ନୂଆଦିଲ୍ଲୀ,୧୧/୦୬; ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ଲଣ୍ଡନ ନାଇଟ୍‌ କ୍ଲବ୍‌ରେ ମାରପିଟ୍ ଘଟଣାରେ ସମ୍ପୃକ୍ତ ଥିବା ବେନ୍ ଷ୍ଟୋକ୍ସ ଓ ଗସ୍ ଆଟକିନସନ୍‌ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଉଭୟଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରୁ ବାଦ୍ ଦିଆଯାଇଛି । ଷ୍ଟୋକ୍ସଙ୍କ ଅନୁପସ୍ଥିତିରେ ଜୋ ରୁଟ୍ ଦଳର ନେତୃତ୍ୱ ନେବେ । ସେହିପରି ଜୋଫ୍ରା ଆର୍ଚର ଓ ଜୋର୍ଡାନ କକ୍ସ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଲର୍ଡ୍ସ ଟେଷ୍ଟରେ ନ୍ୟୁଜିଲାଣ୍ଡକୁ ହରାଇବା ପରେ ଷ୍ଟୋକ୍ସ ଓ ଆଟକିନସନ୍ ଲଣ୍ଡନ ନାଇଟ୍‌ କ୍ଲବ୍‌ରେ ପାର୍ଟି କରିଥିଲେ । ଗତ ସୋମବାର ବିଳମ୍ବିତ ରାତ୍ରିରେ ଉଭୟ କୌଣସି ଏକ ଘଟଣାକୁ ନେଇ ଜଣେ ରଗବୀ ଖେଳାଳିଙ୍କୁ ମାଡ଼ ମାରିଥିଲେ ଏବଂ ଜଣେ ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଥିଲେ । ଏହି ଘଟଣାରେ ସ୍ଥାନୀୟ ପୁଲିସ୍ ତଦନ୍ତ ଜାରି ରଖିଛି । ଇସିବି ମଧ୍ୟ ଘଟଣାର ଯାଞ୍ଚ୍ କରୁଛି । ଆସନ୍ତା ୧୭ ତାରିଖରୁ ଓଭାଲ ଷ୍ଟାଡିୟମରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବ ।

ଇଂଲଣ୍ଡ କ୍ରିକେଟ୍ ଦଳର ଟେଷ୍ଟ ଅଧିନାୟକ ବେନ୍ ଷ୍ଟୋକ୍ସ ଏକ ବଡ଼ ବିବାଦ ଘେରରେ ଫସି ଦ୍ୱିତୀୟ ଟେଷ୍ଟରୁ ବାଦ ପଡିଛନ୍ତି ।  । ଏକ ନାଇଟ୍ କ୍ଲବ୍ ବାହାରେ ଘଟିଥିବା ଏକ ମାରପିଟ୍ ଘଟଣାକୁ ନେଇ ଏବେ ସୋସିଆଲ ମିଡିଆ ସମେତ ସାରା କ୍ରିକେଟ୍ ଜଗତରେ ହଲଚଲ ସୃଷ୍ଟି ହୋଇଛି । ସ୍ଥିତି ଏପରି ହୋଇଛି ଯେ, ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ (ECB) ଷ୍ଟୋକ୍ସଙ୍କୁ ଅଧିନାୟକ ପଦରୁ ହଟାଇବା ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ, କିଛି ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଷ୍ଟୋକ୍ସ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା ମଧ୍ୟ କରିପାରନ୍ତି ବୋଲି ଖବର ଆସୁଛି । ଏହାରି ଭିତରେ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରୁ ବେନ୍ ଷ୍ଚୋକ୍ସ ଏବଂ ଆଚକିନସନଙ୍କୁ ବାଦ ଦିଆଯାଇଛି 

ଏହା ବି ପଢନ୍ତୁ...Ben Stokes Fight: ନାଇଟ୍ କ୍ଲବ୍ ବାହାରେ ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସଙ୍କ ଗୁଣ୍ଡାଗର୍ଦ୍ଦି; ମିନିଟ୍କେ ମାରିଲେ ଦଶ ଦଶଟା ବିଧା  

ଇଂଲଣ୍ଡ ଦଳ: ରେହାନ ଅହମ୍ମଦ, ଜୋଫ୍ରା ଆର୍ଚର, ସୋନି ବାକର, ସୋହେବ ବସିର, ଜାକବ ବେଥେଲ, ହ୍ୟାରୀ ବ୍ରୁକ୍ (ଉପଅଧିନାୟକ), ଜୋର୍ଡାନ କକ୍ସ, ବେନ୍ ଡକେଟ, ମାଥ୍ୟୁ ଫିଶର, ଏମିଲିଓ ଗେ, ଜେମ୍ସ ରିଉ, ଓଲି ରବିନସନ୍, ଜୋ ରୁଟ୍ (ଅଧିନାୟକ), ଜାମି ସ୍ମିଥ୍, ଜୋସ୍ ଟଙ୍ଗ ।