ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ପାକିସ୍ତାନ ପାଖରେ ପରମାଣୁ ବୋମା ଅଛି ; ମରିୟମ ନୱାଜ

Published By : Anindita Ratha | April 30, 2025 2:31 PM

ନୂଆଦିଲ୍ଲୀ,୩୦/୦୪:  ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରୁ ନେଇ  ଭାରତ ଏବଂ ପାକିସ୍ତାନ ମଧ୍ୟରେ ଜାରି ରହିଛି ଉତ୍ତେଜନା । ପାକିସ୍ତାନ ବିରୋଧରେ ଭାରତ ନେଇଛି କଠୋର ପଦକ୍ଷେପ । ଆଉ ଏହାରି ମଧ୍ୟରେ ପାକିସ୍ତାନର ମୁଖ୍ୟମନ୍ତ୍ରୀ ମରିୟମ ନୱାଜ  ପରମାଣୁ ଆଟାକ୍  ସମ୍ପର୍କରେ ବୟାନ ଦେଇଛନ୍ତି ।  

ଏହା ମଧ୍ୟ ପଢନ୍ତୁ- ସିନ୍ଧୁ ଜଳ ବିବାଦ : ଦୁଇ ବୃହତ ଷ୍ଟୋରେଜ୍‌ ବ୍ୟବସ୍ଥା ନିର୍ମାଣ କରୁଛି ଭାରତ

ସେ କହିଛନ୍ତି ଯେ, କେହି ପାକିସ୍ତାନ ଉପରେ ଆକ୍ରମଣ କରିପାରିବେ ନାହିଁ। ବର୍ତ୍ତମାନ ଭାରତ-ପାକିସ୍ତାନ ସୀମାରେ ଉତ୍ତେଜନା ରହିଛି । ବିପଦ ମାଡ଼ି ଆସୁଛି, କିନ୍ତୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଆଲ୍ଲା ପାକିସ୍ତାନ ସେନାକୁ  ଶକ୍ତି ଦେଇଛନ୍ତି । ଯେପରି ସେ  ଶତ୍ରୁର ପ୍ରତ୍ୟେକ ଆକ୍ରମଣର ମୁକାବିଲା କରିପାରିବ। ତେଣୁ ପାକିସ୍ତାନକୁ ଯେ କୌଣସି ଶତ୍ରୁ ଆକ୍ରମଣ କରିବା ପୂର୍ବରୁ ଦଶ ଥର ଚିନ୍ତା କରିବ । କାରଣ ଆଲ୍ଲାଙ୍କ କୃପାରୁ ପାକିସ୍ତାନ ପାଖରେ ପରମାଣୁ ବୋମା ଅଛି।  ମରିୟମ ନୱାଜ ତାଙ୍କ ପିତା ଏବଂ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ପ୍ରଶଂସା କରି କହିଛନ୍ତି ଯେ ନୱାଜ ସରିଫ ପାକିସ୍ତାନକୁ ପରମାଣୁ ଶକ୍ତିଶାଳୀ କରିବାରେ ଐତିହାସିକ ଭୂମିକା ଗ୍ରହଣ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.