ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

Chemistry ରେ ୩ ବୈଜ୍ଞାନିକଙ୍କୁ ନୋବେଲ୍ ପୁରସ୍କାର, ପ୍ରୋଟିନ୍‌ର ସନ୍ଧାନ ଓ ଏଆଇ ମଡେଲ ତିଆରିରେ ରହିଛି ସଫଳ ଯୋଗଦାନ

Published By : Harapriya Biswal | October 9, 2024 4:46 PM

ନୂଆଦିଲ୍ଲୀ,୯।୧୦: ରସାୟନ ବିଜ୍ଞାନ କ୍ଷେତ୍ରରେ ଉତ୍କୃଷ୍ଠତା ପାଇଁ ମିଳିତ ଭାବେ ତିନି ଜଣ ବୈଜ୍ଞାନିକଙ୍କୁ ମିଳିଛି ୨୦୨୪ ନୋବେଲ ପୁରସ୍କାର ।ଏହି ତିନି ବୈଜ୍ଞାନିକ ହେଉଛନ୍ତି ଡାଭିଡ ବାକେର, ଡେମିସ ହାସାବିସ ଓ ଜନ ଏମ୍ ଜମ୍ପର। ଏହି ବୈଜ୍ଞାନିକମାନେ ମିଳିତ ଭାବରେ ୫୦ ବର୍ଷ ଧରି ଚାଲି ଆସିଥିବା ବୈଜ୍ଞାନିକ ରହସ୍ୟକୁ ସମାଧାନ କରିଛନ୍ତି। ଏମାନଙ୍କ ଷ୍ଟଡି କାରଣରୁ ବହୁ ଭ୍ୟାକସିନ୍ ଓ ଔଷଧ ତିଆରି ହୋଇଛି। ଭବିଷ୍ୟତରେ ଆହୁରି ଭଲ ମେଡିକାଲ ଟ୍ରିଟମେଣ୍ଟ ତାଙ୍କର ଷ୍ଟଡି ଆଧାରରେ ଲୋକଙ୍କୁ ମିଳିବ।

କମ୍ପ୍ୟୁଟେସନାଲ ପ୍ରୋଟିନ ଡିଜାଇନ ପାଇଁ ଏହି ୩ ଜଣଙ୍କୁ ନୋବେଲ ଦିଆଯିବ। ତେବେ ପୁରସ୍କାର ବାବଦରେ ମିଳିବାକୁ ଥିବା ଅଧା ଅର୍ଥ ଏକାକୀ ଡାଭିଡ ବାକେର ନେବେ। ବାକି ଅଧା ପୁରସ୍କାର ରାଶି ଡେମିସ ଓ ଜନଙ୍କ ମଧ୍ୟରେ ସମାନ ଭାବେ ବଣ୍ଟା ଯିବ। ଡାଭିଡ କହିଛନ୍ତି, ଜୀବନର ଆରମ୍ଭ  ସ୍ପର୍ମ ବା ଅଣ୍ଡାରୁ ହୁଏ। ନଚେତ ଏକାକୀ ନିଜ ଦମ୍‌ରେ ସନ୍ତାନ ଜନ୍ମ କରୁଥିବା ଜୀବନ ହେଉ ପଛେ, ଏସବୁ ପ୍ରୋଟିନ୍‌ରୁ ହୁଏ। ଡାଭିଡ୍‌ ନିଜ ଜୀବନ ପ୍ରୋଟିନ୍ ନାଁରେ କରିଦେଇଛନ୍ତି। ସେ ସମ୍ପୂର୍ଣ୍ଣ ନୂଆ ପ୍ରକାର ପ୍ରୋଟିନ୍ ଖୋଜି ତିଆରି କରିଛନ୍ତି। ଡାଭିଡ କମ୍ପ୍ୟୁଟେସନାଲ ପ୍ରୋଟିନ ଡିଜାଇନର ଆବିଷ୍କାର କରିଥିଲେ। ଜନ ଓ ଡେମିସ ଫର ପ୍ରୋଟିନ ଷ୍ଟ୍ରକଚରାଲ ପ୍ରେଡିକସନ କରିଥିବାରୁ ସେମାନଙ୍କୁ ମଧ୍ୟ ନୋବେଲ ପାଇଁ ଚୟନ କରାଯାଇଛି। ଲଣ୍ଡନ ସ୍ଥିତ ଗୁଗୁଲ ଡିପ୍ ମାଇଣ୍ଡସ୍‌ର ଡେମିସ୍  ହାସାବିସ୍ ଓ ଜନ୍ ଏମ୍‌ ଜମ୍ପର ପ୍ରୋଟିନ୍‌ର ଆକାରଣ ଜାଣିବାକୁ ଏଆଇ ମଡେଲ ତିଆରି କରିଥିଲେ। ଏହାଦ୍ବାରା ପ୍ରୋଟିନ୍‌କୁ ବୁଝିବାର ୫୦ ବର୍ଷ ପୁରୁଣା ସମସ୍ୟା ଶେଷ ହୋଇଯାଇଛି।  

