ନୂଆଦିଲ୍ଲୀ,୩୦/୦୪:  ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରୁ ନେଇ  ଭାରତ ଏବଂ ପାକିସ୍ତାନ ମଧ୍ୟରେ ଜାରି ରହିଛି ଉତ୍ତେଜନା । ପାକିସ୍ତାନ ବିରୋଧରେ ଭାରତ ନେଇଛି କଠୋର ପଦକ୍ଷେପ । ଆଉ ଏହାରି ମଧ୍ୟରେ ପାକିସ୍ତାନର ମୁଖ୍ୟମନ୍ତ୍ରୀ ମରିୟମ ନୱାଜ  ପରମାଣୁ ଆଟାକ୍  ସମ୍ପର୍କରେ ବୟାନ ଦେଇଛନ୍ତି ।  

ଏହା ମଧ୍ୟ ପଢନ୍ତୁ- ସିନ୍ଧୁ ଜଳ ବିବାଦ : ଦୁଇ ବୃହତ ଷ୍ଟୋରେଜ୍‌ ବ୍ୟବସ୍ଥା ନିର୍ମାଣ କରୁଛି ଭାରତ

ସେ କହିଛନ୍ତି ଯେ, କେହି ପାକିସ୍ତାନ ଉପରେ ଆକ୍ରମଣ କରିପାରିବେ ନାହିଁ। ବର୍ତ୍ତମାନ ଭାରତ-ପାକିସ୍ତାନ ସୀମାରେ ଉତ୍ତେଜନା ରହିଛି । ବିପଦ ମାଡ଼ି ଆସୁଛି, କିନ୍ତୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଆଲ୍ଲା ପାକିସ୍ତାନ ସେନାକୁ  ଶକ୍ତି ଦେଇଛନ୍ତି । ଯେପରି ସେ  ଶତ୍ରୁର ପ୍ରତ୍ୟେକ ଆକ୍ରମଣର ମୁକାବିଲା କରିପାରିବ। ତେଣୁ ପାକିସ୍ତାନକୁ ଯେ କୌଣସି ଶତ୍ରୁ ଆକ୍ରମଣ କରିବା ପୂର୍ବରୁ ଦଶ ଥର ଚିନ୍ତା କରିବ । କାରଣ ଆଲ୍ଲାଙ୍କ କୃପାରୁ ପାକିସ୍ତାନ ପାଖରେ ପରମାଣୁ ବୋମା ଅଛି।  ମରିୟମ ନୱାଜ ତାଙ୍କ ପିତା ଏବଂ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ପ୍ରଶଂସା କରି କହିଛନ୍ତି ଯେ ନୱାଜ ସରିଫ ପାକିସ୍ତାନକୁ ପରମାଣୁ ଶକ୍ତିଶାଳୀ କରିବାରେ ଐତିହାସିକ ଭୂମିକା ଗ୍ରହଣ କରିଛନ୍ତି।