ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଅଗ୍ନିଶମ ବାହିନୀର ‘ଆଡଭାନ୍ସ ରେସ୍କ୍ୟୁ ଟେଣ୍ଡର୍‌’ ପ୍ରସ୍ତୁତ

Published By : Anindita Ratha | October 23, 2024 12:47 PM

ଭୁବନେଶ୍ୱର,୨୩/୧୦ :  ଏଥର ‘ଦାନା’ ମୁକାବିଲାରେ କମାଲ ଦେଖାଇବ ଅତ୍ୟାଧୁନିକ ଉଦ୍ଧାର ଯାନ ‘ଆଡଭାନ୍ସ ରେସ୍କ୍ୟୁ ଟେଣ୍ଡର୍‌’ । ୧୦୦ରୁ ଅଧିକ ଉଦ୍ଧାର ସରଞ୍ଜାମ ଥିବା ଏହି ସ୍ୱତନ୍ତ୍ର ଦମକଳ ଗାଡି଼କୁ ବାତ୍ୟାସ୍ଥଳକୁ ପଠାଯିବ । ଯାନରେ ଥିବା ଜେନେରେଟର୍‌, କଟର୍‌ ମେସିନ୍‌, କଂକ୍ରିଟ କଟର୍‌, ଲାଇଭ୍‌ ଜ୍ୟାକେଟ୍‌, ଲାଇଭ୍‌ ବଏ, ସ୍କୁବା, ଲାଇଫ ଲାଇନ୍‌, କୁମ୍ବିଂ ଟୁଲ୍‌ସ ଯୋଗେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ହେବ । ଏହାଛଡ଼ା ବାତ୍ୟା ପ୍ରଭାବିତ ସ୍ଥଳରେ ବିପନ୍ନଙ୍କୁ ଆଲୋକ ଦେଖାଇବ ଅଗ୍ନିଶମ ବାହିନୀର ଟେଲିସ୍କୋପିଂ ଲାଇଟ୍‌ ଯାହାକି, ଆସ୍କା ଲାଇଟ୍‌ଠୁ ଆହୁରି ଶକ୍ତ । ଝଡ଼ ତୋଫାନ ମାଡ଼କୁ ସହି ଏହା ଚତୁର୍ଦିଗକୁ ଆଲୋକିତ କରିବ । ରାତି ଅଧରେ ବି ଉଦ୍ଧାର ଜାରି ରହିବ । 

ଜାପାନରୁ ଆସିଥିବା ଉଚ୍ଚଶକ୍ତି ସମ୍ପନ୍ନ ଆଉଟ୍‌ ବୋଟ୍‌ ମେସିନ୍‌ (ଓବିଏମ୍‌) ଥିବା ୫୦ରୁ ଅଧିକ ପାୱାର ବୋଟ୍‌ ଝଡ଼ ତୋଫାନରେ ବି ପାଣିଘେରରୁ ବିପନ୍ନଙ୍କୁ ଉଦ୍ଧାର କରିବ । ୧୭୮ଟି ଅଗ୍ନିଶମ ଦଳ ବିଭିନ୍ନ ଜିଲ୍ୱାରେ ଦାୟିତ୍ୱ ନେଇଛନ୍ତି । ୪୦ଟି ଅଗ୍ନିଶମ ଦଳ ବାଟରେ ଅଛନ୍ତି । ଆଜି ସେମାନେ ସମ୍ବେଦନଶୀଳ ସ୍ଥାନରେ ପହଞ୍ଚିଯିବେ । ବରମୁଣ୍ଡାସ୍ଥିତ ଓଡ଼ିଶା ଅଗ୍ନିଶମ ଓ ବିପର୍ଯ୍ୟୟ ରେସପନ୍ସ ଏକାଡେମୀ ପଡି଼ଆରେ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ମଙ୍ଗଳବାର ସନ୍ଧ୍ୟାରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସେଠାରେ ପହଞ୍ଚି ଅଗ୍ନିଶମ ବାହିନୀର ବାତ୍ୟା ପ୍ରସ୍ତୁତିର ସମୀକ୍ଷା କରିଥିଲେ । ଅଗ୍ନିଶମ ଡିଜି ଡ. ସୁଧାଂଶୁ ଷଡ଼ଙ୍ଗୀଙ୍କଠାରୁ ଟିକିନିଖି ସବୁ ପଚାରି ବୁଝିଥିଲେ । ଶ୍ରୀ ଷଡ଼ଙ୍ଗୀ କହିଥିଲେ, ସରକାରଙ୍କ ଜିରୋ କାଜୁଆଲ୍‌ଟି ଆହ୍ୱାନକୁ ସଫଳ କରିବାକୁ ଲକ୍ଷ୍ୟ ରଖିଛୁ । ୧୪ଟି ଜିଲ୍ଲାରେ ଅଗ୍ନିଶମ ବାହିନୀ ସଜାଗ ଅଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.