ଭୁବନେଶ୍ୱର, ୨୫/୦୭ : ସମସ୍ତ ପାଠପଢ଼ା ଜୁଲାଇ ୧୦ରୁ ଆରମ୍ଭ ହେବ । ଏଥିପାଇଁ ଢେର ଆଗରୁ ବି ନାମଲେଖା ପ୍ରକ୍ରିୟା ଆରମ୍ଭ ହେଲା । ପ୍ରବେଶିକା ପରୀକ୍ଷା ହେଲା । ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇଲା । ହେଲେ ଏଯାଏ ଆରମ୍ଭ ହେଲାନି ନାମଲେଖା । ଶିକ୍ଷାବର୍ଷ ଆରମ୍ଭ ୧ ମାସ ବିଳମ୍ବ ଚାଲିଥିବା ନେଇ ଛାତ୍ରଛାତ୍ରୀମାନେ ଅଭିଯୋଗ ଆଣିଛନ୍ତି । ଏଯାଏ ସ୍ନାତକୋତ୍ତର (ପିଜି), ଶିକ୍ଷକ ଶିକ୍ଷା (ବିଏଡ୍‌) ନାମଲେଖା ଆରମ୍ଭ ହୋଇଛି । ଯାହାକୁ ନେଇ ଏଥର ଶିକ୍ଷାବର୍ଷ ପ୍ରଭାବିତ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଏହାକୁ ନେଇ ବର୍ତ୍ତମାନ ଚିନ୍ତାରେ ଛାତ୍ରଛାତ୍ରୀ ।  

ଶିକ୍ଷାବର୍ଷ ଆରମ୍ଭରୁ କୁହାଗଲା, ଏବର୍ଷ ଜୁଲାଇ ୯ ତାରିଖରୁ ଯୁକ୍ତ ତିନି ପାଠପଢ଼ା ଆରମ୍ଭ ହେବ । ପିଜି ପାଠପଢ଼ା ଜୁଲାଇ ୧୦ରୁ ଆରମ୍ଭ କରିବାକୁ ଘୋଷଣା କରଯାଇଥିଲା । ଏଥିପାଇଁ ଢେର ଆଗରୁ ଅର୍ଥାତ୍‌ ଗତ ଫେବ୍ରୁଆରୀ ୨୭ରୁ ପିଜି ନାମଲେଖା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ମେ ୫ରୁ ୧୬ ତାରିଖ ମଧ୍ୟରେ ଏଥିପାଇଁ ପ୍ରବେଶିକା ପରୀକ୍ଷା ମଧ୍ୟ ଶେଷ ହେଲା । ପରୀକ୍ଷା ଫଳ ଗତ ୭ ତାରିଖରେ ପ୍ରକାଶ ପାଇଛି । ଏଥି କଥା ଉଠୁଛି, ପ୍ରକ୍ରିୟା ଢେର ଆଗରୁ ଆରମ୍ଭ ହୋଇଥିଲେ ମଧ୍ୟ ୪ ମାସ ପରେ ବି ନାମଲେଖା ପ୍ରକ୍ରିୟା ସରିଲାନି । ସେହିପରି ବିଏଡ୍‌, ହିନ୍ଦୀ ବିଏଡ୍‌ ଓ ଏମ୍‌ଏଡ୍‌ ନାମଲେଖା ପ୍ରକ୍ରିୟା ପାଇଁ ଗତ ମାର୍ଚ୍ଚ ୨୦ ତାରିଖରୁ ବିଜ୍ଞପ୍ତି ହେଲା । ୨୩ ତାରିଖରୁ ସାମ୍‌ସ ପୋର୍ଟାଲ୍‌ ମାଧ୍ୟମରେ ନାମଲେଖା ପାଇଁ ଆବେଦନପତ୍ର ଗ୍ରହଣ ଆରମ୍ଭ ହୋଇ ଏପ୍ରିଲ୍‌ ୬ ତାରିଖ ଯାଏ ଚାଲିଲା । ଏହାର ପ୍ରବେଶିକା ପରୀକ୍ଷା ମେ ୩୧ ତାରିଖରେ ବିଏଡ୍‌ ପାଇଁ ଏବଂ ଜୁନ୍‌ ୩ ତାରିଖରେ ହିନ୍ଦୀ ବିଏଡ୍‌ ଓ ଏମ୍‌ଏଡ୍‌ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ହେଲା । ହେଲେ ଏହାର ରେଜଲ୍ଟ ଗତ ୧୦ ତାରିଖରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଲା । ଏହାର ମଧ୍ୟ କୌଣସି ନାମଲେଖା ପାଇଁ ଚଏସ୍‌ ଫିଲିଂ ନେଇ କୌଣସି ବିଜ୍ଞପ୍ତି ହୋଇନି ।  

