ଭୁବନେଶ୍ୱର, ୧୨।୩: ମହିଳା କଂଗ୍ରେସର ଅଭିନବ ପ୍ରତିବାଦ । କଂଗ୍ରେସ ଭବନରେ ଗ୍ୟାସ୍ ସିଲିଣ୍ଡରକୁ ପୂଜା କରି ଶ୍ରଦ୍ଧାଞ୍ଜଳି ଜଣାଇଲେ କର୍ମୀ । ମହିଳା କଂଗ୍ରେସ ସଭାପତି ମିନାକ୍ଷୀ ବାହିନୀପତି ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସୋନାଲି ସାହୁଙ୍କ ନେତୃତ୍ୱରେ ମହିଳା କଂଗ୍ରେସ କର୍ମୀମାନେ ଦୁଃଖ ପ୍ରକାଶ କରି ଗ୍ୟାସ୍ ସିଲିଣ୍ଡରକୁ ବିଦାୟ ଜଣାଇଥିଲେ । ଦେଶ ତଥା ରାଜ୍ୟରେ ଗ୍ୟାସର ଅଭାବ ଯୋଗୁଁ ଆଜି ଗ୍ରାହକମାନେ ହନ୍ତସନ୍ତ ହେଉଛନ୍ତି ।

ଏହା ବି ପଢ଼ନ୍ତୁ... ପୁରୁଣାକଟକ ଥାନା ସମ୍ମୁଖରେ ଦୁର୍ଘଟଣା: ହାଇୱା ଧକ୍କାରେ ବାଇକ ଚୂରମାର୍, ଅଳ୍ପକେ ବର୍ତ୍ତିଲେ

ଦୋକାନରେ ଗ୍ୟାସ୍ ପାଇଁ ଲୋକେ ଲମ୍ବା ଲାଇନ ଲଗାଉଛନ୍ତି । ଗ୍ୟାସ୍ ମିଳୁନି । ସରକାର ଘରୋଇ ଗ୍ୟାସ୍ ବିଲିଂ ପିଛା ୬୦ ଓ ବ୍ୟବସାୟିକ ଗ୍ୟାସ୍ ବିଲିଂ ପିଛା ୧୧୫ ଟଙ୍କା ବଢ଼ାଇଛନ୍ତି । ଯାହା ଦୁଃଖର କଥା । ଲୋକେ ତ୍ରାହି ତ୍ରାହି ଡାକିଲେଣି । ବିଧାନସଭାରେ ସରକାର ଏହାର ଉତ୍ତର ଦେଉନାହାନ୍ତି । ତେଣୁ ସରକାର ଜାଣିଶୁଣି ଗ୍ୟାସ୍ର କଳାବଜାରୀ କରୁଛନ୍ତି ବୋଲି ମହିଳା କଂଗ୍ରେସ କର୍ମୀମାନେ ଅଭିଯୋଗ କରିଛନ୍ତି । ତେଣୁ ରାଜ୍ୟବାସୀ ଏହାର ମୁହଁତୋଡ଼ ଜବାବ ଦିଅନ୍ତୁ ବୋଲି କହିଛନ୍ତି ।