ,ରାଜ୍ୟ ୟୁନିଟର ଅଧ୍ୟକ୍ଷ, ସାଂସଦ ଓ ଅନ୍ୟ ପଦାଧିକାରୀ ମଧ୍ୟ ପହଁଞ୍ଚିଥିଲେ। ଏହି ଅବସରରେ ସଂଗଠନାତ୍ମକ ଏକତା ଓ ପାର୍ଟିକୁ ଜୋରଦାର ସମର୍ଥନ ରୂପରେ ପ୍ରଦର୍ଶିତ କରାଯାଇଛି।

​​​​​​​

୨୦ ଜାନୁଆରୀରେ ବିଜେପିର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନାମରେ ଔପଚାରିକ ଘୋଷଣା କରାଯିବାର ସମ୍ଭାବନା ରହିଛି। ଏହି ଅବସରରେ ଦିଲ୍ଲୀ ଛତିଶଗଡରୁ ବିଜେପିର ସବୁ ବରିଷ୍ଠ ନେତା ଏବଂ ବହୁ ସଂଖ୍ୟାରେ କର୍ମୀ ଉପସ୍ଥିତ ରହିବେ, ଯାହାଫଳରେ କାର୍ଯ୍ୟକ୍ରମକୁ ଭବ୍ୟ ସ୍ବରୂପ ମିଳିବାର ଆଶା କରାଯାଉଛି। ଉଲ୍ଲେଖନୀୟ ଯେ, ନୀତିନ ନବୀନଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ପଦର ଦାୟିତ୍ବ   ଦିଆଯାଇଥିଲା। ଏବେ ସେ ଦ୍ବାଦଶତମ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବରେ ତାଙ୍କର ନିର୍ବିରୋଧ ନିର୍ବାଚିତ ହେବା ସ୍ପଷ୍ଟ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହିତ ବିଜେପିର ଶୀର୍ଷ ନେତୃତ୍ବଙ୍କ ପୁରା ସମର୍ଥନ ତାଙ୍କୁ ମିଳିଛି।

ନୀତିନ ନବୀନ ହେଉଛନ୍ତି ଦିଂବଗତ ବିଜେପି ନେତା ନବୀନ କିଶୋର ପ୍ରସାଦ ସିହ୍ନାଙ୍କ ପୁଅ। ତାଙ୍କ ବାପା ଜେପି ଆନ୍ଦୋଳନରୁ ରାଜନୀତିର ଆରମ୍ଭ କରିଥିଳେ। ସେଭଳି ନୀତୀନ ନବୀନଙ୍କ ଜନ୍ମ ୧୯୮୦ ରେ ପାଟନାରେ ହୋଇଥିଲା। ୨୦୦୫ରେ ତାଙ୍କ ବାପାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ସେ ତାଙ୍କ ସିଟ୍‌ରୁ ଉପ-ନିର୍ବାଚନ ଜିତି ବିଧାୟକ ହୋଇଥିଲ। ୨୦୧୬ ରେ ତାଙ୍କୁ ବିଜେପି ଯୁବ ମୋର୍ଚ୍ଚାର ପ୍ରଦେଶ ଅଧ୍ୟକ୍ଷ କରାଯାଇଥିଲା। ଏହାପରେ ସେ ଲଗାତାର ସଂଗଠନ ପାଇଁ ସକ୍ରିୟ ରହିଥିଲେ। ୫ ଥର ବିଧାୟକ ଏବଂ ୩ ଥର ମନ୍ତ୍ରୀ ରହିସାରିଛନ୍ତି। ୨୦୨୫ବିଧାନସଭା ନିର୍ବାଚନରେ ବିଜେପିର ଖୁବ୍ ଭଲ ପ୍ରଦର୍ଶନ ପରେ ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଦାୟିତ୍ବ ତାଙ୍କୁ ଦିଆଯାଇଥିଲା। ତେବେ ସେ ଏବେ ବିଜେପିର ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ହେବାକୁ ଯାଉଛନ୍ତି।

ଆହୁରି ପଢନ୍ତୁ :ଅପର୍ଣ୍ଣାଙ୍କୁ ଛାଡପତ୍ର ଦେବେ ପ୍ରତୀକ ଯାଦବ, ଇନଷ୍ଟାଗ୍ରାମ୍‌ରେ ପୋଷ୍ଟ କରି କହିଲେ- ମୋର ପରିବାରକୁ ଭାଙ୍ଗିଦେଲେ...