ଅନ୍ୟପଟେ ଯୁକ୍ତ ତିନି ନାମଲେଖା ପାଇଁ ମେ ୨୭ ତାରିଖରୁ ସାମ୍‌ସ ମାଧ୍ୟମରେ ଆବେଦନପତ୍ର ଆହ୍ୱାନ କରାଗଲା । ଜୁନ୍‌ ୧୬ ତାରିଖ ଯାଏ ଆବେଦନ ସୁଯୋଗ ପ୍ରଦାନ କରାଗଲା । ନାମଲେଖା ପାଇଁ ପ୍ରଥମ ମେଧା ତାଲିକା ଗତ ଜୁନ୍‌ ୨୨ ତାରିଖରେ ପ୍ରକାଶ ପାଇଲା । ବିଜ୍ଞପ୍ତି ସମୟରେ ଏହା ମଧ୍ୟ ସ୍ପଷ୍ଟ ଭାବେ ଉଲ୍ଲେଖ ଥିଲା ଜୁଲାଇ ୯ ତାରିଖରୁ ପାଠପଢ଼ା ଆରମ୍ଭ ହେବ । ଏହାରି ଭିତରେ ବିଭିନ୍ନ ପର୍ଯ୍ୟାୟ ନାମଲେଖା ମଧ୍ୟ ଚାଲିବ । ହେଲେ ଉଚ୍ଚଶିକ୍ଷା ବିଭାଗ ଏବର୍ଷ ଆବେଦନପତ୍ର ନେଇ କିଛି ଟା ନୂଆ ନିୟମ କଲା । ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହୋଇଗଲା । ହେଲେ କ୍ଲାସ ଆରମ୍ଭ ହୋଇପାରିଲା ନାହିଁ । ଏପରିକି ଦ୍ୱିତୀୟ ମେଧା ତାଲିକା ମଧ୍ୟ ପ୍ରକାଶ ପାଇବାରେ ବିଳମ୍ବ ହେଲା । ଆବେଦନକାରୀଙ୍କୁ ରି ଚଏସ୍‌ ଫିଲିଂ ପାଇଁ ସୁଯୋଗ ମିଳିଲା । ଫଳରେ ଜୁଲାଇ ୯ ତାରିଖ ମଧ୍ୟରେ କୌଣସି ପାଠପଢ଼ା ଆରମ୍ଭ ହୋଇପାରିଲା ନାହିଁ ।

ତେବେ ଗତକାଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଉଭୟ ବିଏଡ୍‌ ଓ ପିଜି ପ୍ରବେଶିକା ପରୀକ୍ଷାର ମେରିଟ ଲିଷ୍ଟ ପ୍ରକାଶ କରାଯାଇଛି । ଆସନ୍ତା ୨୭ରୁ ଚଏସ ଲକିଂ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି । ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ଅଭିଯୋଗ, ସରକାର ଜୁଲାଇ ମାସ ଶେଷ ହେବାକୁ ବସିଲାଣି ଆଉ ହାତ ଗଣତି କିଛି ଦିନ ପରେ ଅଗଷ୍ଟ ମାସ ମଧ୍ୟ ଆରମ୍ଭ ହେବ । ହେଲେ ଏଯାବତ ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ ସ୍ନାତକ(ଯୁକ୍ତ ତିନି), ପିଜି, ବିଏଡ୍‌ରେ ପାଠପଢ଼ା ଆରମ୍ଭ ହୋଇପାରିଲା ନାହିଁ । ଏପରିକି ପାଠପଢ଼ା ଯେତେ ବିଳମ୍ବ ହେବ ପରୀକ୍ଷା ହେବ । ଅନ୍ୟପଟେ ପରବର୍ତ୍ତୀ ସମୟରେ ଉଚ୍ଚସ୍ତର ପାଠପଢ଼ା ପାଇଁ ବାହାର ବିଶ୍ୱବିଦ୍ୟାଳୟ ତଥା ଉଚ୍ଚଶିକ୍ଷାନୁଷ୍ଠାନରେ ମଧ୍ୟ ପିଲାମାନେ ଆବେଦନ କରିବାରେ ଅସୁବିଧାର ସମ୍ମୁଖୀନ ହେବେ । କେବଳ ଏତିକି ନୁହେଁ ଅନ୍ୟ ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟ ତଥା ଉଚ୍ଚଶିକ୍ଷାନୁଷ୍ଠାନ ତୁଳନା ପିଲାମାନେ ପଛରେ ରହିବେ ।

ଆହୁରି ପଢନ୍ତୁ- ରଥଯାତ୍ରା ପରେ ବାହୁଡ଼ାରେ ପୁଣି ଅଘଟଣ, ଦଳାଚକଟାରେ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ୧୩୦ରୁ ଅଧିକ ଆହତ

ରାଜା ରାମଚନ୍ଦ୍ର ଦେବ, ରେଜିଆ ବେଗମ ଏବଂ ପତିତପାବନଙ୍କ ଅଲୌକିକ ରହସ୍ୟ