ଭୁବନେଶ୍ୱର ୨୬/୧୨: ଅବକାରୀ ଓ ପୋଲିସ ବିଭାଗର ମିଳିତ ସହଯୋଗରେ ଚଳିତ ଡିସେମ୍ବର ୨୦ ତାରିଖରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଚଢ଼ାଉ ଅଭିଯାନର ପଞ୍ଚମ ଓ ଷଷ୍ଠ ଦିନରେ ମୋଟ ୪୨୧ଟି ମାମଲା ରୁଜୁ କରାଯାଇଥିବା ବେଳେ ୨.୧୭ କୋଟି ଟଙ୍କା ମୂଲ୍ୟର ବେଆଇନ ମାଦକ ଦ୍ରବ୍ୟ ଓ ସାମଗ୍ରୀ ଜବତ କରାଯାଇଛି ।
ବିଭାଗ ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ, ଏହି ଦୁଇ ଦିନର ଅଭିଯାନରେ ୧୬୩ ଜଣଙ୍କୁ ଗିରଫ କରାଯାଇଛି I ଏଥି ମଧ୍ୟରେ NDPS ଆଇନ ଅନୁଯାୟୀ ୬ଟି ମାମଲା ରୁଜୁ କରାଯାଇଛି। ଏହା ସହ ଅବକାରୀ ମାମଲାରେ ଜଡିତ ୨୨ଟି ଗାଡ଼ି ମଧ୍ୟ ଜବତ ହୋଇଛି ।
ଜବତ ସାମଗ୍ରୀ ମଧ୍ୟରେ ୧୮,୯୨୪ ଲିଟର ବେଆଇନ ଦେଶୀ ମଦ, ୭୪୮ ଲିଟର ଡ୍ୟୁଟି ପେଡ ଲିକର (duty-paid liquor), ୨,୧୪,୧୧୦ ଲିଟର ମହୁଲ ପୋଚ ଏବଂ ୨୩,୩୦୦ କିଲୋଗ୍ରାମ ଗୁଡ଼ ପୋଚ ସାମିଲ ରହିଛି । ଜବତ ହୋଇଥିବା ମାଦକ ଦ୍ରବ୍ୟ ମଧ୍ୟରେ ୮ କିଲୋଗ୍ରାମ ଭାଙ୍ଗ, ୨୯ କିଲୋଗ୍ରାମ ଗଞ୍ଜେଇ ଏବଂ ୩୮୨ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି ।