ପ୍ରମୂଖ ଖବର
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ବଲିଉଡ ଗାୟକ ଅରିଜିତଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ

Published By : Ankita S | January 26, 2025 2:57 PM

ମୁମ୍ବାଇ,୨୬/୦୧: ଅରିଜିତ୍ ସିଂ ବଲିଉଡର ଦମଦାର ଗାୟକ । ଖୁବ କମ ସମୟରେ ସଫଳତାର ଶିଖର ଛୁଇଁଛନ୍ତି ଅରିଜିତ୍ । ନୂଆ ପିଢୀକୁ ସଙ୍ଗୀତରେ ସଦା ମସଗୁଲ କରିଥିବା ଅରିଜିତ୍ ସିଂଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ । ଏହା ତାଙ୍କ ଫ୍ୟାନ୍ସଙ୍କୁ ଖୁସି ଦେଇଛି ।

ଗତକାଲି (ଶନିବାର) କେନ୍ଦ୍ର ସରକାର ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି । ଚଳିତ ବର୍ଷ ୨୩ଜଣ ମହିଳାଙ୍କ ସମେତ ୧୩୯ ଜଣଙ୍କୁ ପଦ୍ମ ପୁରସ୍କାର ମିଳିବ । ସେଥିରେ ୭ଜଣଙ୍କୁ ପଦ୍ମବିଭୂଷଣ, ୧୯ଜଣଙ୍କୁ ପଦ୍ମଭୂଷଣ ଏବଂ ୧୧୩ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯିବ । ସେଥିରେ ରହିଛନ୍ତି ବଲିଉଡର ନୂଆ ପିଢୀକୁ ସ୍ବାର ଯାଗଦୁରେ ବାନ୍ଧି ରଖିଥିବା ଗାୟର ଅରିଜିତ୍ ସିଂହ । ଯାହାକୁ ନେଇ ତାଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି ।

କଳା, ବିଜ୍ଞାନ, ଶିକ୍ଷା, ଔଷଧ, ସାହିତ୍ୟ, ସମାଜସେବା, କ୍ରୀଡା ଓ ପ୍ରଶାସନିକ ସେବା ଇତ୍ୟାଦି କ୍ଷେତ୍ର ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଏ । ୨୦୨୫ ମସିହା ପାଇଁ ରାଷ୍ଟ୍ରପତି ୧୩୯ଟି ପଦ୍ମ ପୁରସ୍କାର ଅନୁମୋଦନ କରିଛନ୍ତି । ୧୧୩ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯିବ । ଏହି ସମ୍ମାନ ତାଲିକାରେ ବଲିଉଡ ଗାୟକ ଅରିଜିତ୍ ସିଂ ରହିଛନ୍ତି । ପଶ୍ଚିମବଙ୍ଗର ଅରିଜିତ୍ ବଲିଉଡକୁ ବହୁ ହିଟ୍ ଗୀତ ଦେଇଛନ୍ତି । ଏକ ରିଆଲିଟି ଶୋରେ ପ୍ରତିଯୋଗୀ ଥିଲେ ମାତ୍ର ସେଥିରେ ସଫଳ ହୋଇନଥିଲେ । ଏହାପରେ ବଲିଉଡର ଜଣେ ସୁମଧୁର କଣ୍ଠଶିଳ୍ପୀ ଭାବରେ ପରିଚୟ ହାସଲ କରିଛନ୍ତି ।

ଏହା ବି ପଢନ୍ତୁ...ପିଆର ଶ୍ରୀଜେଶଙ୍କୁ ପଦ୍ମ ସମ୍ମାନ; ହକି ଗୋଲକୋଷ୍ଟର ଥିଲେ କାନ୍ଥ

ନୂଆ ପିଢୀକୁ ସଙ୍ଗୀତରେ ବାନ୍ଧି ରଖିଛନ୍ତି ଅରିଜିତ୍ । ପ୍ଲେବ୍ୟାକ ସିଙ୍ଗର ଅରିଜିତଙ୍କ ଗୀତ ଏବେ ସମସ୍ତଙ୍କ ମୁହଁରେ । ୨୦୦୯ରେ ସଙ୍ଗୀତ ନିର୍ଦ୍ଦେଶକ ମିଥୁନଙ୍କ ନିର୍ଦ୍ଦେଶିତ 'ମର୍ଡର 2 ' ଫିଲ୍ମର 'ଫିର ମୋହବତ' ଗୀତରୁ ଆରମ୍ଭ କରିଥିଲେ । ଯାହା ରେକର୍ଡ କରିଥିଲା । ଯାହା ୨୦୧୧ରେ ରିଲିଜ ହୋଇଥିଲା । ୪୪୧ଟି ବଲିଉଡ ଗୀତ ଗାଇ ସାରିଛନ୍ତି ଅରିଜିତ୍ । ଏହାପରେ ଏଜେଣ୍ଟ ବିନୋଦ, କକଟେଲ, ବର୍ଫି ପରି ଫିଲ୍ମର ଗୀତ ଗାଇ ଶ୍ରୋତାଙ୍କ ହୃଦୟରେ ଘର କରିଛନ୍ତି ।

ଏହା ବ୍ୟତିତ୍ ପ୍ରଖ୍ୟାତ ଗାୟିକା ଶାରଦା ସିହ୍ନାଙ୍କୁ (ମରଣୋତ୍ତର) ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି । ଏହା ସହ ଖ୍ୟାତନାମା ଗାୟକ ପଙ୍କଜ ଉଧାସଙ୍କୁ (ମରଣୋତ୍ତର) ପଦ୍ମଭୂଷଣ ପ୍ରଦାନ କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.