ନୂଆଦିଲ୍ଲୀ,୧୨।୫: ଲୋକସଭାରେ ବିରୋଧୀ ଦଳ ନେତା ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ନିଟ୍ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି। ସେ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ‘ତଥାକଥିତ ଅମୃତ କାଳ ଦେଶ ପାଇଁ ବିଷ କାଳ ପାଲଟିଛି। ପେପର ଲିକ୍ ୨୨ ଲକ୍ଷ ଛାତ୍ରଛାତ୍ରୀଙ୍କ ସ୍ୱପ୍ନକୁ ଭାଙ୍ଗି ଦେଇଛି ଏବଂ ଏଥିପାଇଁ ବିଜେପିର ‘ଦୁର୍ନୀତିଗ୍ରସ୍ତ ସରକାର‘ ଦାୟୀ। ରାହୁଲ କହିଛନ୍ତି ଯେ ଛାତ୍ରଛାତ୍ରୀମାନେ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ପାଇଁ ବ୍ୟାଙ୍କ ଋଣ ନେଇଥିଲେ, ଯେତେବେଳେ କି କିଛି ମାଆମାନେ ସେମାନଙ୍କର ଅଳଙ୍କାର ମଧ୍ୟ ବନ୍ଧକ ରଖିଥିଲେ, ଏବଂ ପିଲାମାନେ ସାରା ରାତି ପାଠ ପଢିଥିଲେ।
ସରକାରଙ୍କୁ ଟାର୍ଗେଟ କରି ରାହୁଲ କହିଛନ୍ତି, ଏହା ବଦଳରେ ସେମାନଙ୍କୁ ପେପର ଲିକ୍, ସରକାରୀ ଅବହେଳା ଏବଂ ଶିକ୍ଷାରେ ସଂଗଠିତ ଦୁର୍ନୀତି ମିଳିଥାଏ। ଏହା କେବଳ ଏକ ବିଫଳତା ନୁହେଁ, ବରଂ ଏହି ଦେଶର ଯୁବପିଢ଼ିଙ୍କ ବିରୁଦ୍ଧରେ ଏକ ଅପରାଧ। ପ୍ରତ୍ୟେକ ଥର, ପେପର ମାଫିଆମାନେ ମୁକ୍ତ ହୋଇଯାଆନ୍ତି,କିନ୍ତୁ ସଚ୍ଚୋଟ ଛାତ୍ରମାନେ ଏହାର ମୂଲ୍ୟ ଦିଅନ୍ତି। ଏବେ, ଲକ୍ଷ ଲକ୍ଷ ଛାତ୍ର ପୁଣି ଥରେ ମାନସିକ ଚାପ, ଆର୍ଥିକ ବୋଝ ଏବଂ ଅନିଶ୍ଚିତତାର ସମ୍ମୁଖୀନ ହେବେ।’
NEET 2026 की परीक्षा रद्द हो गयी।
— Rahul Gandhi (@RahulGandhi) May 12, 2026
22 लाख से ज़्यादा छात्रों की मेहनत, त्याग और सपनों को इस भ्रष्ट भाजपाई व्यवस्था ने कुचल दिया।
किसी पिता ने कर्ज़ लिया,
किसी माँ ने गहने बेचे,
लाखों बच्चों ने रात-रात भर जागकर पढ़ाई की,
और बदले में मिला, पेपर लीक, सरकारी लापरवाही और शिक्षा में…
ଉଲ୍ଲେଖନୀୟ ଯେ, ପେପର ଲିକ୍ ମାମଲାକୁ ନେଇ ବିରୋଧୀଙ୍କ ଆକ୍ରମଣର ଶିକାର ହୋଇଛନ୍ତି ସରକାର। ସମସ୍ତ ବିରୋଧୀ ଦଳ ସରକାରଙ୍କୁ ଘେରିଛନ୍ତି। ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସ ନେତା ଅଶୋକ ଗେହଲଟ୍ କେନ୍ଦ୍ର ଏବଂ ରାଜ୍ୟର ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଅଶୋକ ଗେହଲଟ୍ ରାଜସ୍ଥାନ ସରକାରଙ୍କ ଉପରେ ଏହି ମାମଲାକୁ ଲୁଚାଉଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ସରକାର ଯୁବପିଢ଼ିଙ୍କ ଭବିଷ୍ୟତ ସହିତ ଖେଳୁଛି। ରାଜସ୍ଥାନର ବିଜେପି ସରକାର ଜାଣିଶୁଣି ଦୁଇ ସପ୍ତାହ ଧରି ଏହାକୁ ଲୁଚାଇବାକୁ ଚେଷ୍ଟା କରିଥିଲେ ଏବଂ ଯୁବପିଢ଼ିଙ୍କ ଭବିଷ୍ୟତ ସହିତ ଖେଳୁଥିଲେ। ଜାତୀୟ ପରୀକ୍ଷା ଏଜେନ୍ସି (NTA) ପରୀକ୍ଷା ବାତିଲ କରି ସିବିଆଇକୁ ତଦନ୍ତ ଭାରତ ଦେଇ ଯୁବପୀଢିଙ୍କ ହିତରେ ଏକ ସାହାସିକ ନିଷ୍ପତ୍ତି ନେଇଛନ୍ତି। ସେପଟେ ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜେରିଓ୍ବାଲ ଏହାକୁ ସରକାରଙ୍କ ବିଫଳତା ବୋଲି କରିଛନ୍ତି। ସେ କହିଛନ୍ତି, ଏହା ପ୍ରଥମ ଥର ନୁହେଁ ଯେତେବେଳେ ନିଟ୍ ପରୀକ୍ଷାର ପେପର ଲିକ୍ ହୋଇଛି। ଏଭଳି ୪ ଥର ହୋଇସାରିଛି।
ଆହୁରି ପଢନ୍ତୁ : ‘ଲୋକଙ୍କୁ ବିଭାଜିତ କରୁଛି,ସନାତନ ଧର୍ମକୁ ଧ୍ୱଂସ କରାଯିବା ଉଚିତ’ : ଶୋଚନୀୟ ପରାଜୟ ପରେ ବିଷ ଓଗାଳିଲେ ଉଦୟନିଧି ଷ୍ଟାଲିନ୍