ଭୁବନେଶ୍ୱର,୧୨/୦୬: ଆଜି ରାତି ୮ଟାରେ ବସିବ ମୋହନ ସରକାରଙ୍କ କ୍ୟାବିନେଟ ବୈଠକ । ଆଜି ମୋହନ ସରକାରକୁ ୨ ବର୍ଷ ପୂରୁଛି। ଏହି ଅବସରରେ ବସୁଥିବା କ୍ୟାବିନେଟ ବୈଠକରେ ବଡ ନିଷ୍ପତ୍ତି ନେଇପାରନ୍ତି ସରକାର। ବିଭିନ୍ନ ବର୍ଗକୁ ଦୃଷ୍ଟିରେ ରଖି ସରକାର ନେଇପାରନ୍ତି ନିଷ୍ପତ୍ତି। ବିଭିନ୍ନ ବିଭାଗ ବଡ଼ ପ୍ରସ୍ତାବରେ ମୋହନ ସରକାରଙ୍କ ମୋହର ବାଜିପାରେ।
ସୂଚନା ଅନୁଯାୟୀ, ଆଜି ମୋହନ ସରକାରଙ୍କ ୨ ବର୍ଷ ପୂରଣ ହେଉଛି। ତେଣୁ ସନ୍ଧ୍ୟା ୮ଟାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ବସିବ। ଏହି ବୈଠକ ଲୋକସଭା ଭବନରରେ ଅନୁଷ୍ଠିତ ହେବ। ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସମେତ ବିଭିନ୍ନ ବିଭାଗ ସଚିବ ଉପସ୍ଥତି ରହିବେ। ଏଥି ସହିତ ମୋହନ କ୍ୟାବିନେଟର ମନ୍ତ୍ରୀମାନେ ମଧ୍ୟ ଉପସ୍ଥତ ରହି ବିଭିନ୍ନ ବିଷୟ ଆଲୋଚନା କରିବେ। ବିଭିନ୍ନ ବିଭାଗ ବଡ଼ ପ୍ରସ୍ତାବରେ ମୋହନ ସରକାରଙ୍କ ମୋହର ବାଜିପାରେ। ସେହିପରି ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ସରକାର କିଛି ବଡ଼ ଘୋଷଣା କରିପାରନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
ଅଧିକ ପଢ଼ନ୍ତୁ :- Mohan Government: ଆଜି ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି: ସାଢେ ୧୧ଟାରେ ଲୋକସେବା ଭବନରୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