ଭୁବନେଶ୍ୱର,୨୪/୧ : ଏଆଇ ଦିଗରେ ଆଗେଇ ଚାଲିଛି ଓଡ଼ିଶା । ସର୍ଭମ ସହ ରଣନୈତିକ ଭାଗିଦାରୀ ନେଇ ଆଲୋଚନା । ସୁରକ୍ଷିତ, ଅନ୍ତର୍ଭୁକ୍ତ ଏବଂ ସାର୍ବଭୌମ କୃତ୍ରିମ ବୁଦ୍ଧିମତ୍ତା ଇକୋସିଷ୍ଟମ ଗଠନ ପାଇଁ ରାଜ୍ୟର ଚାଲିଛି ପ୍ରୟାସ । ଆଜି ଏକ ଏଆଇ କମ୍ପାନୀ ସର୍ଭମ ସହ ଏକ ଉଚ୍ଚସ୍ତରୀୟ ରଣନୈତିକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଆଲୋଚନାରେ ସାର୍ବଭୌମ ଭିତ୍ତିଭୂମି, ପ୍ରମୁଖ କ୍ଷେତ୍ର ଗୁଡ଼ିକରେ ଜନସଂଖ୍ୟା-ସ୍ତରୀୟ ପ୍ରୟୋଗ ଏବଂ ରାଜ୍ୟ ମଧ୍ୟରେ ସ୍ଥାୟୀ ପ୍ରତିଷ୍ଠାନଗତ କ୍ଷମତା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏ ନେଇ ଏକ ଦୀର୍ଘକାଳୀନ ସାର୍ବଜନୀନ କ୍ଷମତା ଭାବରେ ଏଆଇ ପ୍ରତିଷ୍ଠା ଉପରେ କେନ୍ଦ୍ରିତ ହୋଇଥିଲା ।
ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ, ମୁଖ୍ୟ ସଚିବ, ପ୍ରମୁଖ ସଚିବ (ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି), ଅର୍ଥ ବିଭାଗର ପ୍ରମୁଖ ସଚିବ, ରାଜ୍ୟସ୍ତରୀୟ ବରିଷ୍ଠ ଅଧିକାରୀ ଏବଂ ସର୍ଭମର ନେତୃତ୍ୱ ଦଳ ଉପସ୍ଥିତ ଥିଲେ।