ନୂଆଦିଲ୍ଲୀ,୨୧।୧: ଉତ୍ତର କାଶ୍ମୀରର କୁପୱାଡା ଜିଲ୍ଲାର କୈରନ ସେକ୍ଟରରେ ପାକିସ୍ତାନୀ ସୈନିକଙ୍କ ଗୁଳିମାଡ଼। ମଙ୍ଗଳବା ରାତି ସାରା ଭାରତ ଏବଂ ପାକିସ୍ତାନ ସୈନିକଙ୍କ ମଧ୍ୟରେ ଗୁଳି ବିନିୟମ ହୋଇଛି। ପ୍ରତିରକ୍ଷା ସୁତ୍ର ପକ୍ଷରୁ ଏନେଇ ବୁଧବାର ସୂଚନା ଦିଆଯାଇଛି। ଏହି ସଂଘର୍ଷ ସେତେବେଳେ ହୋଇଥିଲା ଯେତେବେଳେ ରାଷ୍ଟ୍ରୀୟ ରାଇଫଲ୍ସର ସୈନିକ କୈରନ୍ ଅଞ୍ଚଳରେ ସୀମା ସୁରକ୍ଷାକୁ ମଜବୁତ କରିବା ଓ ଲାଇନ୍ ଅଫ୍ କନଟ୍ରୋଲ ସହ ବ୍ଲାଇଣ୍ଡ ସ୍ପଟ୍‌କୁ ଶେଷ କରିବା ପାଇଁ ହାଇ-ଟେକ୍ ସର୍ଭିଲାନ୍ସ କ୍ୟାମେରା ଲଗାଇଥିଲେ। ପକିସ୍ତାନୀ ସୈନିକଙ୍କ ଗୁଳିମାଡ଼ର ଜୋରଦାର ପାଲଟା ଜବାବ୍ ଦେଇଥିଲେ ଭାରତୀୟ ସୈନିକ।

ପାକିସ୍ତାନୀ ସୈନିକ ଇନଷ୍ଟଲେସନକୁ ରୋକିବା ପାଇଁ ଦୁଇ ରାଉଣ୍ଡ ଫାୟାରିଂ କରିଥିଲେ,ଯାହାର ଯବାବରେ ଭାରତୀୟ ଯବାନ ମଧ୍ୟ ଗୁଳିମାଡ଼ କରିଥିଲେ। ତେବେ ଦୁଇପଟୁ କୌଣସି ହତାହତ ଖବର ମିଳିନାହିଁ। କିନ୍ତୁ ଭାରତୀୟ ସେନା ଘଞ୍ଚ ଜଙ୍ଗଲ ଅଞ୍ଚଳରେ ଘେରାବନ୍ଦୀ ଓ ତଲାସୀ ଅଭିଯାନ ଆରମ୍ଭ କରିଛି। କାରଣ ସନ୍ଦେହ ରହିଛି ଫାୟାରିଂ କରି ସେମାନେ ସେନାର ଧ୍ୟାନ ଅନୁପ୍ରବେଶକାରୀଙ୍କ ଉପରୁ ଉଠାଇବାକୁ ଚେଷ୍ଟା କରିଥାଇ ପାରନ୍ତି।

ଏହା ପୂର୍ବରୁ ଜମ୍ମୁ-କଶ୍ମୀରର କିଶତଓ୍ବାଡା ଜିଲ୍ଲାର ଉପର ଅଞ୍ଚଳରେ ଆତଙ୍କବାଦୀଙ୍କ ଆଡ୍ଡା ଜାଣିବା ପାଇଁ ଅଭିଯାନ ଚଳାଯାଇଛି। ଏହାର ତୃତୀୟ ଦିନ ମଙ୍ଗଳବାର ସୁରକ୍ଷା ବଳ ବହୁ ଲୋକଙ୍କୁ ପଚରା ଉଚରା ପାଇଁ କଷ୍ଟଡିରେ ନେଇଥିଲେ। ଚତରୁ କ୍ଷେତ୍ରର ମନ୍ଦ୍ରଲା-ସିଂହପୁର ନିକଟରେ ସୋନାର ଗାଁରେ ରବିବାର ଅଭିଯାନ ଆରମ୍ଭ କରାଯାଇଥିଲା। ଏହା ଭିତରେ ହୋଇଥିବା ସଂଘର୍ଷରେ ଜଣେ ‘ପାରାଟ୍ରୁପର’ ସହୀଦ ହୋଇଛନ୍ତି। ଲୁଚି ରହିଥିବା ଆତଙ୍କବାଦୀଙ୍କ ଦ୍ବାରା ହଠାତ କରାଯାଇଥିବା ଗ୍ରେନେଡ୍ ଆକ୍ରମଣରେ ୭ ଜଣ ଆହତ ହୋଇଥିଲେ