ଭୁବନେଶ୍ଵର, ୩/୭ : ରାଜ୍ୟ କଂଗ୍ରେସ ଭବନରେ ବଡ଼ ବୈଠକ। ପ୍ରଭାରୀ ଲାଲଜି ଦେଶାଇଙ୍କ ଅଧ୍ୟକ୍ଷତାରେ ରାଜନୈତିକ ବ୍ୟାପାର କମିଟି ବୈଠକ ବସିଛି। ଏହି ଅବସରରେ ପିସିସି ସଭାପତି ଭକ୍ତ ଚରଣ ଦାସ, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଶରତ ପଟ୍ଟନାୟକ, ବିଶ୍ୱରଞ୍ଜନ ମହାନ୍ତି, ସସ୍ମିତା ବେହେରା, ରାମଚନ୍ଦ୍ର କାଡମ, ସୁରେଶ ରାଉତରାୟଙ୍କ ସମେତ ସମସ୍ତ ବିଧାୟକ ମଧ୍ୟ ଉପସ୍ଥିତ ଅଛନ୍ତି।
କେଉଁ ସବୁ ରାଜନୈତିକ ପ୍ରସ୍ତାବ ପାରିତ ହୋଇଛି ଓ ତାହା କେତେ ପ୍ରତିଫଳିତ ହୋଇଚି ତାହା ଉପରେ ଏହି ବୈଠକରେ ଆଲୋଚନା ହେବ। ଆଗକୁ PAC କଣ ପ୍ରସଙ୍ଗ ହାତକୁ ନେବ ? ସେ ନେଇ ମଧ୍ୟ ପ୍ରଭାରୀ ମତାମତ ନେଉଛନ୍ତି। ବିଧାୟକ ଦଳ ସହିତ ପିସିସି, ବରିଷ୍ଠ , PAC ସହିତ ପିସିସିର ସମନ୍ଵୟ ସମ୍ପର୍କରେ ମଧ୍ୟ ବ୍ୟାପକ ଆଲୋଚନା ହେବ। ସରକାରୀ ବିଫଳତାକୁ ନେଇ କଂଗ୍ରେସ କିଭଳି ଆଗକୁ ବଢ଼ିବ ଓ କେଉଁ ପ୍ରସଙ୍ଗ ଧରି ଲୋକଙ୍କ ପାଖକୁ ଯିବ ସେନେଇ ନେତାଙ୍କ ଠାରୁ ପ୍ରଭାରୀ ମତ ନେବେ। ଯେହେତୁ ଜିଲ୍ଲା ସଭାପତିଙ୍କ ସହିତ ବ୍ୟକ୍ତିଗତ ଭାବରେ 1-2-1 ସରିଛି ତେଣୁ ଆଜିର PAC ଓ ସିନିୟର୍ ଲିଡରଙ୍କ ବୈଠକକୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।
ଆହୁରି ପଢନ୍ତୁ- ଡାକ୍ତରଙ୍କ ଅନଶନ ପାଇଁ ସାଧାରଣ ଲୋକ କଲବଲ, ବ୍ୟବଚ୍ଛେଦ ପାଇଁ ୬୫ କିମି ପଠାଗଲା ମୃତଦେହ
ଧର୍ମ ପରିବର୍ତ୍ତନ ପାଇଁ ଶବକୁ ମିଳୁନି ଶ୍ମଶାନ, ୨୪ ଘଣ୍ଟା ହେବ ପଡ଼ି ରହିଛି ମୃତଦେହ