ଭୁବନେଶ୍ଵର, ୨୫/୦୪ : ସରକାରୀ ଟଙ୍କା ଆତ୍ମସାତ୍ କରି ସମ୍ବଲପୁର ଜିଲ୍ଲା ମାନେଶ୍ଵର ବ୍ଲକର ଦୁଇ ପୂର୍ବତନ ଯନ୍ତ୍ରୀ ଦୋଷୀ ସାବ୍ୟସ୍ତ। ଅବସରପ୍ରାପ୍ତ ଯନ୍ତ୍ରୀ ସଦାନନ୍ଦ ପ୍ରଧାନ ଏବଂ ପୂର୍ବତନ ଯନ୍ତ୍ରୀ ବିରଞ୍ଚି ନାରାୟଣ ଦାସ ଭିଜିଲାନ୍ସ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଉଭୟଙ୍କୁ କୋର୍ଟ ୨ ବର୍ଷ ଜେଲଦଣ୍ଡ ସହ ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ବିରଞ୍ଚି ନାରାୟଣ ଦାସ ଏବେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକର ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପର ସହକାରୀ ଯନ୍ତ୍ରୀ ଅଛନ୍ତି। 

ସୂଚନାନୁଯାୟୀ, ସମ୍ବଲପୁର ଜିଲ୍ଲା ମାନେଶ୍ଵର ବ୍ଲକର ଦୁଇ ପୂର୍ବତନ ଯନ୍ତ୍ରୀ ସଦାନନ୍ଦ ପ୍ରଧାନ ଏବଂ ବିରଞ୍ଚି ନାରାୟଣ ଦାସ ୨୦୦୮-୨୦୦୯ ମସିହାରେ MGNREGA ଯୋଜନାରେ ଏକ ରାସ୍ତା ଉନ୍ନତିକରଣ କାର୍ଯ୍ୟରେ ସରକାରୀ ଟଙ୍କା ଆତ୍ମସାତ୍ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଏହି ଘଟଣାରେ ତଦନ୍ତ କରି ଚାର୍ଜସିଟ୍ ଦାଖଲ କରିଥିଲା। ଭିଜିଲାନ୍ସ କୋର୍ଟରେ ଏବେ ଦୁଇ ଯନ୍ତ୍ରୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଉଭୟଙ୍କୁ କୋର୍ଟ ୨ ବର୍ଷ ଜେଲଦଣ୍ଡ ସହ ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ବିରଞ୍ଚି ନାରାୟଣ ଦାସ ଏବେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକର ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପର ସହକାରୀ ଯନ୍ତ୍ରୀ ଅଛନ୍ତି। 

ଦୋଷୀ ସାବ୍ୟସ୍ତ ହେବା ପରେ ଏବେ ଓଡ଼ିଶା ଭିଜିଲାନ୍ସ  ଅବସରପ୍ରାପ୍ତ ଏଇ ସଦାନନ୍ଦ ପ୍ରଧାନଙ୍କ ପେନସନ ବନ୍ଦ କରିବ। ସେହିପରି ଦଶପଲ୍ଲା ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପର ଏଇ ବିରଞ୍ଚି ନାରାୟଣ ଦାଶଙ୍କୁ ବହିଷ୍କାର କରିବା ପାଇଁ ଆବେଦନ କରିବ।

ଏହି ଖବରଟିକୁ ପଢନ୍ତୁ'ଶାଶ୍ଵତ'ର ବିପରୀତ ‘ନଶ୍ୱର’ ନା ‘କ୍ଷଣିକ’ ? ହାଇକୋର୍ଟରେ କାଟ୍ ଖାଇଲା ବିଶେଷଜ୍ଞ କମିଟିର ଯୁକ୍ତି, RI ମେନ୍ ପରୀକ୍ଷା ଦେବେ ବାଦ୍ ପଡିଥିବା ଛାତ୍ରୀ