ପ୍ରମୂଖ ଖବର
  • ଏପ୍ରିଲ ୨୨ରୁ ଜୁନ୍‌ ୧୭ ମଧ୍ୟରେ କଥା ହୋଇନଥିଲେ ମୋଦୀ-ଟ୍ରମ୍ପ, ମଧ୍ୟସ୍ଥତା ଦାବିକୁ ଖଣ୍ଡନ କଲେ ଏସ୍‌. ଜୟଶଙ୍କର
  • ||
  • ଏମ୍ସରେ ନର୍ସଙ୍କୁ ଅସଦାଚାରଣ ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ଦାବିରେ ଠିକା କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
  • ||
  • ସାକ୍ଷୀଗୋପାଳ ମାଳତିପାଟପୁର ଷ୍ଟେସନ ନିକଟରେ ପୁରୀ-ବଦ୍ରୀନାଥ ଏକ୍ସପ୍ରେସ ଟ୍ରେନ ଧକ୍କାରେ ଟ୍ରାକ୍ଟର ଚୁରମାର
  • ||
  • ଭାରତକୁ ହରାଇ ଭାରତ ଚାମ୍ପିଅନ; ଚେସ୍ ବିଶ୍ବକପରେ ଇତିହାସ, ଦିବ୍ୟା ଦେଶମୁଖ ଜିତିଲେ ଟାଇଟଲ୍
  • ||
  • ଜାମ୍ମୁ-କାଶ୍ମୀରରେ ସେନାର ଅପରେସନ୍ ମହାଦେବକୁ ବଡ଼ ସଫଳତା, ଯବାନଙ୍କ ଗୁଳିରେ ୩ ଆତଙ୍କୀ ସଫା
  • ||
  • ଭୁବନେଶ୍ବର: ସତ୍ୟବିହାର ଅଞ୍ଚଳରେ ମହିଳା ହଷ୍ଟେଲରେ ଅଗ୍ନିକାଣ୍ଡ,ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ରାଉରକେଲା : ଠିକା କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • କେନ୍ଦ୍ରାପଡ଼ା: ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ; ବିଜ୍ଞାନ ଶିକ୍ଷକକୁ ନିଲମ୍ବନ କଲେ ଜିଲ୍ଲା ଶିକ୍ଷାଧିକାରୀ
  • ||
  • ବଳଙ୍ଗା ନାବାଳିକା ପୋଡ଼ି ମାମଲା: ବଢ଼ିଲା ସୁରକ୍ଷା, ପୀଡ଼ିତାଙ୍କ ଘରେ ପୁଲିସ ମୁତୟନ
  • ||
  • ବାଲେଶ୍ୱର : ଧାମରାରେ ମିସାଇଲ୍‌ ପ୍ରଳୟ-୬ର ସଫଳ ପରୀକ୍ଷଣ, ୧୫୦ ରୁ ୫୦୦ କିମି ଯାଏଁ କରିପାରିବ ଲକ୍ଷ୍ୟଭେଦ
  • ||
  • ନାଇଜେରିଆର ଡଙ୍ଗା ବୁଡ଼ି ୨୫ ମୃତ; ଅନେକ ନିଖୋଜ, ଡଙ୍ଗାରେ ଥିଲେ ମୋଟ୍ ୧୦୦ ଯାତ୍ରୀ
  • ||
  • ଭଦ୍ରକରେ ବନ୍ୟା ବିତ୍ପାତ; ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି
  • ||
  • ଜର୍ମାନୀରେ ଲାଇନଚ୍ୟୁତ ହେଲା ଟ୍ରେନ; ୩ ମୃତ, ୩୪ ଆହତ
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା: ୬ ଜିଲ୍ଲାରେ ୧୧ ହଜାର ଲୋକ ପ୍ରଭାବିତ, ପାଣିଘେରରେ ଯାଜପୁରର ୧୧ ପଞ୍ଚାୟତ
  • ||
  • ଜଗତସିଂହପୁର : ବାଇକ୍‌କୁ ପିଟିଲା ବସ୍‌; ଜଣେ ମୃତ, ଜଣେ ଗୁରୁତର
  • ||
  • ବାରାବାଙ୍କୀ ଅବସାନେଶ୍ୱର ଶିବ ମନ୍ଦିରରେ ଦଳାଚକଟା, ୨ ଶ୍ରଦ୍ଧାଳୁ ମୃତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ଆଜି ଅପରାହ୍ନ ୬ଟାରୁ ରାତି ୧୦ ଦର୍ଶନ ମନା
  • ||
  • ଶ୍ରାବଣ ମାସର ତୃତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଭାରତର ଅଗ୍ନି-୫କୁ କପି କରୁଥିଲା ପାକିସ୍ତାନ, ହେଲେ ଟେଷ୍ଟ ବେଳେ ଫେଲ ମାରିଲା ଆବାବିଲ୍ କ୍ଷେପଣାସ୍ତ୍ର

