ପ୍ରମୂଖ ଖବର
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

୮ ଔଷଧର ସିଲିଂ ମୂଲ୍ୟ ବୃଦ୍ଧି, ମଞ୍ଜୁରି ଦେଲା ଏନ୍‌ପିପିଏ

Published By : Prameya | October 15, 2024 11:21 AM

ନୂଆଦିଲ୍ଲୀ,୧୫/୧୦: ନ୍ୟାଶନାଲ ଫାର୍ମା  ସିଟିକାଲ ପ୍ରାଇସିଂ ଅଥରିଟି (ଏନ୍‌ପିପିଏ) ୮  ଔଷଧର ଅଧିକତମ ମୂଲ୍ୟରେ ପରିବର୍ତ୍ତନ ସହ ବୃଦ୍ଧି  କରିଛନ୍ତି । ନୂତନ ଅଧିକତମ ମୂଲ୍ୟ ବା ସିଲିଂ ପ୍ରାଇସ  ନିର୍ଦ୍ଧାରଣ ଲାଗି ବିଭିନ୍ନ କମ୍ପାନି ଏନ୍‌ପିପିଏକୁ ନିବେଦନ  କରିଥିଲେ । ଏହି ମେଡିସିନ ଗୁଡିକ ଆଜମା, ଟିବି,  ଗ୍ଲୋକୁମା, ଥାଲେସିମିଆ ଭଳି କ୍ଷେତ୍ରରେ ବ୍ୟବହାର  ହୋଇଥାଏ ।  

ବର୍ତ୍ତମାନର ସିଲିଂ ମୁଲ୍ୟ ଠାରୁ ମେଡିସିନର  ମୂଲ୍ୟ ୫୦% ବୃଦ୍ଧି ନେଇ ମଞ୍ଜୁରୀ ମିଳିଛି । ଏ ନେଇ  ଏକ ଜରୁରୀ ବୈଠକ ଚଳିତ ମାସ ୮ରେ ଅନୁଷ୍ଠିତ  ହୋଇଥିଲା । କଞ୍ଚାମାଲ ଏବଂ ଅନ୍ୟ ଆନୁଷଙ୍ଗିକ ଖର୍ଚ୍ଚ  ବୃଦ୍ଧି ଜନୀତ ଚାପ ଯୋଗୁ ଏଭଳି ମେଡିସିନଗୁଡିକର  ଦର ବୃଦ୍ଧି ପାଇଁ କମ୍ପାନିଗୁଡିକ ନିବେଦନ କରିଥିଲେ ।

ଏହି ମେଡିସନ ଗୁଡିକ ମଧ୍ୟରେ ହୃଦରୋଗ ପାଇଁ  ବ୍ୟବହୃତ ଅଟ୍ରୋପାଇନ ଇଞ୍ଜେକ୍ସନ ୦.୬ ମିଲିଗ୍ରାମ,  ଟିବି ପାଇଁ ବ୍ୟବହୃତ ଷ୍ଟେପ୍‌ଟ୍ରୋମିସିନ ଇଞ୍ଜେକ୍ସନ  ପାଉଡର ୭୫୦ ମିଲି ଗ୍ରାମ, ୧୦୦୦ ମିଲିଗ୍ରାମ, ଆଜ୍‌ମା  ମେଡିସିନ ସାଲବୁଟାମୋଲ ଟାବଲେଟ ୨ ମିଲିଗ୍ରାମ, ୪  ମିଲିଗ୍ରାମ ଟାବଲେଟ ଏବଂ ରେସ୍‌ପିରେଟର ସଲ୍ୟୁଶନ  ୫ ମିଲିଗ୍ରାମ ସଲ୍ୟୁଶନ ରହିଛି ।  

ଅନ୍ୟ ମେଡିସିନ ମଧ୍ୟରେ ପିଲୋକାର୍ପାଇନ ୨%  ଡ୍ରପ, ସେଫାଡ୍ରୋକ୍ସିଲ ଟ୍ୟାବଲେଟ ୫୦୦ ମିଲିଗ୍ରାମ,  ଥାଲେସେମିଆ ଲାଗି ବ୍ୟବହୃତ ଡେଫେରୋକ୍ସାମାଇନ  ୫୦୦ ମିଲିଗ୍ରାମ ଏବଂ ଲିମିଥୟ ଟାବଲେଟ ୩୦୦  ମିଲିଗ୍ରାମ ରହିଛି । ଏନ୍‌ପିପିଏ ପକ୍ଷରୁ କୁହାଯାଇଛି ଯେ,  ସୁଲଭ ମୂଲ୍ୟରେ ଲୋକଙ୍କୁ ଅତ୍ୟାବଶ୍ୟକ ମେଡିସିନ  ଯୋଗାଣ ନିଶ୍ଚିତ କରିବା ଏବଂ ମେଡିସିନ ଗୁଡିକର  ଉପଲବ୍ଧ କରାଇବା ଦିଗରେ ପଦକ୍ଷେପ ନିଆଯାଇଛି ।  

ଦର ନିୟନ୍ତ୍ରଣ ନ କଲେ ମେଡିସନ ଗୁଡିକ  ବଜାରରେ ମିଳିବା କଷ୍ଟକର ହୋଇପଡିବ । ମେଡିସିନ  ଉତ୍ପାଦନରେ ବ୍ୟବହୃତ ଏପିଆଇ, ବିନିମୟ ହାର ଭଳି  ବିଭିନ୍ନ ଦିଗକୁ ନେଇ କମ୍ପାନି ଗୁଡିକ ସିଲିଂ ମୂଲ୍ୟରେ  ପରିବର୍ତ୍ତନ କରିବାକୁ ନିବେଦନ କରିଥିଲେ । ବିଭିନ୍ନ  ଦିଗକୁ ବିଚାର କରିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.