ପ୍ରମୂଖ ଖବର
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଦୁଇଟି ଅଟୋକୁ ଧକ୍କା ଦେଲା ଓମ୍ଫେଡ୍ ଟ୍ରକ୍, ଜଣେ ମହିଳାଙ୍କ ସମେତ ୩ ଆହତ

Published By : Prameya | November 25, 2024 1:02 PM

ଭୁବନେଶ୍ୱର ୨୫/୧୧: ଓମ୍ଫେଡ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଡିଭାଇଡର ଭାଙ୍ଗି ବିପରୀତ ରାସ୍ତାକୁ ଆସୁଥିବା ଦୁଇଟି ଅଟୋକୁ ପିଟିଲା ଓମ୍ଫେଡ୍ ଗାଡ଼ି। ଦୁର୍ଘଟଣାରେ ଜଣେ ମହିଳା ସମେତ ୩ ଆହତ  ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛନ୍ତି।  ଦୁର୍ଘଟଣା ପରେ ଡ଼ମଣା ନାଲକୋ ଛକ ରାସ୍ତାରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ସ୍ଥାନୀୟଲୋକ କ୍ଷତିପୂରଣ ଦାବିରେ ରାସ୍ତା ରୋକ କରିଛନ୍ତି। ଘଟଣା ସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ତିନିଟି ଗାଡ଼ି ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି। 

ସୂଚନା ମୁତାବିକ, ନାଲକୋ ଓମ୍ପେଡ଼୍ ଛକ ନିକଟରେ ଦୁଇଟି ଅଟୋକୁ ଧକ୍କା ଦେଲା ବିପରୀତ ଦିଗରୁ ଆସୁଥିବା ଓମ୍ପେଡ୍ ଗାଡି। ଦୁର୍ଘଟଣାରେ ଦୁଇଟି ଅଟୋ ରାସ୍ତାରେ ଓଲଟିପଡିଥିଲା। ଅଟୋ ଭିତରେ ଥିବା ଜଣେ ମହିଳାଙ୍କ ସମେତ ୩ ଜଣ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟଲୋକ ସମସ୍ତଙ୍କୁ ଉଦ୍ଧାର କରି ଘରୋଇ ଆମ୍ବୁଲାନ୍ସ ସାହାଯ୍ୟରେ  କ୍ୟାପିଟାଲ ମେଡିକାଲକୁ ପଠାଇଥିବା ଜଣାପଡିଛି। ପରେ ଓମ୍ପେଡ୍ ଗାଡ଼ି ଚାଳକଙ୍କୁ ଅଟକ ରଖି ପୋଲିସ ଜିମା ଦେଇଛନ୍ତି।  ଚନ୍ଦ୍ରଶେଖରପୁର ପୋଲିସ ତିନିଟି ଗାଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି। ଏହା ଦୁର୍ଘଟଣା ନେଇ ସ୍ଥାନୀୟଲୋକ ଅଭିଯୋଗ କରିଛନ୍ତି ଯେ, ଓମ୍ଫେଡ୍ ଡ୍ରାଇଭରମାନେ ରାତ୍ରି ଅନିଦ୍ରା ରହି ଗାଡ଼ି ଚଳାଉଛନ୍ତି। ନିଶା ସେବନ କରିବ ମଧ୍ୟ ଟ୍ରକ୍ ଡ୍ରାଇଭିଂ କରୁଛନ୍ତି। ଯୋଉଁ ଓମ୍ଫେଡ ଟ୍ରକ୍‌ଟି ଧକ୍କା ଦେଇଛି ତାହାର ପରମିଟ୍ ଏବଂ ଇନସ୍ୟୁରାନ୍ସ ନଥିବା ଅଭିଯୋଗ ହୋଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.