ପ୍ରମୂଖ ଖବର
  • ପହଲଗାମ ଆକ୍ରମଣରେ ଟିଆରଏଫର ସଂପୃକ୍ତି ନେଇ ପ୍ରମାଣ ମାଗିଲା ପାକିସ୍ତାନ
  • ||
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ପରମାଣୁ ବୋମା ଟେଷ୍ଟିଂରେ ବ୍ୟବହାର ହୁଏ ଆଳୁ-ପିଆଜ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

Published By : Swapna Ray | October 19, 2024 7:53 PM

ନୂଆଦିଲ୍ଲୀ, ୧୯।୧୦: ପରମାଣୁ ବୋମା ପ୍ରସ୍ତୁତ ହୋଇସାରିବା ପରେ ଏହାର ପରୀକ୍ଷଣ କରାଯାଏ । ଦୁନିଆରେ କେବଳ ୯ଟି ଶକ୍ତିଶାଳୀ ଦେଶ ପାଖରେ ରହିଛି ପରମାଣୁ ବୋମା । ଭାରତ ଏହି ଶକ୍ତଶାଳୀ ଦେଶ ମଧ୍ୟରୁ ଗୋଟିଏ । ଆପଣ ପରମାଣୁ ବୋମା ଓ ଏହାର ପରୀକ୍ଷଣକୁ ନେଇ ବହୁ ରୋଚକ କଥା ଶୁଣିଥିବେ । କିନ୍ତୁ, ପରମାଣୁ ବୋମା ଟେଷ୍ଟିଂରେ ପିଆଜ-ଆଳୁ ବ୍ୟବହାର ହେବା କଥା କେବେ ଶୁଣିଛନ୍ତି କି ? ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ଭାରତ ପୋଖରାନରେ ଯେଉଁ ପରମାଣୁ ପରୀକ୍ଷଣ କରିଛି, ସେଥିରେ ଦାବି କରାଯାଇଛି ଯେ, ସେହି ପରୀକ୍ଷଣରେ ଲକ୍ଷ ଲକ୍ଷ ଟନ୍‌ରେ ଆଳୁ ଓ ପିଆଜ ବ୍ୟବହାର କରାଯାଇଛି । ସେହିପରି ଭାରତକୁ ଅନୁସରଣ କରି ବହୁଦେଶ ସେମାନଙ୍କର ପରମାଣୁ ବୋମା ପରୀକ୍ଷଣରେ ପିଆଜ ଓ ଟମାଟୋକୁ ବ୍ୟବହାର କରିଛନ୍ତି । ତେବେ ମନରେ ନିଶ୍ଚୟ ଏକ ପ୍ରଶ୍ନ ଉଙ୍କି ମାରୁଥିବ ଯେ, ବୋମା ପରୀକ୍ଷଣରେ ଆଳୁ-ପିଆଜ କାହିଁକି ବ୍ୟବହାର କରାଯାଉଛି ?

କହିରଖୁ କି, ପରମାଣୁ ପରୀକ୍ଷଣରେ ପିଆଜର ବ୍ୟବହାର ବିକିରଣ ମାତ୍ରାକୁ କମ୍‌ କରିବା ପାଇଁ ବ୍ୟବହାର କରାଯାଏ । କାରଣ ପରମାଣୁ ବିସ୍ଫୋରଣରେ ଆଲଫା, ବିଟା ଓ ଗାମା ଇତ୍ୟାଦି କିରଣ ବାହାରିଥାଏ । ପିଆଜ ପାଖରେ ଏହି ବିକିରଣକୁ ଅବଶୋଷିତ କରିବାର କ୍ଷମତା ରହିଛି । ଏଥିପାଇଁ ପରମାଣୁ ପରୀକ୍ଷଣ ସ୍ଥାନରେ ଲକ୍ଷ ଲକ୍ଷ ଟନ୍‌ ପିଆଜ ପୋତା ଯାଇଥାଏ । ପରମାଣୁରୁ ବିକିରଣ ହେଉଥିବା ଆଲୋକକୁ ନିୟନ୍ତ୍ରଣ କରିବା ଜରୁରୀ କାରଣ ଯଦି ବିକିରଣ ମଣିଷ ସଂସ୍ପର୍ଶରେ ଆସେ, ଏହା ଫଳରେ ତୁରନ୍ତ ରକ୍ତ ଟିସୁ ନଷ୍ଟ ହୋଇପାରେ । ପିଆଜରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଜେନୋଟକ୍ସିକ ଗୁଣ ରହିଥାଏ । ଏଥିରେ ଫ୍ଲାଭୋନାଏଡ୍ ଏବଂ ଫେନୋଲିକ୍ ଏସିଡ୍ ମଧ୍ୟ ଭରପୂର ରହିଛି । ଆଉ ଏକ କୌତୁହଳପୂର୍ଣ୍ଣ ତଥ୍ୟ, ଯାହା ଖୁବ୍ କମ୍ ଲୋକ ଜାଣନ୍ତି ତାହା ହେଉଛି, ପିଆଜ ସଂରକ୍ଷଣ ସମୟରେ ଗାମା ବିକିରଣର ସ୍ତର ମଧ୍ୟ ସୂଚାଇପାରେ ।

ସେହିପରି ବିକିରଣର ପ୍ରଭାବକୁ ହ୍ରାସ କରିବାରେ ଆଳୁ ମଧ୍ୟ ବ୍ୟବହୃତ ହୁଏ । ଏଥିସହ ଆଣବିକ ବିସ୍ଫୋରଣ ଦ୍ୱାରା ଅଧା ନଷ୍ଟ ହୋଇଯାଉଥିବା ଖାଦ୍ୟ କିପରି ପ୍ରଭାବିତ ହୁଏ ତାହା ଦେଖିବା ପାଇଁ ଆଳୁ ମଧ୍ୟ ବ୍ୟବହୃତ ହୁଏ । ଟେନେସି ବିଶ୍ୱବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ଅନୁସନ୍ଧାନକାରୀମାନେ ଆବିଷ୍କାର କରିଛନ୍ତି ଯେ, ଆଳୁ ଗାମା ବିକିରଣକୁ ବିଶେଷ ଭାବରେ ଗ୍ରହଣ କରିଥାଏ । ଯାହା ଉଦ୍ଭିଦ-ଆଧାରିତ ସେନ୍ସର ସୃଷ୍ଟି କରିବାରେ ବ୍ୟବହୃତ ହୋଇପାରେ ଯାହା ସମ୍ପ୍ରଦାୟକୁ କ୍ଷତିକାରକ ବିକିରଣରୁ ରକ୍ଷା କରିଥାଏ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.