ଆଳି, ୧୪।୬ : ସବୁ ଆଡେ ଓଡ଼ିଆ ପର୍ବ ରଜ ମଉଜ। ପିଠା ପଣାରେ ଖୁସି ମାହୋଲ ଥିବା ବେଳେ ଆଳି ଥାନା ମହୁ ପଞ୍ଚାୟତ ମହୁ ଗ୍ରାମରୁ ଆସିଛି ଏକ କରୁଣ ଦୃଶ୍ୟ l ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଜଣେ ଵୃଦ୍ଧା ନଦୀର ପ୍ରଖର ସ୍ରୋତରେ ଭାସିଯାଇ ମୃତ୍ୟୁ ବରଣ କରିଛନ୍ତି l ବୃଦ୍ଧା ଜଣକ ହେଲେ ମହୁ ଗ୍ରାମର ବାସନ୍ତୀ ଚାନ୍ଦ(୬୨)।

ଆଳି ଥାନା ଅନ୍ତର୍ଗତ ମହୁ ଗ୍ରାମର ସ୍ବର୍ଗତ ଶୁକଦେବ ଚାନ୍ଦଙ୍କ ପତ୍ନୀ ବାସନ୍ତୀ ଚାନ୍ଦ(୬୨) ରବିବାର ସକାଳେ ନିକଟସ୍ଥ ବ୍ରାହ୍ମଣୀ ନଦୀର ଶାଖାକୁ ଗାଧୋଇବାକୁ ଯାଇଥିଲେ l ଗାଧୋଇବାକୁ ଯାଇଥିବା ସମୟରେ ନଦୀର ପ୍ରଖର ସ୍ରୋତରେ ଗୋଡ଼ ଖସି ଯାଇ ସେ ସ୍ରୋତରେ ଭାସି ଯାଇଥିଲେ l ଦୀର୍ଘ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକଙ୍କ ସହ କିଛି ଗ୍ରାମବାସୀ ନଦୀ ରେ ଖୋଜାଖୋଜି କରିଥିଲେ l ଦୀର୍ଘ ସମୟ ପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l

ଆହୁରି ପଢନ୍ତୁ : ପୃଥକ ଦୁର୍ଘଟଣା : ଟ୍ରକ ଧକ୍କାରେ ୩ ଜଣଙ୍କ ମୃତ୍ୟୁ, ଅଜଣା ଗାଡି ଧକ୍କାରେ ୨ ଭାଇ ମୃତ