Published By : Harapriya Biswal | July 28, 2025 8:37 PM

ନୂଆଦିଲ୍ଲୀ,୨୮।୭: ସୋସିଆଲ ମିଡିଆରେ ପାକିସ୍ତାନ ସବୁବେଳେ ନିଜର କ୍ଷେପଣାସ୍ତ୍ର ଶକ୍ତି ଏବଂ ଅସ୍ତ୍ରଶସ୍ତ୍ରକୁ ଖୁବ୍ ଆତ୍ମ ପ୍ରଚାର କରେ। ନିଜକୁ ଭାରତ ପରି ଶକ୍ତିଶାଳୀ ଦେଖାଇବାକୁ ଚାହୁଁଛି, କିନ୍ତୁ ବାସ୍ତବତା ଏଥିରୁ ବହୁତ ଦୂରରେ। ପାକିସ୍ତାନୀ ବୈଜ୍ଞାନିକମାନେ ବହୁ ଚେଷ୍ଟା ପରେ ବି  ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ତିଆରି କରିବାରେ ବିଫଳ। ଏହି କାରଣରୁ ପ୍ରଧାନମନ୍ତ୍ରୀ ଶେହହବାଜ ସରିଫ ଏବଂ ସେନା ମୁଖ୍ୟ ଅସୀମ ମୁନିରଙ୍କ ସ୍ୱପ୍ନ ଭାଙ୍ଗି ଯାଇଛି।।

ନିକଟରେ ପାକିସ୍ତାନୀ ବୈଜ୍ଞାନିକମାନେ ପୁଣି ଥରେ ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର (MRBM) ଆବାବିଲ୍ ପରୀକ୍ଷଣ କରିଥିଲେ, କିନ୍ତୁ ଏହି ପରୀକ୍ଷଣ ବିଫଳ ହୋଇଥିଲା। ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ, ‘ଅପରେସନ୍ ସିନ୍ଦୁର’ ସମୟରେ ପାକିସ୍ତାନ ଭାରତର ଅସ୍ତ୍ରଶସ୍ତ୍ର ଦ୍ୱାରା ପରାସ୍ତ ହୋଇଥିଲା। କେବଳ ପାକିସ୍ତାନ ନୁହେଁ ବରଂ ଚୀନ୍ ଏବଂ ତୁର୍କୀର ଏୟାର ଡିଫେନ୍ସ ସିଷ୍ଟମ ଏବଂ ଅସ୍ତ୍ରଶସ୍ତ୍ର ଭାରତ ଆଗରେ ଫେଲ୍ ମାରିଥିଲା। ସେବେଠାରୁ ପାକିସ୍ତାନରେ ଭାରତ ପ୍ରତି ଭୟ ବୃଦ୍ଧି ପାଉଛି।

IDRW ୱେବସାଇଟର ରିପୋର୍ଟ ଅନୁଯାୟୀ, MIRV ଟେକ୍ନୋଲୋଜି ଇଣ୍ଟର କଣ୍ଟିନେଣ୍ଟ ବାଲାଷ୍ଟିକ ମିସାଇଲ (ICBM) ପାଇଁ ବହୁତ ଭଲ ବୋଲି ବିବେଚନା କରାଯାଏ। ICBMର ବିଶେଷତ୍ୱ ହେଉଛି ଏହା ୫୦୦୦ କିଲୋମିଟର ପର୍ଯ୍ୟନ୍ତ ଆକ୍ରମଣ କରିପାରିବ, ଯେପରି ଭାରତର ଅଗ୍ନି-୫ କ୍ଷେପଣାସ୍ତ୍ର, ଯାହାର ପରୀକ୍ଷା ମାର୍ଚ୍ଚ୨୦୨୪ ରେ ସଫଳ ହୋଇଥିଲା। ସେହି ସମୟରୁ, ପାକିସ୍ତାନ ଏହାକୁ ନକଲ କରିବାରେ ବାରମ୍ବାର ବିଫଳ ହେଉଛି।

ଆବାବିଲ୍ କ୍ଷେପଣାସ୍ତ୍ର ପରୀକ୍ଷାରେ ବାରମ୍ବାର ବିଫଳ ହେବା ପରେ ମଧ୍ୟ, ପାକିସ୍ତାନ ଦାବି କରିଆସୁଛି ଯେ ସେ ଏକ ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି। ଏହାକୁ ନେଇ ବହୁ ପ୍ରତିରକ୍ଷା ବିଶେଷଜ୍ଞ ପ୍ରଶ୍ନ ଉଠାଇ କହିଛନ୍ତି ଯେ ପାକିସ୍ତାନର ଇଞ୍ଜିନିୟରିଂରେ ବହୁତ ସମସ୍ୟା ଅଛି। ପର୍ଯ୍ୟାପ୍ତ ପରୀକ୍ଷଣ ଭିତ୍ତିଭୂମିର ଅଭାବ, ବ୍ୟବସ୍ଥିତ ସମସ୍ୟା, ବିଶେଷକରି ଚୀନ୍ ଉପରେ ନିର୍ଭରଶୀଳତା ଏବଂ ସମ୍ବଳର ଅଭାବ ପାକିସ୍ତାନକୁ ଏହି କ୍ଷେତ୍ରରେ ଦୁର୍ବଳ ରହିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.