ଭୁବନେଶ୍ୱର,୨୭/୦୨: ଖରା ବଢ଼ିବା ସହ ରାଜ୍ୟରେ ବଢ଼ିଛି ବନାଗ୍ନି । ଦିନକରେ ୨୨୨ଟି ସ୍ଥାନରେ ଜଙ୍ଗଲ ନିଆଁ ଠାବ ହୋଇଛି । ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାର ଅଧିକାଂଶ ଡିଭିଜନରେ ଜଙ୍ଗଲରେ ନିଆଁ ଲାଗିଛି ଗତ ୨୪ ଘଣ୍ଟାରେ ।
ଫରେଷ୍ଟ ସର୍ଭେ ଅଫ ଇଣ୍ଡିଆର ତଥ୍ୟ ଅନୁସାରେ ନବରଙ୍ଗପୁର ଫରେଷ୍ଟ ଡିଭିଜନରେ ସର୍ବାଧିକ ସ୍ଥାନରେ ଜଙ୍ଗଲ ନିଆଁ ରିପୋର୍ଟ ହୋଇଛି । ସେହିପରି ମାଲକାନଗିରି, ବାଲିଗୁଡ଼ା, ଖରିଆର, ବାରିପଦା, ଅନୁଗୁଳ, କେନ୍ଦୁଝର, ବରଗଡ଼ ଡିଭିଜନର ବହୁ ସ୍ଥାନରେ ବନାଗ୍ନି ଘଟିଛି ।
ଏହାବାଦ୍ ସାତକୋଶିଆ ବନ୍ୟପ୍ରାଣୀ ଡିଭିଜନ, ବରଗଡ଼, କୋରାପୁଟ, ଜୟପୁର, ରାୟଗଡ଼ା, ନୟାଗଡ଼, କଳାହାଣ୍ଡି, ସୁନାବେଡ଼ା ବନ୍ୟପ୍ରାଣୀ ଡିଭିଜନ, ବଲାଙ୍ଗୀର, ସୁନ୍ଦରଗଡ଼, ଢେଙ୍କାନାଳ, ବୌଦ୍ଧ, ରେଢାଖୋଲ, ଦେବଗଡ଼, କରଞ୍ଜିଆ, ବାମରା ବନ୍ୟପ୍ରାଣୀ ଡିଭିଜନ, ଝାରସୁଗୁଡ଼ା, ବଣାଇ, କଳାହାଣ୍ଡି ଦକ୍ଷିଣ ଡିଭିଜନ, କଳାହାଣ୍ଡି ଉତ୍ତର ଡିଭିଜନ, ରାଇରଙ୍ଗପୁର, ସୁବର୍ଣ୍ଣପୁର, ସମ୍ବଲପୁର, ବାଲେଶ୍ୱର ଡିଭିଜନରେ ବନାଗ୍ନି ଘଟିଛି ।
ଅଧିକ ପଢ଼ନ୍ତୁ :- ବିଏମ୍ସିର ଘରୋଇ ହୋର୍ଡିଂ ପ୍ରୀତି, ଚାପି ଦେଲେ ଜିଆଇଏସ୍ ରିପୋର୍ଟ: ଲଗାଇଛନ୍ତି ବଡ଼, ଦେବେ ଛୋଟ ହୋର୍ଡିଂର ଟଙ୍କା
ଏସବୁ ସ୍ଥାନରେ ଜଙ୍ଗଲ ବିଭାଗ ଟିମ୍ ନିଆଁ ନିୟନ୍ତ୍ରଣରେ ଲାଗିଛନ୍ତି । ବର୍ତ୍ତମାନ ପାଗ ଶୁଖିଲା ଥିବାବେଳେ ଆଗକୁ ବର୍ଷା ସମ୍ଭାବନା ବିଶେଷ ନାହିଁ । ଏଭଳି ସ୍ଥିତିରେ ଜଙ୍ଗଲ ନିଆଁ ଘଟଣା ଆଗକୁ ବଢ଼ିବା ଆଶଙ୍କା ରହିଛି ।