ନୂଆଦିଲ୍ଲୀ,୧୨।୫: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ପେପର ଲିକ୍ ଅଭିଯୋଗ ପରେ ୩ ମଇରେ ଆୟୋଜିତ ନିଟ୍-ୟୁଜି ୨୦୨୬ ପରୀକ୍ଷାକୁ ରଦ୍ଦ କରିଛି। ଏହା ସହ ଦ୍ବିତୀୟ ଥର ପରୀକ୍ଷା ହେବା ନେଇ ଘୋଷଣା ମଧ୍ୟ କରିଛି। ଏହି ନିଷ୍ପତ୍ତି ନେଇ ଏନଟିଏ ମହାନିର୍ଦେଶକ ଅଭିଷେକ ସିଂହ ସ୍ବୀକାର କରିଚନ୍ତି ଯେ, ଏଭଳି ନିଷ୍ପତ୍ତି ଛାତ୍ର, ଅବିଭାବକଙ୍କ ପାଇଁ ଖୁବ୍ କଠିନ ଏବଂ ଖୋଦ୍ ଏନଟିଏ ପାଇଁ ମଧ୍ୟ ଖୁବ୍ ଲଜ୍ଜାଜନକ, କିନ୍ତୁ ପରୀକ୍ଷାର ପବିତ୍ରତା ସହ କୌଣସି ପ୍ରକାର ବୁଝାମଣା କରିହେବନି।
ଅଭିଷେକ କହିଛନ୍ତି, ୭ ମଇରେ ବିଳମ୍ବିତ ରାତିରେ କିଛି ହ୍ବାଟସଆପ୍ ମେସେଜ୍ ମିଳିଥିଲା,ଯେଉଁଥିରେ ଏଭଳି ପ୍ରଶ୍ନ ସେୟାର କରାଯାଇଥିଲା, ଯାହାକି ନିଟ୍ ପରୀକ୍ଷାର ପ୍ରଶ୍ନପତ୍ର ସହିତ ମିଶୁଥିଲା। ଏହି ହ୍ବାଟସଆପ୍ ମେସେଜକୁ ଯାଞ୍ଚ ପାଇଁ ତୁରନ୍ତ ତଦନ୍ତକାରୀ ଏଜେନ୍ସିକୁ ପଠାଯାଇଛି। ସେ କହିଛନ୍ତି, ପରୀକ୍ଷା ଦିନ କୌଣସି ପ୍ରକାର ସମସ୍ୟାର ଅଭିଯୋଗ ମିଳିନଥିଲା ଓ ପରୀକ୍ଷା ଶାନ୍ତିପୂର୍ଣ୍ଣ ଭାବରେ ଶେଷ ହୋଇଥିଲା, କିନ୍ତୁ ଏନଟିଏ ପେପର ଲିକ୍ ଅଭିଯୋଗକୁ ଗମ୍ଭୀରତାର ସହ ନେଇ ଯାଞ୍ଚ ଆରମ୍ଭ କରିଛି। ଏନଟିଏ ପେପର ଲିକ୍ ଅଭିଯୋଗକୁ ଗମ୍ଭୀରତାର ସହ ନେଇ ମାମଲାର ଯାଞ୍ଚ ଆରମ୍ଭ କରିଛି। ଏନଟିଏ ମୁଖ୍ୟମନ୍ତ୍ରୀ ଏହା ଏବେ ଧାର୍ଯ୍ୟ କରିବାର ଏବେ ତରବରିଆ ହୋଇଯିବ। ପେପର ଲିକ୍ କେତେ ବଡ ସ୍ତରରେ ହୋଇଛି ଓ କେତେ ଲୋକଙ୍କ ଯାଏଁ ପ୍ରଶ୍ନପତ୍ର ପହଁଞ୍ଚିଛି। ସେ କହିଛନ୍ତି, ଏହି ମାମଲାକୁ ସିବିଆଇ ତଦନ୍ତ ପାଇଁ ଦିଆଯାଇଛି। ସିବିଆଇ ହିଁ ତଦନ୍ତ ବେଳେ ଜାଣିହେବ ଏହି ମାମଲା କେବଳ ଗୋଟିଏ ରାଜ୍ୟର ନାଁ ଆଛ କିଛି ରାଜ୍ୟ ଯାଏଁ ଚେର ଲମ୍ବିଛି।’
ନାସିକରେ ଏକ ପ୍ରିଣ୍ଟିଂ ପ୍ରେସର ସମ୍ପୃକ୍ତି ବିଷୟରେ ପଚରାଯିବାରୁ, ଅଭିଷେକ ସିଂହ କହିଥିଲେ ତଦନ୍ତ ସମାପ୍ତ ହେବା ପୂର୍ବରୁ ସେ କୌଣସି ନିଷ୍କର୍ଷରେ ପହଞ୍ଚିବାକୁ ଚାହାଁନ୍ତି ନାହିଁ। ସେ କହିଥିଲେ ଯେ ସିବିଆଇ ସମସ୍ତ ରେକର୍ଡ, ପ୍ରମାଣ ଏବଂ ଅଭିଯୋଗ ଯାଞ୍ଚ କରିବ ଏବଂ ଦୋଷୀମାନଙ୍କୁ ଚିହ୍ନଟ କରିବ। ସେ ଏହା ମଧ୍ୟ କହିଥିଲେ ଯେ ଏନଟିଏ ପରୀକ୍ଷା ପୂର୍ବରୁ ଲଗାତାର ସତର୍କ ଥିଲା ଏବଂ ଅନେକ ଅଭିଯୋଗର ତଦନ୍ତ କରିଥିଲା। ଏଜେନ୍ସି ୧୨୦ଟି ଟେଲିଗ୍ରାମ ଚ୍ୟାନେଲକୁ ମଧ୍ୟ ବ୍ଲକ କରିଛି। ଛାତ୍ରଛାତ୍ରୀଙ୍କୁ ଯେକୌଣସି ଅନିୟମିତତା ବିଷୟରେ ଅବଗତ ହେଲେ ତୁରନ୍ତ ରିପୋର୍ଟ କରିବାକୁ ଅନୁରୋଧ କରାଯାଇଥିଲା।
ଆହୁରି ପଢନ୍ତୁ : ‘ଅମୃତ କାଳ ଏବେ ଦେଶ ପାଇଁ ପାଲଟିଛି ବିଷ କାଳ’ ନିଟ୍ ପରୀକ୍ଷା ବାତିଲ ପରେ ସରକାରଙ୍କୁ ରାହୁଲଙ୍କୁ ଟାର୍ଗେଟ