ନୂଆଦିଲ୍ଲୀ,୨୩/୦୬; ଆୟର୍ଲାଣ୍ଡ ଗସ୍ତ ପୂର୍ବରୁ ଭାରତକୁ ବଡ଼ ଝଟକା ଲାଗିଛି । ଟିମ୍ ଇଣ୍ଡିଆର ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡି ଆୟର୍ଲାଣ୍ଡ ବିପକ୍ଷ ଟି-୨୦ ସିରିଜରୁ ବାଦ ପଡ଼ିଛନ୍ତି । ବିସିସିଆଇ ସୂତ୍ରରୁ ଜଣାପଡିଛି ଯେ, ଇଂଲଣ୍ଡ ଗସ୍ତରେ ତାଙ୍କର ଅଂଶଗ୍ରହଣ ମଧ୍ୟ ଅନିଶ୍ଚିତ । ସେ କ୍ୱାଡ୍ରିସେପ୍ସ ଆଘାତ ବୋଲି କୁହାଯାଉଛି । ତେଣୁ ତାଙ୍କୁ ଆୟର୍ଲାଣ୍ଡ ଗସ୍ତରୁ ବାଦ ଦେଇଛି। ସେ ଇଂଲଣ୍ଡରେ ହ୍ୱାଇଟ୍-ବଲ୍ ସିରିଜରେ ଖେଳିବେ କି ନାହିଁ ତାହା ମଧ୍ୟ ଅନିଶ୍ଚିତ । ତାଙ୍କ ସ୍ଥାନରେ ସୂୟଶଂ ସେଗଡେଙ୍କୁ ସ୍ଥାନ ମିଳିଛି ।
ୟୁକେ ଟୁରରେ ନୀତିଶ ରେଡ୍ଡୀ ଗୁରୁତ୍ୱପୂର୍ଣ୍ଣ ଥିଲେ ? ନୀତିଶ ରେଡ୍ଡୀଙ୍କୁ ୟୁକେ ଗସ୍ତ ପାଇଁ ଦିନିକିଆ ଏବଂ ଟି-ଟ୍ୱେଣ୍ଟି ଦଳରେ ସାମିଲ କରାଯାଇଥିଲା । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ସେ ଦଳର ଏକ ପ୍ରମୁଖ ପ୍ୟାକ୍ଟର ଥିଲେ । ତଥାପି, ତାଙ୍କ ଅନୁପସ୍ଥିତି ଏବେ ଟିମ୍ ଇଣ୍ଡିଆର ଚିନ୍ତାକୁ ବଢ଼ାଇ ଦେଇଛି। ଆ
ଏହା ବି ପଢନ୍ତୁ...Vaibhav Sooryavanshi: 'ଶଦ୍ଦ ନାହିଁ'....; ଟିମ୍ ଇଣ୍ଡଆ ଜର୍ସିରେ ନାଁ ଦେଖି ଭାବୁକ ହେଲେ ବୈଭବ,ରଘୁଙ୍କ ପାଦ ଛୁଇଁ ଆର୍ଶୀବାଦ ନେଲେ
ନୀତିଶ ରେଡ୍ଡୀ କେବେ ଆହତ ହୋଇଥିଲେ ? ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜ୍ ସମୟରେ ନୀତିଶ ରେଡ୍ଡିଙ୍କ ହାଡ଼ରେ କ୍ୱାଡ୍ରିସେପ୍ସ ଆଘାତ ଲାଗିଥିଲା । ଧର୍ମଶାଳାରେ ତାଙ୍କର ପ୍ରଥମ ଦିନିକିଆ ୱିକେଟ୍ ନେଇଥିବା ନୀତିଶ ଲକ୍ଷ୍ନୌରେ ଦ୍ୱିତୀୟ ଦିନିକିଆ ଖେଳିପାରି ନଥିଲେ। ଅଧିନାୟକ ଗିଲ୍ ତାଙ୍କ ଅନୁପସ୍ଥିତିର କାରଣ କ୍ୱାଡ୍ରିସେପ୍ସ ସମସ୍ୟା ବୋଲି କହିଥିଲେ । ଚେନ୍ନାଇରେ ତୃତୀୟ ଦିନିକିଆ ଖେଳିଥିଲେ । ୬ ଓଭରରେ ୪୨ ରନ ଦେଇଥିଲେ । ୱିକେଟ୍ ହାସଲ କରିନଥିଲେ । ସେ ସେହି ମ୍ୟାଚ୍ରେ ବ୍ୟାଟିଂ କରି ନଥିଲେ ।
🚨 News 🚨
— BCCI (@BCCI) June 23, 2026
Suryansh Shedge replaces injured Nitish Kumar Reddy in #TeamIndia's squads for Ireland and England series.
More Details 🔽 | #IREvIND | #ENGvIND https://t.co/M92NI1TbE0
ଜୁନ୍ ୨୬ ତାରିଖରେ ଭାରତ-ଆୟର୍ଲାଣ୍ଡ ଟି-ଟ୍ୱେଣ୍ଟି ସିରିଜ ଆରମ୍ଭ ହେବ । ଦୁଇ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ବେଲଫାଷ୍ଟରେ ଖେଳାଯିବ। ଟିମ୍ ଇଣ୍ଡିଆର ଖେଳାଳିମାନେ ଲଣ୍ଡନ ଦେଇ ବେଲଫାଷ୍ଟ ଯାତ୍ରା କରିବେ । ଭାରତର ଆୟର୍ଲାଣ୍ଡ ଗସ୍ତ ଦୁଇଟି କାରଣ ପାଇଁ ଚର୍ଚ୍ଚାରେ ରହିଛି । ପ୍ରଥମତଃ, ଅଧିନାୟକ ହେବା ପରେ ଏହା ଶ୍ରେୟସ ଆୟରଙ୍କ ପ୍ରଥମ ଅନ୍ତର୍ଜାତୀୟ ସିରିଜ ହେବ । ଦ୍ୱିତୀୟତଃ, ଏହା ବୈଭବ ସୂର୍ଯ୍ୟବଶୀଙ୍କ ଡେବ୍ୟୁ ସିରିଜ ହେବାକୁ ଯାଉଛି ।