ଭୁବନେଶ୍ବର, ୨୧/୧୧ : ଭିଜିଲାନ୍ସ ଜାଲରେ ପାକ୍ସ ସଚିବ । ଦେଓଗଡ଼ ଜିଲ୍ଲାର କାଦୋପଡ଼ା ପ୍ରାଥମିକ କୃଷି ସମବାୟ ସମିତି (PACS)ର ସମ୍ପାଦକ ସୁରେଶ ଚନ୍ଦ୍ର ସାହୁ । ୪୦,୭୧,୬୪୪ ଟଙ୍କା ଠକେଇ ଅଭିଯୋଗରେ ଗିରଫ ।

ସୂଚନା ଅନୁସାରେ, ସରକାରୀ ଆକାଉଣ୍ଟିଂ ରେକର୍ଡରେ ହେରଫେର କରି ଯୋଜନାବଦ୍ଧ ଭାବରେ ଟଙ୍କା ହଡ଼ପ କରିଥିବାର ଅଭିଯୋଗ ଆସିଥିଲା । ଯାହା ସମବାୟର ଆର୍ଥିକ ସ୍ୱାସ୍ଥ୍ୟ ଏବଂ ସ୍ଥାନୀୟ ଚାଷୀ ସମ୍ପ୍ରଦାୟକୁ ସିଧାସଳଖ ପ୍ରଭାବିତ କରିଥିଲା। ଶ୍ରୀ ସାହୁ ଚାଷୀମାନଙ୍କ ଦ୍ୱାରା ଫେରସ୍ତ ଋଣ ପରିମାଣର ବିବରଣୀ ସରକାରୀ ରେକର୍ଡରେ ପ୍ରବେଶ କରିବାରେ ବିଫଳ ହୋଇଥିବା ଅଭିଯୋଗ ହୋଇଥିଲା । ବିଶ୍ବସ୍ତସୂତ୍ରରୁ ଖବରପାଇ ଭିଜିଲାନ୍ସ ସୁରେଶ ଚନ୍ଦ୍ର ସାହୁଙ୍କୁ ଗିରଫ କରାଯାଇ ସମ୍ବଲପୁର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ କୋର୍ଟକୁ ପଠାଯାଇଛି।