ପୁରୀ,୨୬।୧ : ପୁରୀ ମଙ୍ଗଳାଘାଟ ନିକଟ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା। ବାଇକକୁ କାର ଧକ୍କା ଦେବାରୁ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ବାଇକ ଚାଳକ ଜଣକ ହେଲେ ପୁରୀ ବିରହରେକୃଷ୍ଣପୁରର ପୂର୍ଣ୍ଣ ଚନ୍ଦ୍ର ବେହେରା ।ମଙ୍ଗଳାଘାଟ ନିକଟରେ ପୂର୍ଣ୍ଣ ବାଇକରେ ରାସ୍ତା ପାରି ହେଉଥିବା ବେଳେ ଭୁବନେଶ୍ୱର ପାର୍ଶ୍ଵରୁ ଆସୁଥିବା କାର ଧକ୍କା ଦେଇଥିଲା। ଖବର ପାଇ ପୁଲିସ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି।
ଆହୁରି ପଢନ୍ତୁ : ବିଦ୍ୟୁତ୍ ଆଘାତରେ ଛାତ୍ର ମୃତ