ପ୍ରୋଟିନଗୁଡ଼ିକ କମ୍ପ୍ଲେକ୍ସ ମୋଲେକୁଲେସ। ଏହା ଶରୀର ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କାମ କରେ। ସେଗୁଡ଼ିକ ଛୋଟ ଛୋଟ ୟୁନିଟରେ ପରିଣତ ହୋଇଥାଆନ୍ତି। ଏହାକୁ ଆମିନୋ ଏସିଡ କୁହାଯାଏ। ଏହି ଛୋଟ ଛୋଟ ୟୁନିଟ ଗୁଡ଼ିକ ଏକାଠି ଲମ୍ବା ଚେନ ଦ୍ୱାରା ପରସ୍ପରର ଲିଙ୍କରେ ରହୁନ୍ତି। । ଏହା ଶରୀରରେ ହେବାକୁ ଥିବା ସବୁ ରିଆକ୍ସନ ଓ ଇମୋସନ୍‌କୁ କନଟ୍ରୋଲ କରିଥାଏ। ଆପଣଙ୍କୁ କେତେ ବେଳେ ରାଗ ଆସେ କେତେ ବେଳେ ଭଲ ପାଇବା ଆସେ ତା ଉପରେ ଫୋକସ ରହିବ। କେବେ ଶିଶୁଙ୍କର ପ୍ରଜନନ୍ କରିବେ, ଏସବୁ କାମ ପ୍ରୋଟିନ୍ କରିଥାଏ। ଏହି ପ୍ରୋଟିନ୍ ଆପଣଙ୍କ ଶରୀରରେ ହର୍ମୋନ୍‌ ଭଳି କାମ କରେ। ସିଗନାଲ ଦେଉଥିବା ପଦାର୍ଥ ପାଲଟି ଯାଏ। ରୋଗ ହୋଇଥିଲେ ଆଣ୍ଟିବଡି ଭାବରେ କାମ କରେ।  ଶରୀରରେ ୨୦ ପ୍ରକାରର ଭିନ୍ନ ଭିନ୍ନ ଆମିନୋ ଏସିଡ ରହିଛି। ସେମାନେ ନିର୍ଦ୍ଦିଷ୍ଟ କ୍ରମରେ ରୁହନ୍ତି। ସେହି ଅନୁସାରେ ପ୍ରୋଟିନର ଷ୍ଟ୍ରକଚର ଓ କାର୍ଯ୍ୟକାରିତା ହୋଇଥାଏ

୨୦୦୩ରେ ଡାଭିଡ ବାକେର ୱାଶିଂଟନ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଥିଲେ। ସେତେବେଳେ ସେ ବେଶ ସଫଳତାର ସହ ଏହି ବ୍ଲକଗୁଡ଼ିକୁ ବ୍ୟବହାର କରି ଗୋଟିଏ ନୂଆ ପ୍ରୋଟିନ ଡିଜାଇନ କରିଥିଲେ। ଏହା ଅନ୍ୟ ପ୍ରୋଟିନଗୁଡ଼ିକ ଠାରୁ ସଂପୂର୍ଣ୍ଣ ଭିନ୍ନ ଥିଲା। ସେବେଠାରୁ ତାଙ୍କ ଗବେଷଣା ଟିମରେ ଥିବା ସଦସ୍ୟମାନେ ଗୋଟିଏ ପରେ ଗୋଟିଏ  ପ୍ରୋଟିନ ତିଆରି କରି ଚାଲିଛନ୍ତି। ୨୦୨୦ରେ ବୈଜ୍ଞାନିକ ଡେମିସ ଓ ଜନ ଗୋଟିଏ ଏଆଇ ମଡେଲ ବାହାର କରିଥିଲେ। ଏହାକୁ AlphaFold2 କୁହାଯାଇଥିଲା। ଗୁଗଲର ଡୀପମାଇଣ୍ଡ ପ୍ରୋଜେକ୍ଟ ଅଧୀନରେ ଏହାକୁ ତିଆରି କରାଯାଇଥିଲା। ଏହି ଏଆଇ ମଡେଲେ ଭର୍ଚୁଆଲ ମାଧ୍ୟମରେ ଗବେଷକମାନେ ତିଆରି କରିଥିବା ୨୦୦ ମିଲିୟନ ପ୍ରୋଟିନର ଷ୍ଟ୍ରକଚରକୁ ଆକଳନ କରିବାକୁ ସକ୍ଷମ ହୋଇଥିଲା। ଏହାର ବ୍ୟବହାର ଔଷଧ କମ୍ପାନୀ ଭ୍ୟାକସିନ୍,ନାନୋ ମ୍ୟାଟେରିଆଲ ଓ ସୁକ୍ଷ୍ମ ସେନ୍ସର୍ସ ତିଆରି ପାଇଁ କରନ୍ତି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.