ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଅମାନିଆ ପାକିସ୍ତାନ; ଲଗାତାର ୧୧ଥର LoCରେ ପାକ୍ ସେନାର ଅସ୍ତ୍ରବିରତି ଉଲ୍ଲଂଘନ, ଫିରୋଜପୁରରେ ବ୍ଲାକଆଉଟ୍ ଅଭ୍ୟାସ

Published By : Ankita S | May 5, 2025 12:31 PM

ନୂଆଦିଲ୍ଲୀ,୦୫/୦୫: ଭାରତ ଆକ୍ସନରେ ଛାତି ଧଡ଼ ଧଡ଼ ହେଉଛି ହେଲେ ପାକିସ୍ତାନର ମୁହଁଟାଣ ଛାଡୁନି । ଚେତାବନୀ ସତ୍ତ୍ୱେ ଚେତୁନୀ ଆତଙ୍କୀଦେଶ । ବାରମ୍ବାର ସୀମାରେ ମନମାନି କରୁଛି । ଏଲଓସିରେ ପାକ୍‌ସେନାର ଉତ୍ପାତ ଜାରି ରହିଛି । ପହଲଗାମ ଆତଙ୍କୀ ଆକ୍ରମଣ ପରେ ଲଗାତାର ୧୧ଥର ନିୟନ୍ତ୍ରଣ ରେଖାରେ ଅସ୍ତ୍ରବିରତି ଉଲ୍ଲଘଂନ କରିଛି ପାକ୍ ସେନା । ଯାହାର ମୁହଁତୋଡ଼ ଜବାବ ଦେଇଛି ଭାରତୀୟ ସେନା ।

ପହଲଗାମ ଆତଙ୍କୀ ଆକ୍ରମଣ ପରଠୁ ଅଶାନ୍ତ ରହିଛି ଲାଇନ୍ ଅଫ୍ କଣ୍ଟ୍ରୋଲ (ଏଲଓସି) । ବାରମ୍ବାର ଅସ୍ତ୍ରବିରତି ଉଲ୍ଲଘଂନ କରୁଛି ପାକ୍‌ସେନା । ଏଲଓସିରେ ଫାୟାରିଂ କରିଛି । ଆଜି ବି ବିଭିନ୍ନ ସ୍ଥାନରେ ପାକ୍ ସେନା ପକ୍ଷରୁ ଗୁଳିମାଡ ହୋଇଛି । ଲଗାତାର ୧୧ ଥର ପାଇଁ ଏଲଓସିରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି । ରବିବାର ରାତିରୁ ଏଲଓସିରେ ଗୁଳିବର୍ଷଣ କରିଛି । ବାରମୁଲ୍ଲା, ପୁଞ୍ଚ, ରୌଜରୀ, ମେନ୍ଦାର, ନୌସେର, ସୁନ୍ଦରବାନୀ ଓ ଅଖନୁର ସେକ୍ଟରରେ ପାକ୍‌ ସେନା ପକ୍ଷରୁ ଫାୟାରିଂ ହୋଇଥିବା ସୂଚନା ମିଳିଛି । ଯାହାର ମୁହଁତୋଡ଼ ଜବାବ ଦେଇଛି ଭାରତୀୟ ସେନା । କିଛି ସମୟ ଯାଏ ଦୁଇପଟୁ ଗୁଳିମାଡ ହୋଇଥିଲା ।

ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ଏଲଓସିର ଲମ୍ବ ହେଉଛି ୭୪୦ କିଲୋମିଟର । ଏହାର ଉଭୟ ପାର୍ଶ୍ୱରେ ଭାରତ-ପାକିସ୍ତାନ ସେନା ଏହାର ସୁରକ୍ଷାରେ ନିୟୋଜିତ ରହିଛନ୍ତି । ଦୁଇ ଦେଶ ମଧ୍ୟରେ ହୋଇଥିବା ବୈଠକରେ କେହି କାହା ଉପରେ ଫାଙ୍କା ଗୁଳିଚାଳନା କରିବେ ନାହିଁ ବୋଲି ଅସ୍ତ୍ରବିରତି ଚୁକ୍ତି ସମ୍ପାଦିତ ହୋଇଥିଲା । ହେଲେ ପାକିସ୍ତାନ ଚୁକ୍ତି ବେଖାତିର କରି ଅସ୍ତ୍ରବିରତି ଉଲ୍ଲଂଘନ କରୁଛି । 

ଅଧିକ ପଢନ୍ତୁ...ଭାରତ ଭୟରେ UNSC ଶରଣରେ ପାକିସ୍ତାନ, ଆଜି ବସିବ ସୁରକ୍ଷା ପରିଷଦ ବୈଠକ

ବିଏସଏଫର ବ୍ଲାକଆଉଟ୍ ଅଭ୍ୟାସ- ଯୁଦ୍ଧ ପାଇଁ ପ୍ରସ୍ତୁତ ଭାରତୀୟ ସେନା । କେତେବେଳ କିଛି ବି ହୋଇପାରେ । ଯଦି ଭାରତ-ପାକିସ୍ତାନ ଯୁଦ୍ଧ ହୁଏ ତେବେ ଅପରେସନ୍ କେମିତି ହେବ ? ସେ ନେଇ ପଞ୍ଜାବ ଫିରୋଜପୁରରେ ବ୍ଲାକଆଉଟ ଅଭ୍ୟାସ କରିଛି ବିଏସଏଫ । ଲୋକମାନେ କିପରି ନିଜ କାମ କରିବେ । ଜରୁରୀ ସେବା କିପରି ହେବ ସେ ନେଇ ଅଭ୍ୟାସ ହୋଇଛି । ବର୍ଡର ଏରିଆକୁ ଅନ୍ଧାର କରି ପ୍ରାୟ ଅଧଘଣ୍ଟା ବ୍ଲାକଆଉଟ ମକ୍ ଡ୍ରିଲ କରିଛି ସେନା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.